ପ୍ରମୂଖ ଖବର
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ଝିଅ ବାହାଘର ପାଇଁ ଜମି ବିକ୍ର କରି ରଖିଥିଲେ ଟଙ୍କା ଏବଂ ସୁନା, କଳାକନା ବୁଲାଇଦେଲେ ଦୁର୍ବୃତ୍ତ

Published By : Prameya | March 25, 2025 11:22 AM

ଭୁବନେଶ୍ଵର, ୨୫/୦୩ : ବନ୍ଧୁକ ଦେଖାଇ କୋଟିଏ ଟଙ୍କାର ଡକାୟତି। ଝିଅ ବାହାଘର ପାଇଁ ଜମି କରି ରଖିଥିବା ଟଙ୍କା ଓ ସୁନା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ। ସୋମବାର ବିଳମ୍ଵିତ ରାତିରେ କଟକ ଜିଲ୍ଲା ସାଲେପୁର ଥାନା ଜାହାଙ୍ଗୀରବାଦ ଗାଁରେ ଏଭଳି ଘଟଣା ଘଟିଛି। କୋଟିଏରୁ ଉର୍ଦ୍ଧ୍ଵ ଟଙ୍କା ଓ ସୁନା ଲୁଟ୍ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ସୂଚନାନୁଯାୟୀ, ସାଲେପୁର ସୌରୀ ପଞ୍ଚାୟତ ଜାହାଙ୍ଗୀରାବାଦ ଗାଁର ବିଜୟ ମହାନ୍ତିଙ୍କ ଘରେ ସୋମବାର ବିଳମ୍ଵିତ ରାତିରେ ଲୁଟ୍ ହୋଇଛି। ସମସ୍ତେ ଶୋଇଥିବା ବେଳେ ୪ ଜଣ ଦୁର୍ବୃତ୍ତ ଛାତ କବାଟ ଭାଙ୍ଗି ସିଡି ଘର ବାଟେ ପଶିଥିଲେ। ଘର ଲୋକ ଉଠି ପଡ଼ିବାରୁ ବନ୍ଧୁକ ଲଗାଇ ୫୦ ଲକ୍ଷ ଟଙ୍କାର ସୁନା ଗହଣା ଓ ୩୦ ଲକ୍ଷରୁ ଉର୍ଦ୍ଧ୍ଵ ନଗଦ ଟଙ୍କା ନେଇ ଫେରାର୍ ହୋଇଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ଏତେ ପରିମାଣର ଟଙ୍କା ଏବଂ ସୁନା ଅଳଙ୍କାର କାହିଁକି ଘରେ ରଖିଥିଲେ ବୋଲି ସନ୍ଦେହ ସୃଷ୍ଟି ହୋଇଛି। ଝିଅ ବାହାଘର ପାଇଁ ଜମି ବିକ୍ରି କରି ଟଙ୍କା ଓ ସୁନା ଅଳଙ୍କାର କିଣି ଥୋଇଥିବା ବିଜୟ କହିଛନ୍ତି। 

ଏହି ଖବରଟିକୁ ପଢନ୍ତୁ-ଢେଙ୍କାନାଳରେ ସିରିଜ୍ ଦୁର୍ଘଟଣା, ପୂର୍ତ୍ତ ବିଭାଗର ଖାମଖିଆଲି ନୀତି ଯୋଗୁଁ ଚାଲିଗଲା ୩ ଜୀବନ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.