ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ଯୁବକଙ୍କୁ ପଥରରେ ଛେଚି ଆକ୍ରମଣ ମାମଲା,୨ ଅଟକ…

Published By : Prameya | May 5, 2025 7:50 PM

ଗୋପାଳପୁର ୦୫/୦୫ ଜଣେ ଯୁବକକୁ ପଥର ଛେଚି ଆକ୍ରମଣ କରିଥିବା ମାମଲାରେ ଗୋପାଳପୁର ପୁଲିସ ୨ ଜଣକୁ ଅଟକ ରଖି ତଦନ୍ତ କରୁଛି l ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ବ୍ରହ୍ମପୁର ଆଙ୍କୁଲି ମାଳି ସାହିର ସମିର ମଣ୍ଡଳ ବୋଲି ପୁଲିସ କହିଛି l ସୂଚନା ପ୍ରକାରେ ଶନିବାର ରାତି ପ୍ରାୟ ୧୧ ସମୟରେ ଖୋଡାସିଂ ନିକଟରେ ଥୂବା ବ୍ଲାକ ସି ବାର ନିକଟରେ ସମିର ଓ ସାଙ୍ଗ ଆଶିଷ ଚୌଧୁରୀ କିଛି ଅଜଣା ଲୋକଙ୍କ ସହ ବଚସା ହୋଇଥିଲା l ପରେ ସେଠାରୁ ଗାଡ଼ିରେ ଯିବା ସମୟରେ ୫ ରୁ ୬ ଜଣ ହୋଇ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିଲେ l ଆଶିଷ ପ୍ରତିବାଦ କରିବାରୁ ତାକୁ ମାଡ଼ ମାରିଥିଲେ l ସମିର ପଚାରିବାରୁ ତାକୁ ମଧ୍ୟ ଇଟା ଏବଂ ପଥରରେ ମୁଣ୍ଡକୁ ଓ ଦେହକୁ ଆକ୍ରମଣ କରିଥିଲେ l ଆକ୍ରମଣ ପରେ ମୁଣ୍ଡ ଫାଟି ବେହୋସ ହେବା ପରେ ମରି ଗଲା ଭାବି ନିକଟରେ ଥିବା ଏକ ଗୁଡ଼ି ଗଦାରେ ଶୁଆଇ ସେଠାରୁ ଚାଲି ଯିବା ସହ ସୁନା ଚେନ ଓ ସୁନା ଲକେଟ ନେଇ ଚମ୍ପଟ ମାରିଥିଲେ l ପରେ ଉପସ୍ଥିତ ଥିବା ସାଙ୍ଗ ମାନେ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ ନେଇଥିଲେ l ସମିରଙ୍କ ମୁଣ୍ଡରେ ୧୮ଟି ସିଲାଇ ପଡିଥିଲା l ସୁସ୍ଥ ଅନୁଭବ ପରେ ସମିର ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୧୩୨/୨୫ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିଲା । ଅଞ୍ଚଳର ସିସି କ୍ୟାମେରା ଯାଞ୍ଚ କରି ସମ୍ପୃକ୍ତ ଥିବା ଖୋଡାସିଂ ଅଂଚଳର ବିରୁ ଦାସ ଓ ଡ଼ମ୍ବୁରୁ ଦାସକୁ ଆଣି ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଏଥି ସହ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ମାନଙ୍କୁ ଖୋଜା ଖୋଜି କରୁଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି l 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.