ପ୍ରମୂଖ ଖବର
  • ଗାଁ ନିକଟରେ ବୁଲୁଛନ୍ତି ଗୋଠଛଡ଼ା ମା’-ଛୁଆ ହାତୀ, ଭୟଭୀତ ଲୋକେ
  • ||
  • ଝିଅ ବାହାଘର ପାଇଁ ଜମି ବିକ୍ର କରି ରଖିଥିଲେ ଟଙ୍କା ଏବଂ ସୁନା, କଳାକନା ବୁଲାଇଦେଲେ ଦୁର୍ବୃତ୍ତ
  • ||
  • ବ୍ଲାକ୍‌ମେଲ୍‌ ଓ ସେକ୍ସଟର୍ସନ୍‌ର ଶିକାର ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲା, ୫ ଦିନିଆ ରିମାଣ୍ଡରେ ନାଇଜେରୀୟ ଠକ
  • ||
  • ବିଧାନସଭା ବଜେଟ ଅଧିବେଶ, ଗିନି ଘଣ୍ଟମାଡ଼ ଧୋଇଗଲା ପ୍ରଶ୍ନକାଳ, ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
  • ||
  • ଆଇପିଏଲ୍ ୨୦୨୫: ଆଜି ଗୁଜରାଟ ଟାଇଟନ୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଫୋକସ୍‌ରେ ପଣ୍ଟିଂ-ଆୟର ଯୋଡ଼ି
  • ||
  • ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଟଙ୍କାର ପାହାଡ଼, ଫ୍ଲାଟରୁ ନଗଦ ୧୭ ଲକ୍ଷ ଠାବ
  • ||
  • ବିଧାନସଭାରେ ଅଚଳାବସ୍ଥା ଜାରି, ଶାସକ-ବିରୋଧୀଙ୍କ ଜିଦ ଯୋଗୁଁ ଚାଲିପାରୁନି ଗୃହ
  • ||
  • ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
  • ||
  • ରାଜ୍ୟରେ ବଦଳିବ ପାଗର ମିଜାଜ୍, ଉପରମୁହାଁ ​‌ହେବ ପାରଦ: ୩ ଦିନରେ ୫ ଡିଗ୍ରୀ ବଢ଼ିବ ତାତି
  • ||

ଆପୋସ ବୁଝାମଣାରେ ବିବାଦରେ ପଡିଲା ପୂର୍ଣ୍ଣଚ୍ଛେଦ, ଯୁବତୀଙ୍କୁ ବୋହୂ କରି ନେଲେ OAS ବାବୁଙ୍କ ପରିବାର

Published By : Prameya | March 23, 2025 11:16 AM

ଜଗତସିଂହପୁର, ୨୩/୦୩: କିଛି ଦିନର  ହଟଚମଟ ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।  ଏବଂ ସ୍ଥାନୀୟ ମାର୍କଣ୍ଡପୁର ଅଞ୍ଚଳର ଏକ  ପରିବାର ବୋହୂ ରୂପରେ ଜଣେ ଯୁବତୀଙ୍କୁ  ଗ୍ରହଣ କରି ନେଇଛନ୍ତି । ଜଗତସିଂହପୁର  ପୁଲିସ ଉପସ୍ଥିତିରେ ଏବଂ ତେରିମେରି  କାହାନୀ ସ୍ୱେଚ୍ଛାସେବୀ ସଂସ୍ଥାର ହସ୍ତକ୍ଷେପ  ପରେ ବିବାଦର ସମାଧାନ ହୋଇଛି ।  

