ପ୍ରମୂଖ ଖବର
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ସରିଲା ବୋଇଂ ୭୮୭ ଓ ୭୩୭ ଫୁଏଲ କଣ୍ଟ୍ରୋଲ ସ୍ୱିଚର ଯାଞ୍ଚ ପ୍ରକ୍ରିୟା, ସବୁ ଠିକ୍ ଅଛି କହିଲା ଏୟାର ଇଣ୍ଡିଆ

Published By : Harapriya Biswal | July 22, 2025 5:09 PM

ନୂଆଦିଲ୍ଲୀ,୨୨।୭:   ଏୟାର ଇଣ୍ଡିଆ ଏହାର  ସମସ୍ତ ବୋଇଂ ୭୮୭ ଏବଂ ବୋଇଂ ୭୩୭ ବିମାନର ଫୁଏଲ କନଟ୍ରୋଲ ସ୍ୱିଚ୍ (FCS) ର ଲକିଂ ସିଷ୍ଟମର ଯାଞ୍ଚ ଶେଷ କରିଛି। ମଙ୍ଗଳବାର ଏହା କହିଛି ଯେ FCS ସ୍ୱିଚ୍ ରେ କୌଣସି ସମସ୍ୟା ମିଳିନାହିଁ। ସୁରକ୍ଷା ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ବିମାନଗୁଡ଼ିକର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି। ବିମାନ କମ୍ପାନୀ କହିଛି ଯେ DGCA ର ନିର୍ଦ୍ଦେଶ ଅନୁସାରେ ଯାଞ୍ଚ କରାଯାଇଥିଲା।

ଏୟାର ଇଣ୍ଡିଆ କହିଛି, ନିଜର ସମସ୍ତ ବୋଇଂ ୭୮୭ ଓ ବୋଇଂ ୭୩୭ ବିମାନର ଫୁଏଲ କନଟ୍ରୋଲ ସ୍ବିଚ୍‌ର ଲକିଂ ସିଷ୍ଟମକୁ ସତର୍କତାର ସହ ଯାଞ୍ଚ ଶେଷ କରିଛି। ଏଥିରେ କୌଣସି ପ୍ରକାର ସମସ୍ୟା ଦେଖିବାକୁ ମିଳିନାହିଁ। ଏହାର ନିରୀକ୍ଷଣ ଗତ ମାସ ଅହମ୍ମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବୋଇଂ  ଡ୍ରୀମଲାଇନର ବିମାନ ଦୁର୍ଘଟଣା ପରେ କରାଯାଇଥିଲା, ଯେଉଁଥିରେ ୨୬୦ ଜଣଙ୍କର ଜୀବନ ଚାଲିଯାଇଥିଲା। 

ଏୟାର ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍‌ ବ୍ୟୁରୋ (AAIB) ର ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ, ଇନ୍ଧନ ଯୋଗାଣ ବନ୍ଦ ହେବା କାରଣୁ ଉଡାଣ ଭରିବାର କିଛି ସେକେଣ୍ଡ ପରେ ବିମାନର ଇଞ୍ଜିନ ବନ୍ଦ ହୋଇଯାଇଥିଲା। ଏହି କାରଣରୁ ଫୁଏଲ ସ୍ବିଚ୍ ‘ରନ୍‌’ରୁ ‘କଟ୍ଅଫ୍’ ରେ ହଠାତ ଚାଲିଯାଇଥିଲା। ଏହାଦ୍ବାରା ଇଞ୍ଜି ଫୁଏଲ କଟ୍ ଅଫ୍‌ ସ୍ବିଚ୍ କାମ କରିବାକୁ ନେଇ ପୁଣି ଚିନ୍ତା ସୃଷ୍ଟି ହୋଇଛି।

ଅହମ୍ମଦାବାଦରେ ହୋଇଥିବା ଦୁର୍ଘଟଣା ଓ ୧୪ ଜୁଲାଇରେ ଜାରି ଡିଜିସିଏ ନିର୍ଦେଶ ପରେ ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ତତ୍କାଳ ନିରୀକ୍ଷଣ ଆରମ୍ଭ କରିଥିଲା। ଏହି ନିରୀକ୍ଷଣ ୧୨ ଜୁଲାଇରେ ଆରମ୍ଭ ହୋଇଥିଲା ଓ ନିୟାମକକୁ କୁହାଯାଇତିବା ସମୟ ଭିତରେ ଶେଷ କରାଯାଇଥିଲା। କମ୍ପାନୀ କହିଛି ଯେଉଁ ବୋଇଂ ୭୩୭ ବିମାନର ନିରୀକ୍ଷଣ କରାଯାଇଥିଲା, ତାହା ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ରେ ସାମିଲ ଥିଲା। ଏବେ ଯାଞ୍ଚ ଶେଷ ହେବାପରେ ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ଉଭୟ ଡିଜିସିଏକୁ ସୂଚିତ କରିଛନ୍ତି ଓ ସୁରକ୍ଷା ନିର୍ଦେଶ ସମ୍ପୂର୍ଣ୍ଣ ଭାବରେ ପାଳନ କରିଛନ୍ତି। 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.