ପ୍ରମୂଖ ଖବର
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଅଲ୍ଲୁ ଅର୍ଜୁନ ସାଜିଲେ ଭାରତର ସବୁଠୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତା , ଏଟଲି କୁମାରଙ୍କ ଫିଲ୍ମ ଏ-୬ ପାଇଁ ନେଲେ ୧୭୫ କୋଟି ଟଙ୍କା

Published By : Prameya | March 22, 2025 8:03 PM

ମୁମ୍ୱାଇ : ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨ ବକ୍ସ ଅଫିସରେ ସଫଳତାର ବାନା ଉଡ଼ାଇଛି। ଏହି ଫିଲ୍ମ କେବଳ ସାଉଥ୍‌ରେ ନୁହେଁ ହିନ୍ଦୀ ବେଲ୍‌ଟରେ ମଧ୍ୟ ଖୁବ୍‌ ଆୟ କରିଛନ୍ତି। ଅନ୍ୟପଟେ ଅଲ୍ଲୁ ଅର୍ଜୁନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। 'ଯବାନ' ଫିଲ୍ମର ଡାଇରେକ୍ଟର ଏଟଲି ଏବେ ଅଲ୍ଲୁ ଅର୍ଜୁନଙ୍କ ସହ ମିଶି ଏକ ମେଗା ବଜେଟ୍‌ ପ୍ୟାରେଲଲ ୟୁନିଭର୍ସ ଫିଲ୍ମ ଏ-୬ ତିଆରି କରୁଛନ୍ତି ଏବଂ ଏଥିପାଇଁ ପ୍ରସ୍ତତି କାମ ଜୋରସୋରରେ ଚାଲିଛି। ଆପଣ କଣ ଜାଣନ୍ତି ଯେ, ଏହି ଫିଲ୍ମ ପାଇଁ ଅଲ୍ଲୁ ମୋଟା ରକମ ପାଇଛନ୍ତି ଏବଂ ଏହା ସହ ହିଁ ସେ ଭାରତର ସବୁଠୁ ଅଧିକ ଆୟ କରୁଥିବା ଅଭିନେତା ହୋଇ ଯିବେ। ଆସନ୍ତୁ ଏବେ ଜାଣିବା କେତେ ଅଛି ଅଲ୍ଲୁଙ୍କ ପାରିଶ୍ରମକ ? 

ପିଙ୍କଭିଲାର ରିପୋର୍ଟ ଅନୁସାରେ , ଅଲ୍ଲୁ ଅର୍ଜୁନ ନିଜର ଆଗାମୀ ଫିଲ୍ମ ଡାଇରେକ୍ଟର ଏଟଲୀଙ୍କ ସହ କରିବାକୁ ଯାଉଛନ୍ତି। ଅଲ୍ଲୁ ଅର୍ଜୁନ ନିର୍ମାତା ସନ ଫିକଚର୍ସ ସହ ୧୭୫ କୋଟି ଟଙ୍କାର ଡିଲ୍‌ ସାଇନ୍‌ କରିଛନ୍ତି , ଏହାସହ ୧୫ ପ୍ରତିଶତ ପ୍ରଫିଟ୍‌ ସେୟାରର ବ୍ୟାକଏଣ୍ଡ ଡିଲ୍‌ ମଧ୍ୟ କରାଯାଇଛି। ଏହା ଏବେ ସୁଦ୍ଧା କୌଣସି ଅଭିନେତାଙ୍କ ଦ୍ୱାରା କରାଯାଇ ଥିବା ସବୁଠୁ ବଡ଼ ଫ୍ରଣ୍ଟ-ଏଣ୍ଡ ଡିଲ୍‌ ଏବଂ ଅଲ୍ଲୁ ଅଗଷ୍ଟ ୨୦୨୫ରୁ ଏଟଲୀ ଓ ସନ୍‌ ପିକଚର୍ସ ପାଇଁ ତାରିଖ ମଧ୍ୟ ବୁକ୍‌ କରି ଦେଇଛନ୍ତି। 

ପ୍ରି-ପ୍ରଡକ୍ସନରେ ଲାଗୁ ଥିବା ସମୟର ଆଧାରରେ , ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ଫିଲ୍ମକୁ ଆରମ୍ଭ କରିବାର ବିଚାର ରହିଛି। ଏ-୬କୁ ଭିଏଫଏକ୍ସ ଆଧାରିତ ଏକ ଲେବଲରେ ତିଆରି କରାଯିବାର କଥାବାର୍ତ୍ତା ଚାଲିଛି। କହି ରଖୁଛି କି, ସଲମାନ ଖାନଙ୍କ ବର୍ତ୍ତମାନର ପାରିଶ୍ରମିକ ୧୦୦କୋଟି ଟଙ୍କା ରହିଛି। ଫିଲ୍ମର ସୁଟିଂ ୨୦୨୫ର ସେକେଣ୍ଡ ହାଫ୍‌ରେ ଆରମ୍ଭ ହେବାର ଆଶା ରହିଛି।

ଉଲ୍ଲେଖନୀୟ ଯେ, ଅଲ୍ଲୁ ଅର୍ଜୁନଙ୍କର ଫିଲ୍ମ ପୁଷ୍ପା-୨ ବକ୍ସ ଅଫିସରେ ଧମାକା ସୃଷ୍ଟି କରିଛି। ଏହି ଫିଲ୍ମ ଭାରତୀୟ ଫିଲ୍ମ ପାଇଁ ଏକ ନୂଆ ବେଞ୍ଚମାର୍କ ସ୍ଥାପିତ କରି ଦେଇଛି। ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଭାରତରେ ନିଜର ପ୍ରଥମ ଦିନ ୧୭୫.୧ କୋଟିର ଆକର୍ଷଣୀୟ ଆୟ କରିଛି। ଫିଲ୍ମରେ ପୁଣି ଥରେ ଅଲ୍ଲୁ ଓ ରଶ୍ମିକା ମନ୍ଦାନାଙ୍କର ଯୋଡ଼ି ସମସ୍ତଙ୍କର ହୃଦୟ ଜିତିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.