ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଚନ୍ଦ୍ରଭାଗା ସମୁଦ୍ରରେ ଛଡ଼ାଗଲା ୧୮୦ ଅଲିଭ୍‌ରିଡ୍‌ଲେ ଛୁଆ

Published By : Prameya | March 23, 2025 10:42 AM

ରାମଚଣ୍ଡୀ,୨୩/୦୩: ଚନ୍ଦ୍ରଭାଗା କଇଁଛ  ପ୍ରଜନନ କେନ୍ଦ୍ରରେ ରଖାଯାଇଥିବା ଅଲିଭ୍‌ରିଡ୍‌ଲେ ଅଣ୍ଡାଗୁଡ଼ିକରୁ ଛୁଆ ଫୁଟିବା ମାତ୍ରେ ଦାୟିତ୍ୱରେ ଥିବା କର୍ମଚାରୀମାନେ ସତର୍କତାର ସହ ଏହାକୁ  ସମୁଦ୍ରରେ ଛାଡ଼ିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୮୦ଟି  ଛୁଆ ସମୁଦ୍ରକୁ ଛଡ଼ା ଯାଇଛି । କଇଁଛଗୁଡ଼ିକ  ଧୀରେ ଧୀରେ ସମୁଦ୍ର ମଧ୍ୟକୁ ପ୍ରବେଶ  କରିଥିଲେ । ପ୍ରକୃତିର ନିୟମ ଅନୁଯାୟୀ ସବୁ  ଛୁଆ ସମୁଦ୍ର ଆଡ଼କୁ ଅଗ୍ରସର ହୋଇଥିଲେ ।

କୋଣାର୍କ ବନଖଣ୍ଡ ଅଧୀନ କଅଁରପୁର, ଚନ୍ଦ୍ରଭାଗା, ଦଶଧାଡ଼ିଆ ଓ ରାମଚଣ୍ଡୀ ଅସ୍ଥାୟୀ  କଇଁଛ ପ୍ରଜନନ କେନ୍ଦ୍ରରେ ଚଳିତ ମାର୍ଚ୍ଚ ୧୮ ପର୍ଯ୍ୟନ୍ତ ସମୁଦାୟ ୨୭୮ଟି ବସାରୁ ରେକର୍ଡ  ସଂଖ୍ୟକ ୩୧ ହଜାର ୮୬୯ଟି ଅଣ୍ଡା ସଂଗ୍ରହ  କରି ସତର୍କତା ସହିତ ବାଲିରେ ପୋତାଯାଇଛି।  ପ୍ରାୟ ୪୫ରୁ ୬୦ଦିନ ମଧ୍ୟରେ ଅଣ୍ଡାରୁ ଛୁଆ  ଫୁଟିବା ଆରମ୍ଭ ହୋଇଥିଲା । ଚନ୍ଦ୍ରଭାଗା ବସାରେ  ୨୦୦ଟି ଅଣ୍ଡା ରଖାଯାଇଥିବା ବେଳେ ୫୪ଦିନରେ ୧୮୦ଟି ଛୁଆ ଫୁଟିଥିଲା । ଅବଶିଷ୍ଟ ୨୦ଟି ଅଣ୍ଡା  ନଷ୍ଟ ହୋଇଯାଇଛି । କଇଁଛ ଅଣ୍ଡାଗୁଡ଼ିକୁ ବିଲୁଆ  ଓ କୁକୁରଠାରୁ ରକ୍ଷା କରିବା ପାଇଁ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ଛୁଆ ଫୁଟିବା ମାତ୍ରେ  ଦାୟିତ୍ୱରେ ଥିବା କର୍ମଚାରୀମାନେ ଏହାକୁ ନେଇ ସମୁଦ୍ରରେ ଛାଡ଼ିଥିଲେ । ଏହି ପ୍ରଜନନ କେନ୍ଦ୍ରରୁ ପର୍ଯ୍ୟାୟକ୍ରମେ ଅଲିଭ୍‌ରିଡ୍‌ଲେ ଛୁଆଙ୍କୁ  ସମୁଦ୍ରରେ ଛଡ଼ାଯିବ ବୋଲି କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.