ପ୍ରମୂଖ ଖବର
  • ଗାଁ ନିକଟରେ ବୁଲୁଛନ୍ତି ଗୋଠଛଡ଼ା ମା’-ଛୁଆ ହାତୀ, ଭୟଭୀତ ଲୋକେ
  • ||
  • ଝିଅ ବାହାଘର ପାଇଁ ଜମି ବିକ୍ର କରି ରଖିଥିଲେ ଟଙ୍କା ଏବଂ ସୁନା, କଳାକନା ବୁଲାଇଦେଲେ ଦୁର୍ବୃତ୍ତ
  • ||
  • ବ୍ଲାକ୍‌ମେଲ୍‌ ଓ ସେକ୍ସଟର୍ସନ୍‌ର ଶିକାର ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲା, ୫ ଦିନିଆ ରିମାଣ୍ଡରେ ନାଇଜେରୀୟ ଠକ
  • ||
  • ବିଧାନସଭା ବଜେଟ ଅଧିବେଶ, ଗିନି ଘଣ୍ଟମାଡ଼ ଧୋଇଗଲା ପ୍ରଶ୍ନକାଳ, ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
  • ||
  • ଆଇପିଏଲ୍ ୨୦୨୫: ଆଜି ଗୁଜରାଟ ଟାଇଟନ୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଫୋକସ୍‌ରେ ପଣ୍ଟିଂ-ଆୟର ଯୋଡ଼ି
  • ||
  • ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଟଙ୍କାର ପାହାଡ଼, ଫ୍ଲାଟରୁ ନଗଦ ୧୭ ଲକ୍ଷ ଠାବ
  • ||
  • ବିଧାନସଭାରେ ଅଚଳାବସ୍ଥା ଜାରି, ଶାସକ-ବିରୋଧୀଙ୍କ ଜିଦ ଯୋଗୁଁ ଚାଲିପାରୁନି ଗୃହ
  • ||
  • ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
  • ||
  • ରାଜ୍ୟରେ ବଦଳିବ ପାଗର ମିଜାଜ୍, ଉପରମୁହାଁ ​‌ହେବ ପାରଦ: ୩ ଦିନରେ ୫ ଡିଗ୍ରୀ ବଢ଼ିବ ତାତି
  • ||

ରାହାମାରେ ପଞ୍ଚ ଦିବସୀୟ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ଆୟୋଜିତ

Published By : Prameya | March 23, 2025 9:37 PM

ଜଗତସିଂହପୁର, ୨୩/୩ : ଜଗତସିଂହପୁର ଜିଲ୍ଲା ରାହାମାଠାରେ ପାଞ୍ଚ ଦିନ ବ୍ୟାପି ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ଆୟୋଜିତ ହୋଇଛି । ନାମାଚାର୍ଯ୍ୟ ବାୟା ବାବା ଭାଗବତ ପ୍ରଚାର ସମିତି ଆନୁକୂଲ୍ୟରେ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ସାଧୁ ସନ୍ଥ, ପ୍ରବଚକ ଓ ବହୁ ବିଶିଷ୍ଠ ବ୍ୟକ୍ତିମାନେ ଯୋଗଦେଇ ଶ୍ରୀଜଗନ୍ନାଥ ସଂସ୍କୃତିକୁ କିପରି ବିଶ୍ଵସ୍ତରୀୟ କରାଯାଇପାରିବ ସେ ନେଇ ଆଲୋକପାତ କରିଥିଲେ । 

ଗତକାଲି ତୃତୀୟ ସନ୍ଧ୍ୟାରେ ପ୍ରମେୟ ଓ ନିୟୁଜ ସେଭେନର ସିଇଓ ସୁନୀଲ ଦାସ ଯୋଗଦେଇ ଜଗନ୍ନାଥ ମହାପ୍ରଭୁଙ୍କ ମହିମା ବାବଦରେ ଆଲୋକପାତ କରିବା ସହ ଏହି ସଂସ୍କୃତିର ମହାନତା ବାବଦରେ ଆଲୋକପାତ କରିଥିଲେ । ଶ୍ରୀଜଗନ୍ନାଥ ସଂସ୍କୃତିକୁ ସାରା ବିଶ୍ବରେ ପ୍ରସାରିତ କରିବାରେ ଗଣ ମାଧ୍ୟମର ଭୂମିକା ଓ ଦାୟିତ୍ବ ବାବଦରେ ଆଲୋକପାତ କରିଥିଲେ । ଶ୍ରୀଜଗନ୍ନାଥଙ୍କର ଭୁବନ ପ୍ରସିଦ୍ଧ ରଥଯାତ୍ରାଠାରୁ ଆରମ୍ଭ କରିବାର ମାସରେ ଆୟୋଜିତ ତେର ପର୍ବକୁ ବହୁଳ ଭାବରେ ପ୍ରଚାର ପ୍ରସାର କରିବାରେ ପ୍ରମେୟ ଓ ନିୟୁଜ ସେଭେନ ସବୁବେଳେ ଉଦ୍ୟମ କରିଆସିଛି ବୋଲି ଶ୍ରୀ ଦାସ କହିଥିଲେ । 

ଏହି ମହୋତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସନ୍ଥ ଶଙ୍କରାନନ୍ଦ ଗିରି ମହାରାଜ, ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ମହାରାଜ, ଧୃତିଧର ଦାସ ଓ ଅଭିନନ୍ଦନ ଦାସଙ୍କ ସହ ବହୁ ବିଶିଷ୍ଠ ବ୍ୟକ୍ତିମାନେ ଯୋଗଦେଇଥିଲେ ।  ଉପସ୍ଥିତ ବ୍ୟକ୍ତିମାନେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆମର ପରିଚୟ ଓ ତାଙ୍କ ବିନା ଏ ଜାତିର କୌଣସି ସତ୍ତା ନାହିଁ ବୋଲି ମତ ପ୍ରକାଶ କରିବା ସହ ମହାପ୍ରଭୁଙ୍କ ମହିମାକୁ ବିଶ୍ଵ ବ୍ୟାପି କରିବା ପାଇଁ ଆମ ସମସ୍ତଙ୍କ ନିଷ୍ଠା ଓ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ଆଲୋକପାତ କରିଥିଲେ । 

ପ୍ରତିଦିନ ସନ୍ଧ୍ୟାରେ ଶ୍ରୀଜଗନ୍ନାଥଙ୍କ ମହିମା ବାବଦରେ ପ୍ରବଚନ, ପାଞ୍ଚ କୁଣ୍ଡିୟ ଯଜ୍ଞ ଓ ମହାପ୍ରଭୁଙ୍କର ୨୪ ବେଶ ଓ ୫୬ ଭୋଗ ପଦର୍ଶନ ସହ ପଞ୍ଚସଖାମାନଙ୍କର କାର୍ଯ୍ୟଧାରା ବାବଦରେ ପଦର୍ଶନ କରାଯାଇଛି । ପ୍ରତିଦିନ ଦୁରଦୂରାନ୍ତରୁ ବହୁ ଜଗନ୍ନାଥ ପ୍ରେମୀ ଯୋଗଦେଇ ମହୋତ୍ସବକୁ ସଫଳ କରିବାରେ ସହଯୋଗ ଯୋଗାଇ ଆସୁଛନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.