ପ୍ରମୂଖ ଖବର
  • ବଣାଇ ଜାମୁଢିହି ଟୋଲ ଗେଟ ନିକଟରେ ଚା’ ଦୋକାନ ଉପରେ ମାଡିଗଲା ହାଇଓ୍ବା, ୩ ମୃତ
  • ||
  • ଶ୍ରୀକ୍ଷେତ୍ରରେ କାଳବୈଶାଖୀ ପ୍ରଭାବ, ଓଲଟା ଉଡ଼ିଲା ଛାଉଣୀ ମଠର ବାନା
  • ||
  • ନବ ଦାସ ହତ୍ୟା ମାମଲା, ୫ ଦିନର ତନାଘନା ପରେ ଝାରସୁଗୁଡ଼ା ଛାଡ଼ିଲା କ୍ରାଇମବ୍ରାଞ୍ଚ ଟିମ୍‌
  • ||
  • କେନ୍ଦୁଝର : ପୋଖରୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ଛାତ୍ର ନିଖୋଜ
  • ||
  • ଗଞ୍ଜାମ: କୁକୁରକୁ ହାଣିଲେ ୮ ଦୁର୍ବୁତ୍ତ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ହରିଆଣା ବାହାଦୁରଗଡ଼ରେ ଘର ଭିତରେ ବିସ୍ଫୋରଣ, ସିଲିଣ୍ଡର ଫାଟି ୪ ମୃତ, ଜଣେ ଗୁରୁତର
  • ||
  • ଜଗତସିଂହପୁର: ବହି ଗୋଦାମର ବିସ୍ଫୋରଣ, ଜଳିଗଲା ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବହିଖାତା
  • ||
  • ଆମେରିକା ମେକ୍ସିକୋର ଏକ ପାର୍କରେ ଆଖିବୁଜା ଗୁଳିମାଡ଼, ୩ ମୃତ, ୧୫ରୁ ଅଧିକ ଗୁରୁତର
  • ||
  • ଆଇପିଏଲ୍‌ରେ ସୁପର ସନ୍‌ଡେରେ ଡବଲ ଫାଇଟ୍, ହାଇଦ୍ରାବାଦ- ରାଜସ୍ଥାନ,ଚେନ୍ନାଇ- ମୁମ୍ବାଇ ମୁକାବିଲା
  • ||
  • ରାଜ୍ୟରେ ଆହୁରି ଦୁଇ ଦିନ ତାଣ୍ଡବ ରଚିବ କାଳବୈଶାଖୀ,୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା : ସିବିଆଇ ଦାଖଲ କଲା କ୍ଲୋଜର ରିପୋର୍ଟ , ଫ୍ୟାନରେ ଝୁଲି ଥିବାର ମିଳିଥିଲା ମୃତଦେହ

Published By : Prameya | March 22, 2025 11:17 PM

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଶନିବାର ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି। ଏହି ମାମଲାରେ ଯାଞ୍ଚ କରୁଥିବା କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି (ସିବିଆଇ) ନିଜର କ୍ଲୋଜର ରିପୋର୍ଟ ଦାଖଲ କରିଛି। ସୁଶାନ୍ତଙ୍କର ମୃତ୍ୟୁ ୧୪ ଜୁନ୍‌ ୨୦୨୦ରେ ହୋଇଥିଲା। ତାଙ୍କର ମୃତଦେହ ମୁମ୍ୱାଇ ସ୍ଥିତ ଘରେ ଫ୍ୟାନରୁ ଝୁଲି ଥିବାର ମିଳି ଥିଲା। ପ୍ରାରମ୍ଭିକ ଭାବେ ଆତ୍ମହତ୍ୟାର ଆଶଙ୍କା କରାଯାଉ ଥିଲା, ହେଲେ ପରେ ମାମଲା ହତ୍ୟାକାଣ୍ଡ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଏହାପରେ ମାମଲାର ଯାଞ୍ଚକୁ ସିବିଆଇକୁ ପ୍ରଦାନ କରାଗଲା ଏବଂ ଅଭିନେତାଙ୍କ ମୃତ୍ୟୁର ପାଖାପାଖି ୫ବର୍ଷ ପରେ ଏଜେନ୍ସି କ୍ଲୋଜର ରିପୋର୍ଟ ଦାଖଲ କରିଛି। 

