ପ୍ରମୂଖ ଖବର
  • ଗାଁ ନିକଟରେ ବୁଲୁଛନ୍ତି ଗୋଠଛଡ଼ା ମା’-ଛୁଆ ହାତୀ, ଭୟଭୀତ ଲୋକେ
  • ||
  • ଝିଅ ବାହାଘର ପାଇଁ ଜମି ବିକ୍ର କରି ରଖିଥିଲେ ଟଙ୍କା ଏବଂ ସୁନା, କଳାକନା ବୁଲାଇଦେଲେ ଦୁର୍ବୃତ୍ତ
  • ||
  • ବ୍ଲାକ୍‌ମେଲ୍‌ ଓ ସେକ୍ସଟର୍ସନ୍‌ର ଶିକାର ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲା, ୫ ଦିନିଆ ରିମାଣ୍ଡରେ ନାଇଜେରୀୟ ଠକ
  • ||
  • ବିଧାନସଭା ବଜେଟ ଅଧିବେଶ, ଗିନି ଘଣ୍ଟମାଡ଼ ଧୋଇଗଲା ପ୍ରଶ୍ନକାଳ, ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
  • ||
  • ଆଇପିଏଲ୍ ୨୦୨୫: ଆଜି ଗୁଜରାଟ ଟାଇଟନ୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଫୋକସ୍‌ରେ ପଣ୍ଟିଂ-ଆୟର ଯୋଡ଼ି
  • ||
  • ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଟଙ୍କାର ପାହାଡ଼, ଫ୍ଲାଟରୁ ନଗଦ ୧୭ ଲକ୍ଷ ଠାବ
  • ||
  • ବିଧାନସଭାରେ ଅଚଳାବସ୍ଥା ଜାରି, ଶାସକ-ବିରୋଧୀଙ୍କ ଜିଦ ଯୋଗୁଁ ଚାଲିପାରୁନି ଗୃହ
  • ||
  • ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
  • ||
  • ରାଜ୍ୟରେ ବଦଳିବ ପାଗର ମିଜାଜ୍, ଉପରମୁହାଁ ​‌ହେବ ପାରଦ: ୩ ଦିନରେ ୫ ଡିଗ୍ରୀ ବଢ଼ିବ ତାତି
  • ||

ଠକାମୀର ଶିକାର ହେଲେ ସିଏପିଏଫ୍ ଯବାନ ଉମାକାନ୍ତ ପାଣିଗ୍ରାହୀ , ଥାନାରେ ଦେଲେ ଏତଲା

Published By : prameya | March 23, 2025 1:55 PM

ଭୁବନେଶ୍ୱର,୨୩/୩: ଠକାମୀର ଶିକାର ହେଲେ ସିଏପିଏଫ୍ ଯବାନ ଉମାକାନ୍ତ ପାଣିଗ୍ରାହୀ ।  ଭୁବନେଶ୍ବରରେ ଘର କିଣିବା ପାଇଁ ଦେଇଥିଲେ ଲକ୍ଷ ଲକ୍ଷ ଟଙ୍କା । ହେଲେ ନାଁ ମିଳିଲା ଘର ନାଁ ଫେରିପାଇଲେ ଟଙ୍କା । ଏନେଇ ଅଭିଯୋଗ ପରେ ଜମି ଦଲାଲଙ୍କୁ ଗିରଫ କରିଛି ଖାରବେଳନଗର ଥାନା ପୋଲିସ। 

ଏହା ମଧ୍ୟ ପଢନ୍ତୁ-  ନବ ଦାସ ହତ୍ୟା ମାମଲା, ୫ ଦିନର ତନାଘନା ପରେ ଝାରସୁଗୁଡ଼ା ଛାଡ଼ିଲା କ୍ରାଇମବ୍ରାଞ୍ଚ ଟିମ୍‌

ସୂଚନା ଅନୁଯାୟୀ , ଭୁବନେଶ୍ୱରରେ ଘରଟିଏ ପାଇବା ଲୋଭରେ ଠକାମୀର ଶିକାର ହୋଇଛନ୍ତି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳୟ ତଥା ସିଏପିଏଫ୍ ଯବାନ ଉମାକାନ୍ତ ପାଣିଗ୍ରାହୀ । ସେ ଛତିଶଗଡ଼ରେ ଚାକିରି କରନ୍ତି । ସେ ଭୁବନେଶ୍ବରରେ ଏକ ଘର ପାଇଁ ନରୋତ୍ତମ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କୁ ଟଙ୍କା ଦେଇଥିଲେ । ପର୍ଯ୍ୟାୟକ୍ରମ ତାଙ୍କ ସହ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟକୁ ମଧ୍ୟ ଟଙ୍କା ପଠାଇଥିଲେ । ତେବେ ସେ ପ୍ରାୟ ୧୯ ଲକ୍ଷ ଟଙ୍କା ଦେଇଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ଖାରବେଳନଗର ଥାନାରେ ଅଭିଯୋଗ ପରେ ଜମି ମାଫିଆ ନରୋତ୍ତମ ମହାନ୍ତିଙ୍କୁ ଗିରଫ କରିଛି ପୋଲିସ ।  ନିଜକୁ ଜଣେ ବିଲଡର କହି ସେ ଟଙ୍କା ନେଇ ଚାଲିଥିଲେ । କିନ୍ତୁ ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇନଥିଲେ ନରୋତ୍ତମ । ଶେଷରେ କିଛି ଉପାୟ ନପାଇ ଉମାକାନ୍ତ ଥାନାର ଦ୍ବାରସ୍ଥ ହେବା ପରେ ନରୋତ୍ତମଙ୍କୁ ଗିରଫ କରିଛି ଖାରବେଳନଗର ଥାନା ପୋଲିସ । ତାଙ୍କୁ ଗିରଫ କରିବା ସହ ଏକ ଦାମୀ କାର୍ ପୋଲିସ ଜବତ କରିଥିବା ଜଣାପଡ଼ିଛି । 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.