ଗତ ଜାନୁଆରୀ ମାସରେ ଜଗତସିଂହପୁର  ଥାନାରେ ଫେରାଦ ହୋଇଥିଲେ କେନ୍ଦୁଝର  ଜିଲ୍ଲା ବ୍ରାହ୍ମଣୀପାଳ ଅଞ୍ଚଳର ଜଣେ ଯୁବତୀ ।  ଅଭିଯୋଗ ଥିଲା, ମାର୍କଣ୍ଡପୁର ଅଞ୍ଚଳର  ଜଣେ ଓଏଏସ୍‌ ଅଫିସର ଗତ କିଛି ବର୍ଷ  ତଳେ ତାଙ୍କୁ ବିବାହ କରିଥିଲେ । ଉଭୟ  ପରସ୍ପରକୁ ଭଲପାଇ ବିବାହ ବନ୍ଧନରେ  ଆବଦ୍ଧ ହୋଇଥିଲେ । ବିବାହ ସମୟରେ  ଅବଶ୍ୟ ଏହି ଯୁବକ ଓଏଏସ୍‌ ପାଇନଥିଲେ ।  କିନ୍ତୁ ସଂପୃକ୍ତ ଯୁବକ ତାଙ୍କ ସହ ଶାରୀରିକ  ସଂପର୍କ ରଖିଥିଲେ । ତିନି ଥର ବଳପୂର୍ବକ  ଗର୍ଭ ନଷ୍ଟ କରିଛନ୍ତି । ବିବାହ କରିବା ସତ୍ତେ୍ୱ  ଏବଂ ଓଏଏସ୍‌ ଅଫିସର ହେବା ପରେ  ନିଜର ଘରେ ପୂରାଉ ନାହାଁନ୍ତି । ଏଣେ  ବିବାହ କରିଥିବା ଜଣାପଡ଼ିବା ପରେ  ଉଭୟ ପରିବାର ଶାନ୍ତିରେ ରଖାଇ ଦେଉ  ନାହାନ୍ତି । ଏମିତିକି ବାପା ଓ ସାବତ ମା’  ମୋର ଶାଶୂ, ଶ୍ୱଶୁରଙ୍କଠାରୁ କିଛି ଟଙ୍କା  ନେଇଛନ୍ତି । ସାବତ ମା’ ମଧ୍ୟ ମାରଧର  କରନ୍ତି ବୋଲି ଜଗତସିଂହପୁର ଥାନାକୁ  ଲିଖିତ ଭାବେ ଜଣାଇଥିଲେ ସଂପୃକ୍ତା  ୨୨ ବର୍ଷୀୟା ଅଭିଯୋଗକାରିଣୀ । 

ଶନିବାର ନ୍ୟାୟ ନିମନ୍ତେ ପୀଡ଼ିତା ଯୁବତୀ  ଜଗତସିଂହପୁର ଥାନାରେ ପହଞ୍ଚିଥିଲେ ।  ପୁଲିସ ଯୁବତୀଙ୍କ ଦାବି ଅନୁସାରେ  ତାଙ୍କ ଶାଶୁ, ଶ୍ୱଶୁର ଓ ବନ୍ଧୁ ପରିଜନଙ୍କୁ  ଡକାଇଥିଲେ । ଶେଷରେ ଉକ୍ତ ଘଟଣାର  ସମାଧାନ ହୋଇଥିଲା । ଏବଂ ଓଏଏସ୍‌  ଚାକିରି ପାଇ ଅନ୍ୟ ଜିଲ୍ଲାରେ ପୁଅ  ତାଲିମରେ ଥିବାରୁ ବର୍ତ୍ତମାନ ସମୟରେ  ଯୁବତୀ ତଥା ବୋହୂ ମାର୍କଣ୍ଡପୁର ଘରେ ରହିବାକୁ ନିଷ୍ପତ୍ତି ହୋଇଥିଲା । 

ପୁଲିସ  ସୂଚନା ମୁତାବକ, ଯୁବତୀଙ୍କ ଦାବି ରହିଥିଲା ଶାଶୁ, ଶ୍ୱଶୁର ତାଙ୍କ ବୋହୂ ଭାବେ ଗ୍ରହଣ  କରିନିଅନ୍ତୁ । ଏହା ପୂର୍ବରୁ ମଧ୍ୟ ଯୁବତୀ ଜଣଙ୍କ ଜଗତସିଂହପୁର ଥାନାରେ ମୌଖିକ  ଅଭିଯୋଗ ଆଣିଥିଲେ । ସେତେବେଳେ ଉଭୟ ପକ୍ଷଙ୍କ ଭିତରେ ଆପୋଷ ସମାଧାନ ହୋଇଥିଲା । ପରେ ଯୁବତୀ ଯାଜପୁର  ଜିଲ୍ଲାର ଏକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯାହାକି ବିଚାରଧିନ ରହିଛି । ଏବଂ ଗତ  ଜାନୁଆରୀ ମାସରେ ପୁଣି ଏକ ଏତଲା  ଜଗତସିଂହପୁର ଥାନାକୁ ପ୍ରଦାନ କରିଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.