ନୂଆଦିଲ୍ଲୀ,୨୨/୦୭: ପୃଥିବୀ ତାର ଘୂର୍ଣ୍ଣନ ଗତି ବଦଳାଇଛି । ଆଜିଠୁ ଆଗାମୀ ୩୦ ଦିନରେ ଦୁନିଆ ଦେଖିବ ୨୪ ଘଣ୍ଟାରୁ କମ୍ ଦିନ । ଅର୍ଥାତ ଦିନ ଛୋଟ ହୋଇଯିବ । ଜୁଲାଇ ୨୨ରେ ପୃଥିବୀ ବହୁତ ଫାଷ୍ଟ ଘୂରିବା ଫଳରେ ଦିନ ଛୋଟ ହୋଇଯିବ । ଇତିହାସରେ ସବୁଠୁ ଦ୍ୱିତୀୟ ଛୋଟ ଦିନ ଅନୁଭବ ହେବ ।
ବୈଜ୍ଞାନିକମାନେ କହିଛନ୍ତି, ପୃଥିବୀର ଘୂର୍ଣ୍ଣନ ଗତି ଅପ୍ରତ୍ୟାଷିତ ରୂପରେ ବଢିଛି । ତେଣୁ ଦିନ ଛୋଟ ହୋଇଯିବ । ୨୪ ଘଣ୍ଟାରୁ କମ୍ ଦିନ ଦେଖିବାକୁ ମିଳିବ । ଦିନର ସମୟରେ ଏହି ପରିବର୍ତ୍ତନ ୧.୩୪ ମିଲିସେକେଣ୍ଡର ହେବ । ଏହି ପରିବର୍ତ୍ତନ ସାଟେଲାଇଟ୍ ସିଷ୍ଟମ, ଜିପିଏସ୍ ଏବଂ ସମୟ ଟ୍ରାକ୍ କରିବାର ପ୍ରକ୍ରିୟାକୁ ବଦଳାଇପାରିବ । ବୈଜ୍ଞାନିକମାନେ କହିଛନ୍ତି ଯେ, ପୃଥୀବି ଗତ ୫ ବର୍ଷରେ ଅର୍ଥାତ୍ ୨୦୨୦ ପରେ ଘୂର୍ଣ୍ଣନ ଗତି ସାମାନ୍ୟ ଦ୍ରୁତ କରିଛି । ଗୋଟିଏ ଦିନ ଠିକ୍ ୮୬,୪୦୦ ସେକେଣ୍ଡ ଅର୍ଥାତ୍ ୨୪ ଘଣ୍ଟା ରହିବା ଉଚିତ, କିନ୍ତୁ ପୃଥିବୀର ଘୂର୍ଣ୍ଣନ କେବେବି ସମ୍ପୂର୍ଣ୍ଣ ସ୍ଥିର ହୋଇନାହିଁ । ଗ୍ରହ ଦ୍ରୁତ ଗତିରେ ଘୂର୍ଣ୍ଣନ ଆରମ୍ଭ କରିଛି, ଯାହା ଫଳରେ ଦିନର ଅବଧି ଅନେକ ଥର ୨୪ ଘଣ୍ଟାରୁ କମ୍ ହୋଇଯାଇଛି ।
ଲିପ୍ ସେକେଣ୍ଡକୁ ହଟାଇବାକୁ ପଡ଼ିପାରେ- ୨୦୨୧ ମସିହାରେ, ଏକ ଦିନ ରେକର୍ଡ କରାଯାଇଥିଲା ଯାହା ସାଧାରଣ ଅପେକ୍ଷା ୧.୪୭ ମିଲି ସେକେଣ୍ଡ କମ୍ ଥିଲା। ଏହା ପରେ, ୨୦୨୨ ମସିହାରେ, ଏହା ୧.୫୯ ମିଲି ସେକେଣ୍ଡ କମ୍ ଥିଲ । ଏହା ପରେ ୫ ଜୁଲାଇ, ୨୦୨୪ରେ ଏକ ରେକର୍ଡ ହୋଇଥିଲା, ଦିନଟି ସାଧାରଣ ୨୪ ଘଣ୍ଟା ଅପେକ୍ଷା ୧.୬୬ ମିଲି ସେକେଣ୍ଡ କମ୍ ଥିଲା । ଏହି ରେକର୍ଡ ୨୨ ଜୁଲାଇ ଅର୍ଥାତ ଆଜି ଦିନଟି ଛୋଟ ହେବ ।
ଲଣ୍ଡନ ବିଶ୍ୱବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନୀ ଗ୍ରାହାମ ଜୋନ୍ସ କହିଛନ୍ତି ଯେ, ୨୨ ଜୁଲାଇରେ ପୃଥିବୀର ଘୂର୍ଣ୍ଣନ ସାମାନ୍ୟ ବୃଦ୍ଧି ପାଇବ । ଏହି ଦିନ ୧.୩୪ କିମ୍ବା ତା'ଠାରୁ କମ୍ ହୋଇପାରେ । ଯେ ଯଦି ପୃଥିବୀ ନିଜ ଅକ୍ଷ ପଥରେ ଦ୍ରୁତ ଗତିରେ ଘୂର୍ଣ୍ଣନ ଜାରି ରଖେ, ତେବେ ସମୟ ପରିବର୍ତ୍ତନ କରିବାର ଆବଶ୍ୟକତା ପଡ଼ିବ । ୨୦୨୯ ମସିହାରେ ପ୍ରଥମ ଥର ପାଇଁ ଲିପ୍ ସେକେଣ୍ଡକୁ ହଟାଇବାକୁ ପଡ଼ିପାରେ ।
କାହିଁକି ବଢେ ପୃଥୀବି ଘୂର୍ଣ୍ଣନ ଗତି- ଭୂମିକମ୍ପ ଏବଂ ସମୁଦ୍ର ସ୍ରୋତ ପୃଥିବୀର ଘୂର୍ଣ୍ଣନରେ ପରିବର୍ତ୍ତନର କାରଣ ସାଜିଛି । ହିମ ତରଳିବା, ପୃଥିବୀର ତରଳିଥିବା କୋରରେ ପରିବର୍ତ୍ତନ ଏବଂ ଏଲ୍ ନିନୋ ଭଳି ପାଗ ଢାଞ୍ଚା ମଧ୍ୟ ପୃଥିବୀର ଘୂର୍ଣ୍ଣନକୁ ଧୀର କିମ୍ବା ଦ୍ରୁତ କରିପାରେ। ବିଶେଷଜ୍ଞମାନେ କହିଛନ୍ତି ଯେ, ଦିନର କିଛି ମିଲିସେକେଣ୍ଡ ହ୍ରାସ ସାଧାରଣ ଜୀବନରେ କୌଣସି ପରିବର୍ତ୍ତନ ଆଣେ ନାହିଁ, କିନ୍ତୁ ପ୍ରଯୁକ୍ତିବିଦ୍ୟା ଏବଂ ଦୂରସଞ୍ଚାର ଜଗତରେ ଏହା ଗୁରୁତ୍ୱପୂର୍ଣ୍ଣ ।