ନୂଆଦିଲ୍ଲୀ,୨୫/୦୩: ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନେତୃତ୍ବରେ ଦିଲ୍ଲୀରେ ବିଜେପି ସରକାର ୨୭ ବର୍ଷ ପରେ ବଜେଟ୍ ଉପସ୍ଥାପନ କରିଛି । ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ୧ ଲକ୍ଷ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଛି । ଯେଉଁଥିରେ ବିଜୁଳି, ସଡ଼କ, ପନୀୟ ଜଳ ସହିତ ୧୦ ପ୍ରମୁଖ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି । ସିଏମ ରେଖା ଗୁପ୍ତା ବିଧାନସଭା ବଜେଟ ଉପସ୍ଥାପନ କରି ଏହା ଖାଲି ସାଧାରଣ ବଜେଟ ନୁହେଁ ୧୦ ବର୍ଷରେ ବର୍ବାଦ ହୋଇଥିବା ଦିଲ୍ଲୀର ବିକାଶ ଦିଗରେ ପ୍ରଥମ ପଦକ୍ଷେପ ବୋଲି କହିଛନ୍ତି ।
ପୁଣି ଛିଡା ହେବ ଦିଲ୍ଲୀ- ବିଜେଟ ଉପସ୍ଥାପନା କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି, ''ଦିଲ୍ଲୀ ଏମିତି ଏକ ସହର ଯାହାକୁ ସମସ୍ତେ ଲୁଟିଛନ୍ତି । ଦିଲ୍ଲୀ ବାରମ୍ବାର ନିଜକୁ ସମ୍ଭାଳିଛି । ତାର କ୍ଷତ ଭୁଲି ଛିଡ଼ା ହୋଇଛି । ଭୋଟବ୍ୟାଙ୍କ ପାଇଁ ପୂର୍ବ ସରକାର ରୋହିତ୍ୟାଙ୍ଗ ଏବଂ ବାଂଲାଦେଶୀଙ୍କୁ ସିଷ୍ଟମକୁ ଆଣିବାକୁ ଚେଷ୍ଟା କରିଥିଲା । ଯୋଜନାର ଲାଭ କେବଳ ସେମାନଙ୍କୁ ମିଳୁ ଯିଏ ଦିଲ୍ଲୀର ନାଗରିକ । ସେମାନଙ୍କ ଉପରେ ରାଜସ୍ବ ଖର୍ଚ୍ଚ ହେଉ । ପୂର୍ବ ସରକାର କେବଳ ପ୍ରତିଶ୍ରୁତି ଦେଉଥିଲା ଆମେ ତାହା ପୂରଣ କରିଛୁ ।''
ବଜେଟରେ ଘୋଷଣା-
ପାଣି ଟ୍ୟାଙ୍କରରେ ଲାଗି ଜିପିଏସ: ଦିଲ୍ଲୀବାସୀଙ୍କୁ ସ୍ବଚ୍ଛ ପାନୀୟ ଜଳ, ସ୍ବଚ୍ଛତା ଏବଂ ଯମୁନାର ସଫେଇ ପାଇଁ ୯ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ପାଣି ଟ୍ୟାଙ୍କରରେ ଜିପିଏସ ଲାଗିବ । ତାକୁ ସବୁ ଆପରେ ଯୋଡା ଯିବ। ଯାହା ଆରଡବ୍ଲୁଏ ଟ୍ରାକ କରିବ । ଜଳ ଯୋଜନାରେ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ ।
୫୦୦୦ ଇଲେକ୍ଟ୍ରି ବସ୍ ଚାଲିବ : ସାର୍ବଜନୀନ ପରିବହନ ପାଇଁ ଦିଲ୍ଲୀରେ ୨୧୫୨ ଇଲେକ୍ଟ୍ରି ବସ୍ ଚାଲୁଛି । ଆଗକୁ ଏହା ବଢାଇ ୫୦୦୦ରୁ ଅଧିକ ହେବ । ୧୦୦୦ କୋଟି ସହରୀ ପରିବହନ ପାଇଁ ରହିଛି । ୧୨୯୫୨ କୋଟି ଦିଲ୍ଲୀ ପରିବହନ ପାଇଁ ବ୍ୟୟବରାଦ ହୋଇଛି ।
ଖୋଲିବ ୬୦ ଲକ୍ଷ ସିଏମ ଶ୍ରୀ ସ୍କୁଲ- ଦିଲ୍ଲୀ ସରକାର ଶିକ୍ଷା ବର୍ଷ ୨୦୨୫-୨୬ରେ ୬୦ ନୂଆ ପିଏମ ଶ୍ରୀ ସ୍କୁଲ ଖୋଲିବାକୁ ଯାଉଛନ୍ତି । ଯାହା ନୂଆ ଶିକ୍ଷା ନୀତି ୨୦୨୦ର ଅନୁରୂପ ହେବ । ସ୍କୁଲ ଶିକ୍ଷା ପାଇଁ ଏନସିଏଫଏସସି ୨୦୨୩ ଲାଗୁ ହେବ । ଏ ନେଇ ୧୦୦ କୋଟି ବ୍ଯୟବରାଦ ହୋଇଛି ।
ମହିଳା ସମୃଦ୍ଧି ଯୋଜନାରେ ୫୧ ହଜାର କୋଟି- ବଜେଟରେ ମହିଳା ସମୃଦ୍ଧି ଯୋଜନାରେ ୫୧ ହଜାର କୋଟି ଟଙ୍କା ଆବଣ୍ଟନ ହୋଇଥିବା ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଘୋଷଣା କରିଛନ୍ତି । ମହିଳାଙ୍କ ସୁରକ୍ଷା ପାଇଁ ୫୦ ହଜାର କ୍ୟାମେରା ଲାଗିବ । ଏ ନେଇ ୩୮୪୩କୋଟି ଖର୍ଚ୍ଚ ହେବ । ମାତୃତ୍ବ ଯୋଜନାରେ ୨୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।
ବନ ବିଭାଗ ପାଇଁ ୫୦୬ କୋଟି- ବଜେଟରେ ବନ ବିଭାଗ ପାଇଁ ୫୦୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ପ୍ରଦୂଷଣ ରୋକିବା ଦିଗରେ କାମ କରିବୁ । ସମୟ ଅନୁସାରେ ଯୋଜନା ଲାଗୁ କରିବୁ । ୭୦ଲକ୍ଷ ବୃକ୍ଷରୋପଣ ଲକ୍ଷ୍ୟ ରହିଛି ।
ନାରା ଦେଲେ ବିରୋଧୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ମହିଳାଙ୍କୁ ମାସକୁ ୨୫୦୦ ଲେଖାଏଁ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ମାତ୍ର ଏତେ ଦିନ ପରେ ଏହି ଯୋଜନା କାର୍ଯ୍ୟକାରୀ ହୋଇନାହିଁ । ବଜେଟ ଉପସ୍ଥାପନା ବେଳେ ବିରୋଧୀ ଏହି ପ୍ରସଙ୍ଗକୁ ନେଇ ହୋ ହାଲ୍ଲା କରିଥିଲେ । ୨୫୦୦ ଟଙ୍କା କେତେବେଳେ ଆସିବ ବୋଲି ଶାସକ ଦଳକୁ ପଚାରିଥିଲେ ବିରୋଧୀ । ନୀରିହ ଜନତାଙ୍କୁ ଧୋକା ଦିଆଯାଉଛି ବୋଲି କହି ଗୃହରେ ନାରା ବାଜି ଦେଇଥିଲେ ।