ରାୟପୁର,୧୨/୦୫: କେତେ ଖୁସିରେ ଘରକୁ ଫେରୁଥିଲେ । ଫ୍ୟାମିଲି ଫଙ୍କସନ୍ରେ ସାମିଲ ହୋଇ ହସଖୁସିରେ ଘରକୁ ଆସୁଥିଲେ । ହେଲେ କିଏ ଜାଣିଥିଲା ବାଟରେ ଯମ ଜଗି ବସିଛି ବୋଲି । ଛତିଶଗଡ ରାୟପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ମିନି ଟ୍ରକ୍ ଓ ଟ୍ରେଲର ଧକ୍କା ହୋଇ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ସେଥିରୁ ୪ ଶିଶୁଙ୍କ ସମେତ ୯ ଜଣ ମହିଳା ଅଛନ୍ତି । ପାରିବାରିକ ଉତ୍ସବରେ ଯୋଗ ଦେଇ ଫେରୁଥିବାବେଳେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ପ୍ରାୟ ୧୧ ଜଣ ଆହତ ହୋଇଥିବା ଖବର ମିଳିଛି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ମୃତକଙ୍କ ମଧ୍ୟରେ ୪ ଶିଶୁ-୯ ମହିଳା - ମିନି ଟ୍ରକ୍ରେ ଆସିବା ହେଲା କାଳ । ରାୟପୁର- ବଲୋଦାବାଜାର ରୋଡ଼ ସାରାଗାଁ ନିକଟରେ ଏକ ଯାତ୍ରୀବାହୀ ମିନି ଟ୍ରକ ଓ ଟ୍ରେଲର ଧକ୍କା ହୋଇଥିଲା । ଏଥିରେ ୧୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ସେଥିରେ ୪ ଜଣ ଶିଶୁଙ୍କ ସମେତ ୯ ଜଣ ମହିଳା ଅଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହିତ ଆହତଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଅଧିକ ପଢନ୍ତୁ...ଅସ୍ତ୍ରବିରତିକୁ ନେଇ ପାକିସ୍ତାନ ପକ୍ଷରୁ ଆସିଲା ବଡ ବୟାନ, କହିଲା…
ଦୁର୍ଘଟଣାର ଖବର ପାଇଁ ତୁରନ୍ତ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତଙ୍କୁ ଭୀମରାଓ ଆମ୍ବେଦକର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ନେଇ ରାୟପୁର ଜିଲ୍ଲାପାଳ ଗୌରବ ସିଂହ ସୂଚନା ଦେଇଛନ୍ତି । ଯଦିଓ ଦୁର୍ଘଟଣାର କାରଣ ଜଣାପଡିନାହିଁ ତେବେ ନିୟନ୍ତ୍ରଣ ହରାଇ ଥିବାକୁ ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ହୁଏତ ଚାଳକ ନିଶାଶକ୍ତ ହୋଇଥାଇ ପାରନ୍ତି । ତେବେ ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ ।