ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

‘ମୋତେ ତୁମର ଲୁହ ସବୁବେଳେ ମନେ ରହିବ’: କୋହଲିଙ୍କ ଅବସର ପରେ ଭାବୁକ ହେଲେ ପତ୍ନୀ ଅନୁଷ୍କା

Published By : Tapas Panda | May 12, 2025 9:25 PM

Image Courtesy: Instagram

ନୂଆଦିଲ୍ଲୀ: ଦୀର୍ଘ ୧୪ ବର୍ଷର ଟେଷ୍ଟ କ୍ରିକେଟ କ୍ୟାରିୟରରୁ ଅବସର ନେଇଛନ୍ତି ଭାରତୀୟ କ୍ରିକେଟର ବିରାଟ କୋହଲି । ବହୁ ଚର୍ଚ୍ଚା ଆଲୋଚନା ମଧ୍ୟରେ ଟେଷ୍ଟରୁ ନିଜର ଅବସର ଘୋଷଣା କରିଛନ୍ତି ଏହି କିମ୍ବଦନ୍ତୀ କ୍ରିକେଟର । କୋହଲିଙ୍କ ଏହି ନିଷ୍ପତ୍ତି ଖେଳପ୍ରେମୀଙ୍କୁ ବ୍ୟଥିତ କରିଥିବା ବେଳେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏକ ଭାବବିହ୍ବଳ ପୋଷ୍ଟ କରିଛନ୍ତି । ତାଙ୍କର ଏହି ପୋଷ୍ଟ ଅନେକଙ୍କୁ ଭାବୁକ କରିଛି ଏବଂ କୋହଲିଙ୍କୁ ଅନୁଷ୍କାଙ୍କ ଭଳି ଜଣେ ପତ୍ନୀ ମିଳିବା ଭାଗ୍ୟର ବିଷୟ ବୋଲି କହିଛନ୍ତି । 

ଅନୁଷ୍କା ଲେଖିଛନ୍ତି ଯେ, ଲୋକମାନେ ରେକର୍ଡ ଏବଂ ମାଇଲଖୁଣ୍ଟ ବିଷୟରେ କଥା ହେବେ କିନ୍ତୁ ମୁଁ ସେହି ଲୁହକୁ ମନେ ରଖିବି ଯାହା ତୁମେ କେବେ ଦେଖାଇଲ ନାହିଁ । ସେହି ଯୁଦ୍ଧ ଏବଂ ଏହି ଫର୍ମାଟକୁ ତୁମେ ଦେଇଥିବା ପ୍ରେମ ଯାହା କେହି କେବେ ଦେଖି ନାହାନ୍ତି । ମୁଁ ଜାଣେ ଏସବୁ ପାଇଁ ତୁକେ କେତେ କଣ ଦେଇଛ । ପ୍ରତ୍ୟେକ ଟେଷ୍ଟ ସିରିଜ ପରେ ତୁମେ ଅଧିକ ନମ୍ର ହୋଇ ଫେରିଛ । ଏହି ଯାତ୍ରାରେ ତୁମକୁ ବଢ଼ୁଥିବା  ଦେଖିବା ଏକ ସୌଭାଗ୍ୟର କଥା। 

ଅନୁଷ୍କା ଆହୁରି ଲେଖିଛନ୍ତି ଯେ, ‘କୌଣସି କାରଣରୁ ମୁଁ ସବୁବେଳେ ଭାବୁଥିଲି ଯେ ତୁମେ ଧଳା ଜର୍ସି ପିନ୍ଧି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେବ କିନ୍ତୁ ତୁମେ ସବୁବେଳେ ତୁମର ହୃଦୟର କଥା ଶୁଣିଛ । ତେଣୁ ମୁଁ କେବଳ କହିବାକୁ ଚାହୁଁଛି, ମୋର ପ୍ରେମ, ତୁମେ ଏହାର ପ୍ରତ୍ୟେକ ଅଂଶ ହାସଲ କରିଛ । ବିଦାୟ ।’ 




ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପରସ୍ପରକୁ ଡେଟ୍ କରିବା ପରେ ୧୧ ଡିସେମ୍ବର ୨୦୧୭ରେ ବିବାହ କରିଥିଲେ । ଦୁହେଁ ପରସ୍ପର ସହିତ ଛାଇ ପରି ଠିଆ ହୋଇଛନ୍ତି । ଦୁହିଁଙ୍କର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଅଛି । ଝିଅର ନାମ ଭାମିକା ଏବଂ ପୁଅର ନାମ ଅକାୟ। କୋହଲି ଏବଂ ଅନୁଷ୍କା ଲଣ୍ଡନରେ ରହୁଛନ୍ତି । 

ଅନୁଷ୍କାଙ୍କ ଯୋଗୁଁ କୋହଲି ମଧ୍ୟ ଆଧ୍ୟାତ୍ମିକତାର ପଥ ବାଛିଥିଲେ । ସେ ପ୍ରାୟତଃ ନିମ କରୋଲି ବାବା, ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଦର୍ଶନ କରିବାକୁ ଯାଆନ୍ତି। ଏହା ସବୁ କେବଳ ଅନୁଷ୍କା ଶର୍ମାଙ୍କ ଯୋଗୁଁ ସମ୍ଭବ ହୋଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.