ପ୍ରମୂଖ ଖବର
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ନବ ଦାସ ହତ୍ୟା ମାମଲା, ୫ ଦିନର ତନାଘନା ପରେ ଝାରସୁଗୁଡ଼ା ଛାଡ଼ିଲା କ୍ରାଇମବ୍ରାଞ୍ଚ ଟିମ୍‌

Published By : Harapriya Sethi | March 23, 2025 12:57 PM

ଭୁବନେଶ୍ୱର,୨୩/୦୩: ଝାରସୁଗୁଡ଼ାରେ ୫ ଦିନର ତନାଘନା ପରେ ଝାରସୁଗୁଡା ଛାଡ଼ିଲା କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ । ୫ ଦିନର ତନାଘନା ମଧ୍ୟରେ ୧୫ରୁ ଅଧିକ ବ୍ୟକ୍ତିଙ୍କ ବୟାନ ରେକର୍ଡ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ଅନେକ ତଥ୍ୟ ହାସଲ କରିଛି । ସମସ୍ତ ତଥ୍ୟ କୋର୍ଟରେ ଉପସ୍ଥାପନ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ବିଜୟ ମଲ୍ଲିକ କହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରେ କ୍ରାଇମବ୍ରାଞ୍ଚ ସନ୍ତୁଷ୍ଟ ଥିବାବେଳେ ଆଗକୁ ଆଉ ଆବଶ୍ୟକ ହେଲେ ପୁଣି ଏହି ଟିମ୍ ଝାରସୁଗୁଡା ଆସିବ ବୋଲି କ୍ରାଇମବ୍ରାଞ୍ଚ ଅଧିକାରୀ ସୂଚନା ଦେଇଛନ୍ତି ।

ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡ ମାମଲାରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରିଥିଲା କ୍ରାଇମ୍‌ବ୍ରାଞ୍ଚ । ଶନିବାର ପଞ୍ଚମ ଦିନରେ ହତ୍ୟାକାଣ୍ଡର ଦୁଇ ପ୍ରତ୍ୟକ୍ଷଦର୍ଶୀ ବିଜେଡି କର୍ମୀ ସରୋଜ ସା ଏବଂ ବ୍ରଜରାଜନଗର ଅଞ୍ଚଳର ଜୀବନ ନାୟକଙ୍କୁ ଜେରା କରି ବୟାନ ରେକର୍ଡ କରିଥିଲା । କ୍ରାଇମବ୍ରାଞ୍ଚ୍‌ର ତଦନ୍ତକାରୀ ଅଧିକାରୀ ଅତିରିକ୍ତ ଏସ୍‌ପି ବିଜୟ ମଲ୍ଲିକ ସକାଳେ ବ୍ରଜରାଜନଗର ଥାନାରେ ପହଞ୍ଚିଥିଲେ । ପୂର୍ବରୁ ଡାକରା ପାଇ ଉପସ୍ଥିତ ସରୋଜଙ୍କୁ ପଚରା ଉଚରା କରିଥିଲେ । ଗାନ୍ଧି ଛକଠାରେ ନବ ଦାସଙ୍କୁ ଗୁଳି କରାଯିବା ସମୟରେ ସରୋଜ ସାମ୍‌ନାରେ ଥିଲେ । ନବ ବାବୁ କାର୍‌ରୁ ଓହ୍ଲାଇବା ପରେ ପ୍ରଥମ ଫୁଲ ମାଳ ତାଙ୍କ ଗଳାରେ ପକାଇଥିଲେ ସରୋଜ । ସେତିକି ବେଳେ ସାମ୍ନା ପଟୁ ଆସି ନବ ବାବୁଙ୍କୁ ନିକଟରୁ ପୁଲିସ୍‌ ଏଏସ୍‌ଆଇ ଗୋପାଳ ଦାସ ଗୁଳି କରିଥିଲେ । ପୁଲିସ୍‌ ଗୁଳିରେ ନବ ବାବୁ ଆହତ ହେବା ଦେଖି ଉପସ୍ଥିତ ଲୋକେ ଓ ସମର୍ଥକ ଉତ୍ତେଜିତ ହୋଇ ପଡ଼ିଥିଲେ । ଏହି ସମୟରେ ବ୍ରଜରାଜନଗରର ତତ୍କାଳୀନ ଆଇଆଇସି ପ୍ରଦ୍ୟୁମ୍ନ ସ୍ୱାଇଁଙ୍କ ବନ୍ଧୁକ କ୍ୟାପ୍‌ ଖୋଲାଥିବା ଦେଖି ସେ ଛଡ଼ାଇ ନେଇଥିଲେ । ପୁଲିସ୍‌ ବନ୍ଧୁକରୁ ନବ ଦାସଙ୍କୁ ଗୁଳି କରାଯାଇଥିଲା । ଆଇଆଇସିଙ୍କ ବନ୍ଧୁକ ଛଡ଼ାଇ ନେଇ ଆଉ କାହାରିକୁ ଗୁଳି ନ କରନ୍ତୁ ଏଭଳି ଆଶଙ୍କା ଓ ଭୟରେ ବନ୍ଧୁକ ଛଡ଼ାଇ ନେଇଥିବା ସରୋଜ କହିଥିଲେ । ପୂର୍ବରୁ ଯାହା ବୟାନ ଦେଇଥିଲେ କ୍ରାଇମବ୍ରାଞ୍ଚ ଆଗରେ ତାହା ପୁନରାବୃତ୍ତି କରିଥିବା ଗଣମାଧ୍ୟମକୁ କହିଥିଲେ ସରୋଜ ।

ଏହି ଖବରଟିକୁ ପଢନ୍ତୁ- ଭୁଲିଗଲେ ମାନବିକତା: କୁକୁରକୁ ହାଣିଲେ ୮ ଦୁର୍ବୁତ୍ତ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ S

ଅନୁରୂପ ଭାବେ ଘଟଣାସ୍ଥଳରେ ଉପସ୍ଥିତ ଜୀବନଙ୍କୁ ମଧ୍ୟ ଜେରା କରାଯାଇଥିଲା । ସେ ମଧ୍ୟ ପୂର୍ବ ବୟାନ ଦୋହରାଇଥିବା ସୂଚନା ଦେଇଛନ୍ତି । ଗୁଳିକାଣ୍ଡ ବେଳେ ନବ ବାବୁଙ୍କ ସମ୍ମୁଖରେ ଉପସ୍ଥିତ ଜୀବନଙ୍କ ପଛ ପଟୁ ଗୁଳିମାଡ଼ ହୋଇଥିଲା । ଜୀବନ ନବ ବାବୁଙ୍କ ଗୋଡ଼ ଧରି ମୁଣ୍ଡିଆ ମାରିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା । ଅଭିଯୁକ୍ତ ଗୁଳି ଚଳାଇବା ବେଳେ ଜୀବନଙ୍କ ବେକକୁ ଛୁଇଁ ଗୁଳିଟି ନବଙ୍କ ଶରୀରକୁ ଭେଦ କରିଥିଲା । ଜୀବନଙ୍କ ବେକରେ ଆଘାତ ଲାଗିଥିଲା । ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.