ସିବିଆଇ ମୁମ୍ୱାଇର ଏକ ସ୍ୱତନ୍ତ୍ର କୋର୍ଟଙ୍କ ସମ୍ମୁଖରେ ନିଜର ନିଷ୍କର୍ଷ ପ୍ରସ୍ତୁତ କରିଛି, ଯାହା ଏବେ ସ୍ଥିର କରିବ କି, ରିପୋର୍ଟକୁ ସ୍ୱୀକାର କରାଯାଉ ନୁହେଁ ତ ଏଜେନ୍ସି ଦ୍ୱାରା ଆଗାମୀ ଯାଞ୍ଚର ଆଦେଶ ଦିଆ ଯାଉ। କେନ୍ଦ୍ରୀୟ ଏଜେନ୍ସି ବିହାର ପୁଲିସ ଠାରୁ  ଯାଞ୍ଚ ନିଜ ହାତକୁ ନେଇଥିଲା। ସୁଶାନ୍ତଙ୍କ ପିତା କେ.କେ ସିଂହଙ୍କ ଦ୍ୱାରା ପାଟନାରେ ଆତ୍ମହତ୍ୟା ପାଇଁ ଉସୁକାଇବାର ମାମଲା ରୁଜୁ କରାଯାଇ ଥିଲା। ସିବିଆଇକୁ ନିଜର ନିର୍ଣ୍ଣାୟକ ମେଡିକୋ-ଲିଗାଲ୍ ଓପିନିୟନ ଦିଆଯାଇ ଥିଲା। ରାୟରେ, ଏମ୍ସର ଫରେନ୍ସିକ ବିଶେଷଜ୍ଞମାନେ ମାମଲାରେ କରାଯାଇ ଥିବା ବିଷ ଦେବା ଓ ତଣ୍ଟି ଚିପିବାର ଦାବିକୁ ଖାରଜ କରି ଦେଇଥିଲା। ସିବିଆଇ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ଥିବା ରିୟା ଚକ୍ରବର୍ତ୍ତୀ ଓ ତାଙ୍କର ନିକଟତମ ଲୋକଙ୍କ ବୟାନ ରେକର୍ଡ କରିଥିଲା ଏବଂ ଅଭିନେତାଙ୍କ ମେଡିକାଲ ରିପୋର୍ଟ ସଂଗ୍ରହ କରିଥିଲା। 

ବିହାର ପୁଲିସକୁ ଦିଆ ଯାଇ ଥିବା ନିଜର ଅଭିଯୋଗରେ ସୁଶାନ୍ତଙ୍କ ପିତା ଅଭିଯୋଗ କରିଥିଲେ ଯେ, ରିୟା ଚକ୍ରବର୍ତ୍ତୀ ନିଜ ପରିବାର ସଦସ୍ୟଙ୍କ ସହ ମିଶି ନିଜ ପୁଅର ପଇସାକୁ ଲୁଟି କରିଛନ୍ତି। ହେଲେ ରିୟା ଚକ୍ରବର୍ତ୍ତୀ ଟେଲିଭିଜନ ସାକ୍ଷାତ୍କାରରେ ଏହି ଅଭିଯୋଗକୁ ଖଣ୍ଡନ କରି ଥିଲେ। ରିୟାଙ୍କ ସମେତ ଅନେକ ବଲିଉଡ୍‌ ଅଭିନେତାଙ୍କ ଠାରୁ ପଚାରପଚରି ହୋଇଥିଲା। ରିୟାଙ୍କୁ ପାଖାପାଖି ମାସେ ଯାଏ ଜେଲ୍‌ ଯିବାକୁ ପଡ଼ି ଥିଲା। ମାମଲାଟି ହାତକୁ ଆସିବା ପର ଠାରୁ ଯାଞ୍ଚ ଏଜେନ୍ସି ହତ୍ୟା ଓ ଆତ୍ମହତ୍ୟା, ଦୁଇ ଦିଗରୁ ଯାଞ୍ଚ କରୁଥିଲା।

ସୁଶାନ୍ତଙ୍କର ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ଶ୍ୱାସକ୍ରିୟା ଜନିତ କୁହାଯାଇ ଥିଲା। ପୋଷ୍ଟମର୍ଟମ ମୁମ୍ୱାଇର କୁପର ହସ୍ପିଟାଲରେ କରାଯାଇ ଥିଲା। 

ସୁଶାନ୍ତ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ନିଜର କ୍ୟାରିୟରର ଆରମ୍ଭ ‘କିସ୍‌ ଦେଶ ମୈଁ ମେରା  ଦିଲ୍‌ ’ ଭଳି ଟିଭି ଶୋ’ରୁ କରିଥିଲେ ଏବଂ ଏକତା କପୁରଙ୍କ ପବିତ୍ର ରିସ୍ତାରେ ନିଜର ଆକ୍ଟିଂ ପାଇଁ ପ୍ରଶଂସକଙ୍କ ହୃଦୟ ଜିତି ନେଇଛନ୍ତି। ଅଭିନେତା ବଡ଼ ପରଦାରେ ପାଦ ରଖିଥିଲେ ଏବଂ କାଇ ପୋ ଚେ , ଏମଏସ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରୀ , ଶୁଦ୍ଧ ଦେଶୀ ରୋମାନ୍ସ,, ଡିଟେକ୍ଟିଭ୍‌ ବ୍ୟୋମକେଶ ବକ୍ସି , କେଦାରନାଥ , ଛିଛୋର ଓ ଦିଲ୍‌ ବେଚାରା ଭଳି ଫିଲ୍ମରେ ନଜର ଆସିଥିଲେ। ନିଜର ସବୁଠୁ ବଡ଼ ସଫଳତା ଏମଏସ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରୀ ପରେ ତାଙ୍କୁ ଖୁବ୍‌ ଲୋକପ୍ରିୟତା ମିଳିଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.