ପ୍ରମୂଖ ଖବର
  • ଗାଁ ନିକଟରେ ବୁଲୁଛନ୍ତି ଗୋଠଛଡ଼ା ମା’-ଛୁଆ ହାତୀ, ଭୟଭୀତ ଲୋକେ
  • ||
  • ଝିଅ ବାହାଘର ପାଇଁ ଜମି ବିକ୍ର କରି ରଖିଥିଲେ ଟଙ୍କା ଏବଂ ସୁନା, କଳାକନା ବୁଲାଇଦେଲେ ଦୁର୍ବୃତ୍ତ
  • ||
  • ବ୍ଲାକ୍‌ମେଲ୍‌ ଓ ସେକ୍ସଟର୍ସନ୍‌ର ଶିକାର ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲା, ୫ ଦିନିଆ ରିମାଣ୍ଡରେ ନାଇଜେରୀୟ ଠକ
  • ||
  • ବିଧାନସଭା ବଜେଟ ଅଧିବେଶ, ଗିନି ଘଣ୍ଟମାଡ଼ ଧୋଇଗଲା ପ୍ରଶ୍ନକାଳ, ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
  • ||
  • ଆଇପିଏଲ୍ ୨୦୨୫: ଆଜି ଗୁଜରାଟ ଟାଇଟନ୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଫୋକସ୍‌ରେ ପଣ୍ଟିଂ-ଆୟର ଯୋଡ଼ି
  • ||
  • ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଟଙ୍କାର ପାହାଡ଼, ଫ୍ଲାଟରୁ ନଗଦ ୧୭ ଲକ୍ଷ ଠାବ
  • ||
  • ବିଧାନସଭାରେ ଅଚଳାବସ୍ଥା ଜାରି, ଶାସକ-ବିରୋଧୀଙ୍କ ଜିଦ ଯୋଗୁଁ ଚାଲିପାରୁନି ଗୃହ
  • ||
  • ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
  • ||
  • ରାଜ୍ୟରେ ବଦଳିବ ପାଗର ମିଜାଜ୍, ଉପରମୁହାଁ ​‌ହେବ ପାରଦ: ୩ ଦିନରେ ୫ ଡିଗ୍ରୀ ବଢ଼ିବ ତାତି
  • ||

ଗୀତରେ ଗୀତରେ ଶିବସେନା ଉପରେ ପାଲଟା ଆକ୍ରମଣ କଲେ କୁନାଲ କାମରା , ସଙ୍ଗ୍‌ ଭିଡ଼ିଓ ଭାଇରାଲ

Published By : Prameya | March 25, 2025 5:58 PM

ନୂଆଦିଲ୍ଲୀ : ମହାରାଷ୍ଟ୍ର ସହ ଦେଶର ରାଜନୀତିରେ ଏହି ସମୟରେ ବିବାଦୀୟ ସ୍ଥିତି ଉପୁଜିଛି। ଲୋକପ୍ରିୟ ଷ୍ଟାଣ୍ଡ-ଅପ୍‌ କମେଡିଆନ କୁନାଲ କାମରା ଓ ଶିବସେନା (ସିନ୍ଦେ ଗୋଷ୍ଠୀ) ମଧ୍ୟରେ ଟଣାଓଟରା ଏବେ ଆହୁରି ବଢି ଯାଇଛି। ବିବାଦ ସେତେବେଳେ ସୃଷ୍ଟି ହେଲା ଯେବେ କାମରା ନିଜ ଶୋ’ରେ ମହାରାଷ୍ଟ୍ରର ଡେପୁଟୀ ସିଏମ୍‌ ଏକନାଥ ସିନ୍ଦେଙ୍କ ଉପରେ ଟାର୍ଗେଟ୍‌ କରିଥିଲେ। ଏହାପରେ ଶିବସେନାର କାର୍ଯ୍ୟକର୍ତ୍ତାମାନେ ମୁମ୍ୱାଇର ହବିଟାଟ୍‌ କମେଡି କ୍ଲବ୍‌ରେ ଖୁବ୍‌ ଭଙ୍ଗାରୁଜା କରିଛନ୍ତି। କିନ୍ତୁ ଏଥିରେ ସେ ନମ୍ର ଭାବ ପୋଷଣ କରିବା ବଦଳରେ, କାମରା ଏକ ନୂଆ ଭିଡ଼ିଓ ମାଧ୍ୟମରେ ଜବାବ ଦେଇଛନ୍ତି , ଯେଉଁଥିରେ ସେ ଗୀତ ‘ହମ୍‌ ହୋଙ୍ଗେ କଙ୍ଗାଳ’ ଗୀତ ନଜର ଆସୁଛି।

