ପ୍ରମୂଖ ଖବର
  • ଗାଁ ନିକଟରେ ବୁଲୁଛନ୍ତି ଗୋଠଛଡ଼ା ମା’-ଛୁଆ ହାତୀ, ଭୟଭୀତ ଲୋକେ
  • ||
  • ଝିଅ ବାହାଘର ପାଇଁ ଜମି ବିକ୍ର କରି ରଖିଥିଲେ ଟଙ୍କା ଏବଂ ସୁନା, କଳାକନା ବୁଲାଇଦେଲେ ଦୁର୍ବୃତ୍ତ
  • ||
  • ବ୍ଲାକ୍‌ମେଲ୍‌ ଓ ସେକ୍ସଟର୍ସନ୍‌ର ଶିକାର ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲା, ୫ ଦିନିଆ ରିମାଣ୍ଡରେ ନାଇଜେରୀୟ ଠକ
  • ||
  • ବିଧାନସଭା ବଜେଟ ଅଧିବେଶ, ଗିନି ଘଣ୍ଟମାଡ଼ ଧୋଇଗଲା ପ୍ରଶ୍ନକାଳ, ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
  • ||
  • ଆଇପିଏଲ୍ ୨୦୨୫: ଆଜି ଗୁଜରାଟ ଟାଇଟନ୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଫୋକସ୍‌ରେ ପଣ୍ଟିଂ-ଆୟର ଯୋଡ଼ି
  • ||
  • ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଟଙ୍କାର ପାହାଡ଼, ଫ୍ଲାଟରୁ ନଗଦ ୧୭ ଲକ୍ଷ ଠାବ
  • ||
  • ବିଧାନସଭାରେ ଅଚଳାବସ୍ଥା ଜାରି, ଶାସକ-ବିରୋଧୀଙ୍କ ଜିଦ ଯୋଗୁଁ ଚାଲିପାରୁନି ଗୃହ
  • ||
  • ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
  • ||
  • ରାଜ୍ୟରେ ବଦଳିବ ପାଗର ମିଜାଜ୍, ଉପରମୁହାଁ ​‌ହେବ ପାରଦ: ୩ ଦିନରେ ୫ ଡିଗ୍ରୀ ବଢ଼ିବ ତାତି
  • ||

୩୨ ଲକ୍ଷ ମୁସଲମାନଙ୍କୁ ଇଦ୍‌ରେ ଉପହାର ବାଣ୍ଟିବ ବିଜେପି, ‘ସୌଗାତ-ଇ-ମୋଦି’ କିଟ୍‌ରେ ମିଳିବ ଏହି ସବୁ ଜିନିଷ

Published By : Prameya | March 25, 2025 5:33 PM

ନୂଆଦିଲ୍ଲୀ,୨୫।୩: ମୁସଲମାନଙ୍କ ପର୍ବ ଇଦରେ ଭାରତୀୟ ଜନତା ପାର୍ଟିର ନିଆରା ଅଭିଯାନ। ଗରିବ ଲୋକଙ୍କୁ  ବିଜେପି ବାଣ୍ଟିବ ଉପହାର। ବିଜେପିର ସଂଖ୍ୟାଲଘୁ ସୌଗାତ୍-ଇ-ମୋଦି ଅଭିଯାନ ଚଳାଇ  ୩୨ ଲକ୍ଷ ଗରିବ ମୁସଲମାନଙ୍କୁ ଗିଫ୍ଟ ଦେବ। ଏହି ଅଭିଯାନ ଦିଲ୍ଲୀ ନିଜାମୁଦ୍ଧିନ୍‌ରୁ ଆରମ୍ଭ ହେବ। ଅଭିଯାନ ଉପରେ ନଜର ରଖିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବିଜେପିର କହିବା ଅନୁସାରେ, ଗରିବ ଲୋକେ ମଧ୍ୟ ଖୁସିର ସହ ଇଦ୍‌ ପାଳନ କରିପାରିବେ। ଏଥିପାଇଁ ତାଙ୍କୁ ଏକ କିଟ୍‌ ଗିଫ୍ଟ କରାଯିବ।

ବିଜେପିର ୩୨ ହଜାର କର୍ମୀଙ୍କୁ ଏହି  କାମ ଦିଆଯାଇଛି। ବିଜେପିର ପ୍ରତ୍ୟେକ କର୍ମୀ ଏକ ମସଜିଦ୍‌ର ଦାୟିତ୍ବ ନେବେ। ଏଭଳି ଭାବରେ ସାରା ଦେଶରେ ୩୩୨ ହଜାର ମସଜିଦ୍‌କୁ କଭର କରି ଦିଆଯିବ। ଏହାପରେ ଇଦ୍‌ ପୂର୍ବରୁ ହିଁ ଗିଫ୍ଟ ଦିଆଯିବ। ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ଅଧ୍ୟକ୍ଷ ଜମାଲ ସିଦ୍ଧକି କହିଛନ୍ତି, ଇଦ୍, ଭାରତୀୟ ନବ ବର୍ଷ, ଇଷ୍ଟର, ଗୁଡ୍ ଫ୍ରାଇଡେକୁ ଦେଖି ବିଜେପି ଏହି ଅଭିଯାନ ଚଳାଉଛି। 

ବିଜେପି କହିଛ, ଏଭଳି ଅନେକ ସଂଖ୍ୟାଲଘୁ ରହିଛନ୍ତି, ଯେଉଁମାନେ ନିଜର ପର୍ବ ଠିକ୍ ଭାବରେ ପାଳନ କରିପାରୁନାହାନ୍ତି ଏଭଳି ସ୍ଥିତିରେ ବିଜେପି ‘ସୌଗାତ-ଇ-ମୋଦି’ ଆରମ୍ଭ କରିବ। ଏହାଛଡା ଜିଲ୍ଲାସ୍ତରରେ ଇଦ୍ ମିଳନ୍ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ। ପବିତ୍ର ରମଜାନ୍‌ ମାସରେ ଇଦ୍ ପୂର୍ବରୁ ବିଜେପିର ଏହି ଅଭିଯାନ ଖୁବ୍ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି। ଏହି ଅଭିଯାନରେ ବିଜେପି ୩୨ ଲକ୍ଷ ମୁସଲମାନ ପରିବାର ନିକଟରେ ପହଁଞ୍ଚିବାକୁ ଚାହେଁ। ସୌଗାତ-ଇ-ମୋଦି କିଟ୍‌ରେ କପଡା, ଖଜୁରୀ, ଡ୍ରାଏ ଫ୍ରୁଟସ୍, ସେଭେଇ ଓ ଚିନି ରହିବ। ଏହାଛଡା ମହିଳାଙ୍କୁ ଦିଆଯାଉଥିବା କିଟ୍‌ରେ ସୁଟ୍‌ କପଡା ରହିବ ଓ ପୁରୁଷଙ୍କ କିଟ୍‌ରେ କୁର୍ତ୍ତା ପାଇଜାମା କପଡା ରହିବ। ରିପୋର୍ଟ ଅନୁସାରେ, ଏହି କିଟ୍‌ର ମୂଲ୍ୟ ୫୦୦ ରୁ ୬୦୦ ରହିବ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.