ଭୁବନେଶ୍ବର,୨୨/୦୩: ରାଜ୍ୟରେ କାଳବୈଶାଖୀ ବର୍ଷା। ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଛି । ଶୁକ୍ରବାର ସନ୍ଧ୍ୟାଠାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ସକାଳୁ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି। ବିଜୁଳି ଘଡଘଡି ସହ ଜୋରରେ ପବନ ମଧ୍ୟ ବହୁଥିବା ଜଣାପଡିଛି। ପ୍ରବଳ ବର୍ଷା କାରଣରୁ ଘରୁ ବାହାରକୁ ବାହାରିବା ଅସମ୍ଭବ ହୋଇପଡିଛି।
ସୂଚନାନୁଯାୟୀ, ଆଜି ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ପଶ୍ଚିମା ଝଡ଼ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। କିଛି ସ୍ଥାନରେ କୁଆପଥର ବର୍ଷା ସହ ହାଲୁକା ପବନ ବହିପାରେ। ରବିବାର ମଧ୍ୟ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ଏନେଇ ସୂଚନା ଦେଇଛନ୍ତି।
ଏହା ମଧ୍ୟ ପଢନ୍ତୁ- ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ୍କୁ ପିଟିଲା ଆଉ ଏକ ଟ୍ରକ୍, ୨ ଗୁରୁତର