ପ୍ରମୂଖ ଖବର
  • ଗାଁ ନିକଟରେ ବୁଲୁଛନ୍ତି ଗୋଠଛଡ଼ା ମା’-ଛୁଆ ହାତୀ, ଭୟଭୀତ ଲୋକେ
  • ||
  • ଝିଅ ବାହାଘର ପାଇଁ ଜମି ବିକ୍ର କରି ରଖିଥିଲେ ଟଙ୍କା ଏବଂ ସୁନା, କଳାକନା ବୁଲାଇଦେଲେ ଦୁର୍ବୃତ୍ତ
  • ||
  • ବ୍ଲାକ୍‌ମେଲ୍‌ ଓ ସେକ୍ସଟର୍ସନ୍‌ର ଶିକାର ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲା, ୫ ଦିନିଆ ରିମାଣ୍ଡରେ ନାଇଜେରୀୟ ଠକ
  • ||
  • ବିଧାନସଭା ବଜେଟ ଅଧିବେଶ, ଗିନି ଘଣ୍ଟମାଡ଼ ଧୋଇଗଲା ପ୍ରଶ୍ନକାଳ, ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
  • ||
  • ଆଇପିଏଲ୍ ୨୦୨୫: ଆଜି ଗୁଜରାଟ ଟାଇଟନ୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଫୋକସ୍‌ରେ ପଣ୍ଟିଂ-ଆୟର ଯୋଡ଼ି
  • ||
  • ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଟଙ୍କାର ପାହାଡ଼, ଫ୍ଲାଟରୁ ନଗଦ ୧୭ ଲକ୍ଷ ଠାବ
  • ||
  • ବିଧାନସଭାରେ ଅଚଳାବସ୍ଥା ଜାରି, ଶାସକ-ବିରୋଧୀଙ୍କ ଜିଦ ଯୋଗୁଁ ଚାଲିପାରୁନି ଗୃହ
  • ||
  • ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
  • ||
  • ରାଜ୍ୟରେ ବଦଳିବ ପାଗର ମିଜାଜ୍, ଉପରମୁହାଁ ​‌ହେବ ପାରଦ: ୩ ଦିନରେ ୫ ଡିଗ୍ରୀ ବଢ଼ିବ ତାତି
  • ||

ପାକିସ୍ତାନ ଏବଂ ଆମେରିକାରେ ଥାଇ ବି ଭାରତ ଉପରେ ଆତଙ୍କୀ କରିଥିଲେ ଗ୍ରେନେଡ ଆକ୍ରମଣ, ଚାର୍ଜସିଟ୍‌ରେ ରିନ୍ଦା ଓ ହାପିର ନାଁ

Published By : Prameya | March 23, 2025 2:45 PM

ନୂଆଦିଲ୍ଲୀ,୨୩।୩: ଚଣ୍ଡୀଗଡ ଗ୍ରେନେଡ୍ ଆକ୍ରମଣ ଘଟଣାରେ ପୋଲିସ ୪ ଆତଙ୍କବାଦୀଙ୍କ ବିରୋଧରେ ରୁଜୁ କରିଛି ଚାର୍ଜସିଟ୍। ଏଥିରେ ପାକିସ୍ତାନ ସ୍ଥିତ ହରବିନ୍ଦର ସିଂହ ସନ୍ଧୁ ଓରଫ ରିନ୍ଦା ଓ ଆମେରିକାରେ ଥିବା ହରମନପ୍ରୀତ ସିଂହ ଓରଫ୍ ହାପି ପାସିୟା ରହିଛନ୍ତି। ଏହି ଦୁହିଁଙ୍କୁ ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ ଓ ହାଣ୍ଡେଲର ବୋଲି କୁହାଯାଇଛି। ଏନ୍‌ଆଇଏର କହିବା ଅନୁସାରେ, ଏହି ଆତଙ୍କବାଦୀ ଭାରତରେ ନିଜର ଅପରାଧିକ ଗତିବିଧିକୁ ସଫଳ କରିବା ପାଇଁ ନିଜର ନେଟଓ୍ବର୍କର ବ୍ୟବହାର କରୁଥିଲେ। ତାଙ୍କ ଉପରେ ଭାରତରେ ଆତଙ୍କବାଦୀ ଗତିବିଧି ସୃଷ୍ଟି କରିବା ଓ ନିର୍ଦୋଷ ଲୋକଙ୍କ ଜୀବନ ନେବାର ଅଭିଯୋଗ ରହିଛି। 

