ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

'ପାକିସ୍ତାନକୁ PoK ଖାଲି କରିବାକୁ ହେବ'; ନିରାପଦା ପରିଷଦରେ ଭାରତର ଚେତାବନୀ

Published By : Ankita S | March 25, 2025 11:01 AM

ନୂଆଦିଲ୍ଲୀ,୨୫/୦୩: ପାକିସ୍ତାନକୁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ପୁଣି ଥରେ କଡ଼ା ତାଗିଦ୍ କରିଛି ଭାରତ । ଜାମ୍ମୁକାଶ୍ମୀର ପ୍ରସଙ୍ଗ ଠାରୁ ନେଇ ଆତଙ୍କବାଦ ଯାଏଁ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି । ପିଓକେରେ ପାକିସ୍ତାନ ଅବୈଧ ଭାବରେ କବଜା କରିଛି । ପାକିସ୍ତାନକୁ ପିଓକେ ଖାଲି କରିବାକୁ ହେବ ବୋଲି । ଏହା ଭାରତ ଅବିଚ୍ଛେଦ୍ୟ ଅଂଶ ବୋଲି ୟୁଏନରେ ଭାରତର ରାଷ୍ଟ୍ରଦୂତ ପି. ହରିଶ  କହିଛନ୍ତି ।

'PoK ଖାଲି କରିବାକୁ ହେବ'- ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଭାରତର ରାଷ୍ଟ୍ରଦୂତ ପରବତାନେନୀ ହରିଶ ସଫା ସଫା କରି କହି ଦେଇଛନ୍ତି କି, '' ପିଓକେ ଭାରତର ଅଂଶ । ପାକିସ୍ତାନକୁ ପିଓକେ ଖାଲି କରିବାକୁ ପଡିବ । ପାକିସ୍ତାନ ବାରମ୍ବାର ଜାମ୍ମୁକାଶ୍ମୀର ନାମ ନେଇ ତାର ନୈତିକତାକୁ ଉଲ୍ଲଘଂନ କରୁଛି । ଜାମ୍ମୁକାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଅଛି ରହିବ । ଜାମ୍ମୁକାଶ୍ମୀରର ଯେଉଁ ସବୁ ସ୍ଥାନରେ ପାକିସ୍ତାନ ଅବୈଧ କବଜା କରିଛି ତାକୁ ଖାଲି କରିବାକୁ ପଡିବ ।''

ୟୁଏନଏସସିରେ ଭାରତ ଆହୁରି କହିଛି, '' ପାକିସ୍ତାନ ସହ ଭାରତ ଭଲ ସମ୍ପର୍କ ଚାହେଁ ମାତ୍ର ଏହା ପାକିସ୍ତାନର ଦାୟିତ୍ବ । ତାକୁ ପ୍ରଥମେ ଆତଙ୍କବାଦ ଶେଷ କରିବାକୁ ପଡିବ । ଶାନ୍ତିର ମାହୋଲ ସୃଷ୍ଟି କରିବାକୁ ହେବ ଫଳରେ ଦୁଇ ଦେଶ ମଧ୍ୟରେ କିଛି ଆଲୋଚନା ସମ୍ଭବ ହେବ । ସଂଯୁକ୍ତ ରାଷ୍ଟ୍ର ପରି ମଞ୍ଚରେ ପାକିସ୍ତାନ ଛୋଟମୋଟ ରାଜନୀତି ନକରୁ । ଏଠାରେ ଆମେ ପୁରୁଣା ବିବାଦ ନୁହେଁ ଶାନ୍ତିର କଥା କହୁ । ପିଓକେରେ ତାର ଅବୈଧ କବଜା କୌଣସି ପ୍ରକାର ଜାରି ରହିବ ନାହିଁ ।''

ଅଧିକ ପଢନ୍ତୁ...ଟ୍ରେନ୍ ହାଇଜ୍ୟାକ୍ ନେଇ ଅଙ୍ଗୁଳି ଉଠାଉଥିଲା ପାକିସ୍ତାନ, କଡା ଜବାବ୍ ଦେଲା ଭାରତ

ଧାରା ୩୭୦ ପରେ ଅଧିକ ବିଗିଡିଲା ସମ୍ପର୍କ- ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଭାରତ ସରକାର ଧାରା ୩୭୦ ଉଚ୍ଛେଦ କରି ଜମ୍ମୁ କାଶ୍ମୀର ଉପରୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ହଟାଇ ଦେଇଥିଲେ । ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜିତ ହୋଇଥିଲା । ଏହାପରେ ଭାରତ ଓ ପାକିସ୍ତାନର ସମ୍ପର୍କ ଆହୁରି ବିଗିଡିଥିଲା ।

କହି ରଖୁଛୁ କି, ୟୁଏନରେ ପାକିସ୍ତାନ, କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ଲଗାତାର ପ୍ରୟାସ କରି ଆସୁଛି । ସବୁଥର ପାକିସ୍ତାନ ଲଜ୍ଜିତ ହୁଏ । ଏହି ପ୍ରସଙ୍ଗକୁ ଭାରତ ୟୁଏନରେ କଡା ଜବାବ ଦେଇଛି । ପାକିସ୍ତାନ ଦ୍ବାରା ହେଉଥିବା ଆତଙ୍କବାଦକୁ ନେଇ ମଧ୍ୟ ତାଗିଦ୍ କରିଛି ଭାରତ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.