ଭୁବନେଶ୍ବର,୦୮/୦୫: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ। ଭାରତ ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଚାଲିଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଗସ୍ତକୁ ସ୍ଥଗିତ ରଖାଯାଇଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ।
ତେବେ ଆସନ୍ତା ୧୦ ତାରିଖରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥାନ୍ତେ ଅମିତ ଶାହ । ପ୍ରଥମେ ସେ ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରି ପରେ ଭିମସାର୍ ସୁପର ସ୍ପେସାଲିଟି ହସ୍ପିଟାଲ୍ର ଉଦଘାଟନ କରିଥାନ୍ତେ । ସେହିପରି ସମ୍ବଲପୁରରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇଥାନ୍ତେ । ଏଥିସହ ଜଟଣୀରେ ଫୋରେନ୍ସିକ୍ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ମଧ୍ୟ କରିଥାନ୍ତେ । ସେହିପରି ୧୧ ତାରିଖରେ ଶାହ ପୁଣି ଭୁବନେଶ୍ୱର ଫେରି ଜନତା ମଇଦାନରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥାନ୍ତେ। ଏହି ଅବସରରେ ୫ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଥିଲା । ଏଥିସହ ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ସହ ଡବଲ ଇଞ୍ଜିନ ସରକାରରେ ହେଉଥିବା ବିକାଶ କାର୍ଯ୍ୟ ନେଇ ସମୀକ୍ଷା କରିଥାନ୍ତେ ।