କୋଣାର୍କ,୨୨/୩ : କୋଣାର୍କ ସମୁଦ୍ର ଉପକୂଳରେ ୧୮୦ ଅଲିଭିରିଡଲେ କଇଁଛ ଛୁଆଙ୍କୁ ସମୁଦ୍ରକୁ ଛଡ଼ାଯାଇଛି। କଁଇଛ ପ୍ରଜନନ କେନ୍ଦ୍ରରେ ରଖାଯାଇଥିବା ଅଣ୍ଡା ଗୁଡ଼ିକରୁ ଛୁଆ ଫୁଟିବା ମାତ୍ରେ ଦାୟିତ୍ଵରେ ଥିବା କର୍ମଚାରୀ ସତର୍କତାର ସହିତ ଛୁଆ ଗୁଡ଼ିକୁ ନେଇ ସମୁଦ୍ର କୂଳରେ ଛାଡିଥିଲେ। ଏହି ନବଜାତ କଇଁଛ ଛୁଆ ଗୁଡିକ ବେଳାଭୂମିରୁ ଧୀରେ ଧୀରେ ସମୁଦ୍ର ମଧ୍ୟକୁ ପ୍ରବେଶ କରିଥିଲେ।
ପ୍ରକୃତିର ନିୟମ ଅନୁଯାୟୀ ସବୁ ଛୁଆ ସମୁଦ୍ର ଆଡ଼କୁ ଅଗ୍ରସର ହୋଇଥିଲେ। କୋଣାର୍କ ବନ୍ୟ ପ୍ରାଣୀ ବନ୍ୟାଞ୍ଚଳ ଅଧୀନ କଅଁରପୁର, ଚନ୍ଦ୍ରଭାଗା,ଦଶଧାଡିଆ ଓ ରାମଚଣ୍ଡୀ ଅସ୍ଥାୟୀ କଇଁଛ ସୁରକ୍ଷା ଓ ପ୍ରଜନନ କେନ୍ଦ୍ରରେ ଅଣ୍ଡା ସଂଗ୍ରହ କରାଯାଇ ସତର୍କତାର ସହିତ ବାଲିରେ ପୋତାଯାଇଛି। ପ୍ରାୟ ୪୫ ରୁ ୫୦ ଦିନ ମଧ୍ୟରେ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଥିଲା। ସେଥିମଧ୍ୟରୁ ୧୮୦ ଛୁଆ ଫୁଟିଥିଲା। ଅଲିଭରିଡଲେ କଇଁଛଙ୍କ ଅଣ୍ଡା ଗୁଡିକୁ ବିଲୁଆ କୁକୁରଠାରୁ ରକ୍ଷା କରିବା ପାଇଁ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ଛୁଆ ଫୁଟିବ ମାତ୍ରେ ଦାଇତ୍ୱରେ ଥିବା କର୍ମଚାରୀମାନେ ଏହି ଛୁଆଗୁଡିକୁ ନେଇ ସମୁଦ୍ରରେ ଛାଡିଥିବା କହିଛନ୍ତି କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ।