ପ୍ରମୂଖ ଖବର
  • ପଟ୍ଟାମୁଣ୍ଡାଇ : ମା'କୁ ପିଟି ପିଟି ମାରିଦେଲା ପୁଅ
  • ||
  • ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ, ଆସନ୍ତାକାଲି ଯାଏ ଲୋକସଭା ଓ ରାଜ୍ୟସଭା ମୁଲତବୀ ଘୋଷଣା
  • ||
  • ଉପରାଷ୍ଟ୍ରପତିଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗତକାଲି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼
  • ||
  • ଖୁବ୍‌ଶୀଘ୍ର ନିଲାମ ହେବ ରାଜ୍ୟର ୨୨ ଖଣି, ସୂଚନା ଦେଲେ ଖଣି ମନ୍ତ୍ରୀ ବିଭୂତି ଜେନା
  • ||
  • ଆଠଗଡ଼: ଯୁବତୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ ଅଭିଯୋଗ, ଯୁବକ ଗିରଫ
  • ||
  • ଭୁବନେଶ୍ବର: ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସ୍ଥିତିି ନେଇ ହୋଇପାରେ ଆଲୋଚନା
  • ||
  • ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ମାମଲା, ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଯିବେ କ୍ରାଇମବ୍ରାଞ୍ଚ ଓ ପୁଲିସ ଟିମ୍
  • ||
  • ଭୁବନେଶ୍ବର: ସହିଦ ନଗରରେ ରହୁଥିବା IT ଅଫିସରଙ୍କ ଘରୁ ଲୁଟ୍, ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମାଞ୍ଚେଷ୍ଟର ଟେଷ୍ଟରେ ବଦଳିବ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶ; କୁଲଦୀପ, କାମ୍ବୋଜ, ସର୍ଦୁଲ ପ୍ରତିଦ୍ୱନ୍ଦ୍ୱିତା
  • ||
  • ଢ଼େଙ୍କାନାଳ: ଗୋରୁ ବୋଝେଇ କଣ୍ଟେନର ଜବତ : ୧୮ ଗୋରୁ ଉଦ୍ଧାର, ଡ୍ରାଇଭର୍ ଫେରାର
  • ||
  • ମାଲକାନଗିରିରେ ପ୍ରବଳ ବର୍ଷା; ଯୋଡ଼ାମ୍ବ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଫୁଟରେ ପାଣି, ରୋଗୀ ଓ କର୍ମଚାରୀ ହନ୍ତସନ୍ତ
  • ||
  • ଭାରତରେ ୭୦,୦୦୦ କୋଟି ନିବେଶ କରିବ ନୟାରା ଏନର୍ଜି: ଇୟୁର କଟକଣାକୁ ବେଆଇନ ଦର୍ଶାଇଲା କମ୍ପାନି
  • ||
  • ପୁରୀ: ସମଙ୍ଗ ପାର୍କିଂରେ ରୋମିଓଙ୍କ ଉତ୍ପାତ: ଧରାପଡ଼ିଲେ ୨, ଖସିଗଲେ ୪
  • ||
  • ନୂଆଦିଲ୍ଲୀ : ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ୨୩ରୁ ପ୍ରବଳ ବର୍ଷା, ୨୪ରେ ଲଘୁଚାପ; ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ
  • ||

ପାକିସ୍ତାନ ଅବସ୍ଥା ହେବ ଶୋଚନୀୟ, ଭାରତୀୟ ସେନା ପାଇଁ ଆସିଲା 'ଆପାଚି' ହେଲିକପ୍ଟର

Published By : Ankita S | July 22, 2025 3:16 PM

ନୂଆଦିଲ୍ଲୀ,୨୨/୦୭: ଛାରଖାର ହେବ ଶତ୍ରୁ ଶିବିର । ପାକିସ୍ତାନର ଅବସ୍ଥା ହେବ ଶୋଚନୀୟ । ଭାରତୀୟ ସେନାକୁ ମିଳିଛି 'ଆପାଚି' ବଳ । ଆପାଚି ଏଏଚ-୬୪ଇ ହେଲିକପ୍ଟର ପ୍ରଥମ ବ୍ୟାଚ ଶେଷରେ ଭାରତରେ ପହଞ୍ଚିଛି । ୩ଟି ଆପାଚି ହେଲିକପ୍ଟର ଆମେରିକାରୁ ଆସି ହିଣ୍ଡନ ଏୟାରବେସ୍‌ରେ ପହଞ୍ଚିଛି । ପ୍ରାୟ ୫୦୦ କୋଟି ଟଙ୍କା ଚୁକ୍ତିରେ ଭାରତକୁ ୬ ଆପାଚି ମିଳିବ ।  ୧୫ ମାସ ବିଳମ୍ବରେ ପ୍ରଥମ ପର୍ଯ୍ୟାୟରେ ୩ଟି 'ଆପାଚି' ଭାରତରେ ପହଞ୍ଚିଛି । ଏହି ହେଲିକପ୍ଟର ଯୋଧପୁରରେ ନିୟୋଜିତ ହେବ । ଅପରେସନ୍ ସିନ୍ଦୂର ପରେ ଯେଉଁଠି ପଶ୍ଚିମ ସୀମାର ତାକତ ବଢାଇବା ଆବଶ୍ୟକତା ରହିଛି ।

