ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଢେଙ୍କାନାଳରେ ସିରିଜ୍ ଦୁର୍ଘଟଣା, ଠିକା ସଂସ୍ଥାର ଅବହେଳା ଯୋଗୁଁ ଚାଲିଗଲା ୩ ଜୀବନ

Published By : Prameya | March 25, 2025 10:20 AM

ଭୁବନେଶ୍ଵର, ୨୫/୦୩ : ଠିକା ସଂସ୍ଥାର ଅବହେଳା ଯୋଗୁଁ ଚାଲିଗଲା ୩ ଜୀବନ। ଢେଙ୍କାନାଳ କାମାକ୍ଷାନଗର ରେକୁଳା ଠାରେ ସିରିଜ୍ ଦୁର୍ଘଟଣା ଘଟିଛି। ପୂର୍ତ୍ତ ବିଭାଗର ଜଣେ କର୍ମଚାରୀଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।  ସ୍ଥାନୀୟ ଲୋକେ ଢେଙ୍କାନାଳ କାମାକ୍ଷାନଗର ରାସ୍ତା ଅବରୋଧ କରିଛନ୍ତି। 

ସୂଚନାନୁଯାୟୀ, ସୋମବାର ରାତିରେ କମାକ୍ଷାନଗର ଉପଖଣ୍ଡରୁ ଢେଙ୍କାନାଳ ମୁଖ୍ୟରାସ୍ତାରେ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା କାମ ଚାଲୁଥିଲା। ହେଲେ ସେଠାରେ କୌଣସି ସୂଚନା ଫଳକ କିମ୍ଵା ରୋଡ୍ ବ୍ରେକର୍ ଲଗାଯାଇ ନଥିଲା। ଫଳରେ ରେକୁଳା ଠାରେ ରାସ୍ତାରେ ଥୁଆ ହୋଇଥିବା ପିଚୁ ଟ୍ରକ୍‌କୁ ଏକ ବାଇକ୍ ଆସି ଧକ୍କା ଦେଇଥିଲା। ଫଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ପରେ ଆଉ ଏକ ହାଇୱା ଆସି ପିଚୁ ଟ୍ରକ୍‌କୁ ଧକ୍କା ଦେଇଥିଲା। ଫଳରେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଶ୍ରମିକ ସହିତ ପୂର୍ତ୍ତ ବିଭାଗର କ୍ଷୀରୋଦ ସାହୁ ନାମକ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଗୁରୁତର ହୋଇଥିଲେ। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ପରେ ଡାକ୍ତରଖାନାରେ କ୍ଷୀରୋଦଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ତେବେ ମୃତାହତ ଶ୍ରମିକଙ୍କ ସଠିକ ପରିଚୟ ମିଳିପାରି ନଥିଲେ ମଧ୍ୟ ଜଣେ ପାଲଲହାଡ଼ା ଓ ଅନ୍ୟ ଜଣେ ମୟୂରଭଞ୍ଜ ଜିଲ୍ଲାର ବୋଲି କୁହାଯାଉଛି। ସେହିପରି ପୂର୍ତ୍ତ ବିଭାଗ କର୍ମଚାରୀ କ୍ଷୀରୋଦ ସ୍ଥାନୀୟ ରେକୁଳା ଗ୍ରାମର ହୋଇଥିବା ଜଣାପଡିଛି।

ଠିକା ସଂସ୍ଥାର ଏପରି ଖାମଖିଆଲି ମନୋଭାବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକ ଦୁର୍ଘଟଣା ସ୍ଥଳରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଢେଙ୍କାନାଳ ଓ କାମାକ୍ଷାନଗର ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। କାମାକ୍ଷାନଗର ପୁଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

ଏହି ଖବରଟିକୁ ପଢନ୍ତୁ- ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା-ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ଏକକାଳୀନ ୯ଟି ସ୍ଥାନରେ ରେଡ୍



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.