ନୂଆ ଭିଡ଼ିଓରେ କାମରା କଲେ ହମଲା –

ଏହି ତାଜା ଭିଡ଼ିଓରେ କାମରା ନିଜ ଅନ୍ଦାଜରେ ଶିବସେନା (ସିନ୍ଦେ ଗୋଷ୍ଠୀ) ଉପରେ ଟାର୍ଗେଟ କରିଛନ୍ତି। ଭିଡ଼ିଓରେ ତାଙ୍କୁ ଗାଉ ଥିବାର ଶୁଣି ପାରିବେ, “ ହମ୍‌ ହୋଙ୍ଗେ କଙ୍ଗାଲ ଏକ ଦିନ୍, ମନ୍‌ ମେଁ ହୈ ଅନ୍ଧବିଶ୍ୱାସ , ଦେଶର ସତ୍ୟାନାଶ ...” ଏହି ସମୟରେ ବ୍ୟାକ୍ ଗ୍ରାଉଣ୍ଡରେ ଶିବସେନା କାର୍ଯ୍ୟକର୍ତ୍ତାଙ୍କ ଭଙ୍ଗାରୁଜାର ଫୁଟେଜ୍‌ ଦେଖିବାକୁ ମିଳିଛି। ଭିଡ଼ିଓରେ କାମରା ନାଥୁରାମ ଗଡସେ ଓ ଆଶାରାମ ବାପୁଙ୍କ କଥା ମଧ୍ୟ କହିଛନ୍ତି। 

ଅନ୍ୟପଟେ ମୁମ୍ୱାଇ ପୁଲିସ ସିନ୍ଦେଙ୍କ ବିରୋଧରେ କଥିତ ଭାବେ ଅପମାନଜନକ ଟିପ୍ପଣୀ କରିବା ମାମଲାରେ କୁନାଲ କାମରାଙ୍କୁ ନୋଟିସ୍‌ ଜାରି କରିଛି। ମାମଲାରେ ଜଣେ ଅଧିକାରୀ କହିଛନ୍ତି ଯେ, କାମରାଙ୍କୁ ତାଙ୍କ ବିରୋଧରେ ରୁଜୁ ପ୍ରକରଣ ମାମଲାରେ ଏଠାରେ ଖାର୍ ପୁଲିସ ସମ୍ମୁଖରେ ହାଜର ହେବାକୁ କୁହାଯାଇଛି। ଅଧିକାରୀ ବିସ୍ତୃତ ସୂଚନା ନଦେଇ କହିଛନ୍ତି, ଆମେ କାମରାଙ୍କୁ ପ୍ରାରମ୍ଭିକ ନୋଟିସ୍‌ ଜାରି କରିଛୁ। ତାଙ୍କ ବିରୋଧରେ ମାମଲାର ଯାଞ୍ଚ ଆରମ୍ଭ ହୋଇ ଯାଇଛି। 


ଷ୍ଟାଣ୍ଡ-ଅପ୍‌ କମେଡିଆନ କୁନାଲ କାମରା କହିଛନ୍ତି ଯେ, ସେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିଷୟରେ ନିଜର ବିବାଦୀୟ ଟିପ୍ପଣୀ ପାଇଁ କ୍ଷମା ମାଗିବେ ନାହିଁ। ଏହା ସହ ସେ ମୁମ୍ୱାଇରେ ସେହି ସ୍ଥାନରେ ଭଙ୍ଗାରୁଜା କରାଯିବାର ଆଲୋଚନା କରିଛନ୍ତି ,ଯେଉଁଠି କମେଡି ଶୋ’ ରେକର୍ଡ କରାଯାଇ ଥିଲା। ଶିବସେନା କର୍ମୀମାନେ ରବିବାର ମୁମ୍ୱାଇରେ ଖାର୍ କ୍ଷେତ୍ର ସ୍ଥିତ ହାବିଟାଟ୍‌ କମେଡି କ୍ଲବ୍‌ରେ କଥିତ ରୂପେ ଭଙ୍ଗାରୁଜା କରିଥିଲେ, ଯେଉଁଠି କାମରାଙ୍କର କାର୍ଯ୍ୟକ୍ରମ ସୁଟ୍‌ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ସେ ସିନ୍ଦେଙ୍କ ଉପରେ ‘ଗଦ୍ଦାର’ ଶବ୍ଦ ମାଧ୍ୟମରେ କଟାକ୍ଷ କରିଥିଲେ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.