ଆର୍ମି ଏଭିଏସନ୍‌ କୋର ଗତ ବର୍ଷ ମାର୍ଚ୍ଚରେ ଯୋଧପୁର ନାଗତଲାବରେ ଆପାଚିର ସ୍କ୍ଲାର୍ଡନ ପ୍ରସ୍ତୁତ କରିଥିଲେ । ଏହା ସହିତ ପାଇଲଟ ଏବଂ ଗ୍ରାଉଣ୍ଡ ଷ୍ଟାଫଙ୍କୁ ଟ୍ରେନିଂ ମଧ୍ୟ ଦିଆସରିଛି । ଆପାଚି ଏଏଚ-୬୪ଇ ଦୁନିଆର ସବୁଠୁ ଉନ୍ନତ ହେଲିକପ୍ଟର । ଏହାକୁ ଆମେରିକା କମ୍ପାନୀ ବୋଇଂ ତିଆରି କରିଛି । ଏହାକୁ ଉଡନ୍ତା ଟେକ୍‌ ବି କୁହନ୍ତି । କାରଣ ଏହା ପାଖରେ ଦ୍ରୁତ, ଶକ୍ତିଶାଳୀ ଏବଂ ସଠିକ୍‌ ହମଲାର କ୍ଷମତା ରହିଛି । ଆପାଚି ଆକ୍ରମଣ ହେଲିକପ୍ଟରଗୁଡ଼ିକୁ ବିଶ୍ୱର ସବୁଠାରୁ ଆଧୁନିକ ଏବଂ ଘାତକ ହେଲିକପ୍ଟର ଭାବରେ ବିବେଚନା କରାଯାଏ । ଏଗୁଡ଼ିକ ଶତ୍ରୁର ଦୁର୍ଗ ଭେଦ କରି ଏହାର ଅଞ୍ଚଳ ଭିତରେ ଗଭୀର ଆକ୍ରମଣ କରିବାକୁ ସକ୍ଷମ । ଆମେରିକା ନିଜେ ପାନାମାରୁ ଆଫାଗାନିସ୍ତାନ ଏବଂ ଇରାକ ପର୍ଯ୍ୟନ୍ତ ଆପାଚି ଆକ୍ରମଣ ହେଲିକପ୍ଟର ବ୍ୟବହାର କରିଥିଲା । 

ଆପାଚିରେ  ଦୁଇଟି ଜେନେରାଲ ଇଲେକ୍ଟ୍ରିକ୍ T700 ଟର୍ବୋସାଫ୍ଟ ଇଞ୍ଜିନ୍ ଏବଂ ସାମ୍ନାରେ ଏକ ସେନ୍ସର ଲାଗିଛି । ଏହା ଅନ୍ଧାରରେ ମଧ୍ୟ ଉଡ଼ିପାରିବ । ଘଣ୍ଟା ପ୍ରତି ୩୬୫ କିଲୋମିଟର ବେଗରେ ଉଡ଼େ । ଏହା ଯେକୌଣସି ପ୍ରକାରର ପାଗରେ ପୂର୍ଣ୍ଣ କ୍ଷମତା ସହିତ କାମ କରିବ । କ୍ୟାବିନେଟ କମିଟି ଆମେରିକାରୁ  ୩୯ଟି ଆପାଚି ହେଲିକପ୍ଟର କ୍ରୟକୁ ଅନୁମୋଦନ କରିଥିଲା । ଏହା ପରେ ସେପ୍ଟେମ୍ବର  ୨୦୨୫ରେ ଭାରତୀୟ ବାୟୁସେନା ପାଇଁ ୨୨ଟି ଆପାଚେ ହେଲିକପ୍ଟର କ୍ରୟ ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହା ପରେ ସରକାର ନିଷ୍ପତ୍ତି ନେଇଥିଲେ ଯେ ବର୍ତ୍ତମାନ କ୍ରୟ କରାଯାଇଥିବା ସମସ୍ତ ଆପାଚି ହେଲିକପ୍ଟର ସେନାକୁ ଯିବ। ୧୫ ମାସ ବିଳମ୍ବକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଭାରତୀୟ ସେନା ୨୦୨୩ ମସିହାରୁ ଆକ୍ରମଣାତ୍ମକ ଆପାଚି ହେଲିକପ୍ଟର ପାଇବା ପ୍ରକ୍ରିୟା ଆରମ୍ଭ କରିବାର ଥିଲା, କିନ୍ତୁ ପ୍ରଥମେ କୋଭିଡ୍ ଏବଂ ପରେ ଅନ୍ୟାନ୍ୟ କାରଣରୁ ଏହା ବିଳମ୍ବ ହୋଇଥିଲା । ସେନା ପାଇଁ ୬ଟି ଆପାଚି ହେଲିକପ୍ଟର ପାଇଁ  ଫେବୃଆରୀ ୨୦୨୦ ରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.