ପ୍ରମୂଖ ଖବର
  • ଗାଁ ନିକଟରେ ବୁଲୁଛନ୍ତି ଗୋଠଛଡ଼ା ମା’-ଛୁଆ ହାତୀ, ଭୟଭୀତ ଲୋକେ
  • ||
  • ଝିଅ ବାହାଘର ପାଇଁ ଜମି ବିକ୍ର କରି ରଖିଥିଲେ ଟଙ୍କା ଏବଂ ସୁନା, କଳାକନା ବୁଲାଇଦେଲେ ଦୁର୍ବୃତ୍ତ
  • ||
  • ବ୍ଲାକ୍‌ମେଲ୍‌ ଓ ସେକ୍ସଟର୍ସନ୍‌ର ଶିକାର ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲା, ୫ ଦିନିଆ ରିମାଣ୍ଡରେ ନାଇଜେରୀୟ ଠକ
  • ||
  • ବିଧାନସଭା ବଜେଟ ଅଧିବେଶ, ଗିନି ଘଣ୍ଟମାଡ଼ ଧୋଇଗଲା ପ୍ରଶ୍ନକାଳ, ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
  • ||
  • ଆଇପିଏଲ୍ ୨୦୨୫: ଆଜି ଗୁଜରାଟ ଟାଇଟନ୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଫୋକସ୍‌ରେ ପଣ୍ଟିଂ-ଆୟର ଯୋଡ଼ି
  • ||
  • ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଟଙ୍କାର ପାହାଡ଼, ଫ୍ଲାଟରୁ ନଗଦ ୧୭ ଲକ୍ଷ ଠାବ
  • ||
  • ବିଧାନସଭାରେ ଅଚଳାବସ୍ଥା ଜାରି, ଶାସକ-ବିରୋଧୀଙ୍କ ଜିଦ ଯୋଗୁଁ ଚାଲିପାରୁନି ଗୃହ
  • ||
  • ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
  • ||
  • ରାଜ୍ୟରେ ବଦଳିବ ପାଗର ମିଜାଜ୍, ଉପରମୁହାଁ ​‌ହେବ ପାରଦ: ୩ ଦିନରେ ୫ ଡିଗ୍ରୀ ବଢ଼ିବ ତାତି
  • ||

ଦିଲ୍ଲୀରେ ଦଳର ଶୋଚନୀୟ ପରାଜୟ ପରେ ପ୍ରଥମଥର ପାଇଁ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେଲେ କେଜ୍ରିଓ୍ବାଲ, ବିଜେପିକୁ କଲେ ସମାଲୋଚନା...

Published By : Prameya | March 23, 2025 8:45 PM

Image source: ABP live

ନୂଆଦିଲ୍ଲୀ: ଦିଲ୍ଲୀରେ ଦଳର ଶୋଚନୀୟ ପରାଜୟ ପରେ ପ୍ରଥମଥର ପାଇଁ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେଲେ ଆପ୍ ସଂଯୋଜକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ପ୍ରଥମ ସାର୍ବଜନୀନ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ସହିଦ ଭଗତ ସିଂହଙ୍କ ସହିଦ ଦିବସରେ ଦଳୀୟ କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ଏହି ଅବସରରେ ଅରବିନ୍ଦ କେଜରିୱାଲ ତାଙ୍କ ଭାଷଣରେ କହିଥିଲେ ଯେ, ବିଜେପି ସରକାର କ୍ଷମତା ଗ୍ରହଣ କରିବାର ୪୮ ଘଣ୍ଟା ମଧ୍ୟରେ ବାବା ସାହେବ ଆମ୍ବେଦକରଙ୍କ ଫଟୋ ହଟାଇ ଦେଇଛି। ଏବେ ମୁଁ କେବଳ ଏତିକି ଚାହୁଁଛି ଯେ, ଦିଲ୍ଲୀର ଲୋକ ମାନଙ୍କୁ ଯୋଗାଇ ଦିଆଯାଉଥିବା ସୁବିଧା ବନ୍ଦ ନ ହେଉ । ମହିଳା ମାନଙ୍କୁ ମୋବାଇଲ୍ ଆପ୍ ମାଧ୍ୟମରେ କିଣିବାକୁ କୁହାଯାଉଛି। କେତେ ଜଣ ମହିଳା ଏହା କରିପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି । 

କେଜରିୱାଲ କହିଛନ୍ତି ଯେ ବିଜେପି ମହିଳାଙ୍କୁ ପ୍ରତିମାସ ୨୫ଶହ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲା କିନ୍ତୁ ଏପର୍ଯ୍ୟନ୍ତ ଦେଇନାହିଁ। ଦୁଇଟି ସିଲିଣ୍ଡର ମାଗଣା ଦେବାର କଣ ହେଲା ? କେଜରିୱାଲ ଆହୁରି କହିଛନ୍ତି, "ଆମେ କ୍ଷମତା ପାଇଁ ଆସିନାହୁଁ ବରଂ ବାବା ସାହେବ ଆମ୍ବେଦକର ଏବଂ ଭଗତ ସିଂହଙ୍କ ସ୍ୱପ୍ନ ପାଇଁ ଆସିଛୁ।" ଯେତେବେଳେ ଇତିହାସ ଲେଖାଯିବ, ସେତେବେଳେ ଲେଖାଯିବ ଯେ ଆମ ଆଦମୀ ପାର୍ଟି ନିଷ୍ଠୁର ଶାସକଙ୍କ ବିରୋଧରେ ଲଢ଼ିଥିଲା । ଏହି କାର୍ଯ୍ୟକ୍ରମରେ ଆମ ଆଦମୀ ପାର୍ଟିର ସମସ୍ତ ଅଧିକାରୀ, ବିଧାୟକ, କାଉନସିଲର ଏବଂ ନେତାମାନେ ଅଂଶଗ୍ରହଣ କରିଥିଲେ।

ଫେବୃଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ନୂଆଦିଲ୍ଲୀ ଆସନରୁ ପରାଜୟ ପରେ, କେଜରିୱାଲ ସାଧାରଣରେ ଦେଖାଯାଇ ନାହାଁନ୍ତି ଏବଂ ନିଜକୁ ଦଳ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ସୀମିତ ରଖିଛନ୍ତି । ଆମ ଆଦମୀ ପାର୍ଟି ୨୦୧୫ ରୁ ୨୦୨୪ ପର୍ଯ୍ୟନ୍ତ ବିପୁଳ ଜନାଦେଶ ସହିତ ଦିଲ୍ଲୀରେ ଶାସନ କରିଥିଲା, କିନ୍ତୁ ସମ୍ପ୍ରତି ବିଧାନସଭା ନିର୍ବାଚନରେ ଏହା ୭୦ ସଦସ୍ୟ ବିଶିଷ୍ଟ ଗୃହରେ ୨୨ ଆସନକୁ ହ୍ରାସ ପାଇଛି। ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.