ପ୍ରମୂଖ ଖବର
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

କୋଲକାତାରେ ଖୋଜା ପଡ଼େ ରାୟଗଡ଼ ପଣସ

Published By : Prameya | March 30, 2025 11:11 PM

ରାୟଗଡ଼(ଗଜପତି), ୩୦/୩ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ରେ  ଉତ୍ପାଦିତ କଞ୍ଚା ପଣସ ପଶ୍ଚିମବଙ୍ଗରେ ଚାହିଦା ରହିଛି । ପ୍ରାୟ ଦିନ ଏଠାରୁ ଟନ୍‌ ଟନ୍‌ ପଣସ ବୋଝେଇ ହୋଇ ଯାଉଛି । ପାହାଡ଼, ଜଙ୍ଗଲରେ ଶହ ଶହ ସଂଖ୍ୟାରେ ପଣସ ଗଛ ରହିଛି । ବିଶେଷ କରି ଡମ୍ବାଳ, ପାତ୍ତାର, ଲାବା, ଅମେଡା, କଇଁପୁର, ଲକ୍ଷ୍ମୀପୁର, ଜଲାଙ୍ଗ, କେରାଣ୍ଡି, ଏଙ୍ଗାରସିଂ, ଜିରାଙ୍ଗ, ଗଙ୍ଗାବାଡ଼, ତାଳମୁଣ୍ଡ, ଲାଇଲାଇ, ଏସ୍‌. କରଡ଼ାସିଂ ଆଦି ପଞ୍ଚାୟତରେ ପ୍ରଚୁର ପରିମାଣରେ ପଣସ ଉତ୍ପାଦନ ହେଉଛି । ପାଚିଲା ଅପେକ୍ଷା କଷି ପଣସର ଚାହିଦା ଅଧିକ ରହିଛି । ଆଦିବାସୀମାନେ ଛୋଟ ଛୋଟ ପଣସକୁ ସଂଗ୍ରହ କରି ହୋଲ୍‌ସେଲ୍‌ରେ ବ୍ୟବସାୟୀଙ୍କୁ ଦେଉଛନ୍ତି । ଚାଷୀଙ୍କ ଠାରୁ ପଣସ ପିଛା ୧୦ରୁ ୧୨ ଟଙ୍କାରେ କିଣି ବ୍ୟବସାୟୀ ମାନେ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଉଛନ୍ତି । ଅନେକ ସମୟରେ ଦର ଅଲଗା ରହିଥାଏ । ଗୋଟିଏ ପଣସ ଓଜନ ୨ ରୁ ୩ କିଲୋ ରହୁଛି । ଗୋଟା ହିସାବରେ ନେଇ ରାଜ୍ୟ ବାହାରେ କିଲୋ ହିସାବରେ ବିକ୍ରି କରିଥାନ୍ତି । 

ଅନେକ ସମୟରେ ଗ୍ରାମାଞ୍ଚଳର ଚାଷୀମାନେ ଅଭାବୀ ବିକ୍ରିର ଶିକାର ହୋଇଥାନ୍ତି । ଜଙ୍ଗଲ ଓ ପାହାଡ଼ରୁ ସଂଗ୍ରହ ହେଉଥିବା ସାମଗ୍ରୀକୁ ଉଚିତ୍‌ ଦରରେ ବିକ୍ରି ଲାଗି ଜିଲ୍ଲାରେ ଓରମାସ ରହିଛି । ତଥାପି ଉଚିତ ମୂଲ୍ୟ ମିଳୁନଥିବା ଚାଷୀ ଅଭିଯୋଗ କରୁଛନ୍ତି । ପଣସ ଚାଷୀ ଓ ସଂଗ୍ରହକାରୀ କିଭଲି ଉଚିତ ଦର ପାଇବେ ସେ ଦିଗରେ ବିଭାଗ ଧ୍ୟାନ ଦେଉନି । ବାର୍ଷିକ କ୍ବିଣ୍ଟାଲ କ୍ବିଣ୍ଟାଲ ପଣସ ଉତ୍ପାଦନ ହେଉଛି । ଉଚିତ ମୂଲ୍ୟ ମିଳୁନଥିବାରୁ ଚାଷୀମାନେ କଷି ପଣସ ଅମଳ କରିବାକୁ ଆଗ୍ରହ ପ୍ରକାଶ ମଧ୍ୟ କରୁନଥିବା ଜଣାପଡ଼ିଛି । ସରକାର ଏଥିପ୍ରତି ଦୃଷ୍ଟି ଦେଇ ଶୀତଳ ଭଣ୍ଡାର କରି ଉତ୍ପାଦିତ ସାମଗ୍ରୀକୁ ବଜାରୀକରଣ କରିବାକୁ ଡମ୍ବାଳ ସରପଞ୍ଚ ବିଶ୍ୱନାଥ ଶବରଙ୍କ ସମେତ ବିଦ୍ୟାଧର ଭୂୟାଁ, ସଞ୍ଜୟ ଗମାଙ୍ଗ, ପୁଷ୍ପାଞ୍ଜଳି ଗମାଙ୍ଗ, ସାମସନ ଭୂୟାଁ ପ୍ରମୁଖ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.