ପ୍ରମୂଖ ଖବର
  • ଗାଁ ନିକଟରେ ବୁଲୁଛନ୍ତି ଗୋଠଛଡ଼ା ମା’-ଛୁଆ ହାତୀ, ଭୟଭୀତ ଲୋକେ
  • ||
  • ଝିଅ ବାହାଘର ପାଇଁ ଜମି ବିକ୍ର କରି ରଖିଥିଲେ ଟଙ୍କା ଏବଂ ସୁନା, କଳାକନା ବୁଲାଇଦେଲେ ଦୁର୍ବୃତ୍ତ
  • ||
  • ବ୍ଲାକ୍‌ମେଲ୍‌ ଓ ସେକ୍ସଟର୍ସନ୍‌ର ଶିକାର ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲା, ୫ ଦିନିଆ ରିମାଣ୍ଡରେ ନାଇଜେରୀୟ ଠକ
  • ||
  • ବିଧାନସଭା ବଜେଟ ଅଧିବେଶ, ଗିନି ଘଣ୍ଟମାଡ଼ ଧୋଇଗଲା ପ୍ରଶ୍ନକାଳ, ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
  • ||
  • ଆଇପିଏଲ୍ ୨୦୨୫: ଆଜି ଗୁଜରାଟ ଟାଇଟନ୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଫୋକସ୍‌ରେ ପଣ୍ଟିଂ-ଆୟର ଯୋଡ଼ି
  • ||
  • ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଟଙ୍କାର ପାହାଡ଼, ଫ୍ଲାଟରୁ ନଗଦ ୧୭ ଲକ୍ଷ ଠାବ
  • ||
  • ବିଧାନସଭାରେ ଅଚଳାବସ୍ଥା ଜାରି, ଶାସକ-ବିରୋଧୀଙ୍କ ଜିଦ ଯୋଗୁଁ ଚାଲିପାରୁନି ଗୃହ
  • ||
  • ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
  • ||
  • ରାଜ୍ୟରେ ବଦଳିବ ପାଗର ମିଜାଜ୍, ଉପରମୁହାଁ ​‌ହେବ ପାରଦ: ୩ ଦିନରେ ୫ ଡିଗ୍ରୀ ବଢ଼ିବ ତାତି
  • ||

ବିଶ୍ୱରେ ପ୍ରଥମ; ବିନା ସିମେଣ୍ଟରେ ବିଳାସପୂର୍ଣ୍ଣ ମହଲ, ୧୦୦୦ ବର୍ଷ ଯାଏ ରହିବ ଅକ୍ଷୁର୍ଣ୍ଣ

Published By : Prameya | March 23, 2025 3:30 PM

ବେଙ୍ଗାଲୁରୁ, ୨୩।୩: ସାଧାରଣତଃ ଘର, ବଙ୍ଗଳା ଆଦି ନିର୍ମାଣ କରିବାକୁ ହେଲେ ଇଟା, ପଥର, ବାଲି, ଲୁହା ରଡ୍‌ ଏବଂ ସିମେଣ୍ଟ ଆଦି ଆଭଶ୍ୟକ ପଡ଼ିଥାଏ । ଘରକୁ ସୁଦୃଢ଼ କରିବାକୁ ହେଲେ ସିମେଣ୍ଟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ, ବିନା ସିମେଣ୍ଟର ବ୍ୟବହାରରେ ନିର୍ମାଣ ହୋଇଥିବା ଆଲିସାନ୍ ବଙ୍ଗଳା ଦେଖିଛନ୍ତି କି ? ଏଭଳି ଘର ରହିଛି ବେଙ୍ଗାଲୁରରେ । ଆମେ ଆପଣଙ୍କୁ ବିଶ୍ୱର ପ୍ରଥମ ବିନା ସିମେଣ୍ଟରେ ତିଆରି ଘର ବିଷୟରେ କହିବାକୁ ଯାଉଛୁ । ଏହି ଘର ଦେଖି ବଲିଉଡ୍‌ ଅଭିନେତା ପରେଶ ରାଓ୍ବଲ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅଭିନେତା ତାଙ୍କ ପୂର୍ବତନ ‘ଏକ୍ସ’ ହ୍ୟାଣ୍ଡେଲରେ ନେହା ଗୁରୁଙ୍ଗ ନାମକ ଜଣେ ଝିଅର ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ସିମେଣ୍ଟ ବିନା ଏକ ବିଳାସପୂର୍ଣ୍ଣ ଘରର ଝଲକ ଦେଖିବାକୁ ମିଳିଛି ।  

ଏହି ଘରଟି ସିମେଣ୍ଟରେ ନୁହେଁ ବରଂ ଗ୍ରାନାଇଟ୍‌ ପଥରରେ ତିଆରି । ଘରର କିଛି ଆକର୍ଷଣୀୟ କାନ୍ଥ ବାଲିପଥରରେ ତିଆରି । ଏହି ଘର ସିମେଣ୍ଟ ଘରଠାରୁ ଏତେ ମଜବୁତ୍‌ରେ ବିସ୍ଫୋରଣ ଦ୍ୱାରା ବି ପ୍ରଭାବିତ ହେବ ନାହିଁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଘର ୧୦୦ କିମ୍ବା ୨୦୦ ବର୍ଷ ନୁହେଁ ବରଂ ହଜାର ହଜାର ବର୍ଷ ଯାଏ ତିଷ୍ଠିବ । ଏହା ବିଶ୍ୱର ଏକମାତ୍ର ଘର, ଯାହାର ନିର୍ମାଣରେ ସିମେଣ୍ଟ ବ୍ୟବହାର ନକରି ଏତେ ବଡ଼ ଘର ତିଆରି ହୋଇଛି । ଏହି ସମ୍ପୂର୍ଣ୍ଣ ଘରଟି ଗ୍ରାନାଇଟ୍‌ ପଥରରେ ତିଆରି । ଏଥିରେ ସାମାନ୍ୟ ସିମେଣ୍ଟର ବି ବ୍ୟବହାର କରାଯାଇାହିଁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.