ସେପ୍ଟେମ୍ବର ୨୦୨୪ ରେ ହୋଇଥିବା ହମଲାର ମୁଖ୍ୟ ଉଦେଶ୍ୟ ଥିଲା ପଞ୍ଜାବ ପୋଲିସର ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କୁ ଟାର୍ଗେଟ କରିବା। ତେବେ ଏହି ଆକ୍ରମଣରେ ଭୁଲରେ ଅନ୍ୟ କାହାର ଘର ପ୍ରଭାବିତ ହୋଇଥିଲା। ଏନ୍‌ଆଇଏ ଯାଞ୍ଚରେ ଏହି କଥା ସାମନାକୁ ଆସିଛି ଯେ,  ଆକ୍ରମଣ ଷଡଯନ୍ତ୍ର ପାକିସ୍ତାନରେ ଥିବା ରିନ୍ଦା ଓ ଆମେରିକାରେ ରହୁଥିବା ହାପି ମିଶି ଏକାଠି କରିଥିଲେ। ଏହି ଦୁହେଁ ଭାରତରେ ନିଜର ସାଥୀଙ୍କୁ ହତିଆର, ଗୋଳା-ବାରୁଦ ଓ ଫଣ୍ଡ ଦେଉଥିଲେ। ଏଥିପାଇଁ ସେମାନେ ସ୍ଥାନୀୟ ଆତଙ୍କୀଙ୍କୁ ଭର୍ତ୍ତି କରିଥିଲେ, ଯାହାଙ୍କ ଭିତରେ ରୋହନ ମସିହ ଓ ଭିଶାଲ ମସିହ ସାମିଲ ଥିଲେ। ଏହି ଦୁଇ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେଇ ଆକ୍ରମଣ ପାଇଁ ପ୍ରସ୍ତୁତ କରାଯାଇଥିଲା। 

ଏନ୍ଆଇଏର ଯାଞ୍ଚ ଅନୁସାରେ, ରିନ୍ଦା ଓ ହାପି ଆକ୍ରମଣ ପୂର୍ବରୁ ନିଜର ସ୍ଥାନୀୟ ସାଥୀଙ୍କୁ ନେଇ ଦୁଇ ଥର ଏହି ଅଞ୍ଚଳ ଗସ୍ତ କରିଥିଲେ।  ଏହି ରେକି ସମୟରେ ଆକ୍ରମଣ ପାଇଁ ଟାର୍ଗେଟ ସିଲେକ୍ଟ କରାଯାଇଥିଲା। ଏହାପରେ ଏହି ଆତଙ୍କବାଦୀମାନେ ଗ୍ରେନେଡ୍‌ରେ ଆକ୍ରମଣ କରିଥିଲେ। ଏଭଳି ଭାବରେ ପୁରା ଯୋଜନା ଓ ହମଲା ଏହି ଦୁଇ ଆତଙ୍କବାଦୀଙ୍କ ନିର୍ଦେଶରେ ହୋଇଥିଲା। ଏନ୍‌ଆଇର ଏହି ମାମଲାରେ ସ୍ପେଶାଲ ଏନ୍‌ଆଇଏ କୋର୍ଟ ଚଣ୍ଡୀଗଡରେ ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ଅପରାଧିଙ୍କ ବିରୋଧରେ ବହୁ ଗମ୍ଭୀର ଧାରା ଲାଗିଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.