ନବରଙ୍ଗପୁର,୧୨।୫ ( ଆପ୍ର) : ନବରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ କୋଡିଙ୍ଗାଥାନା ଚିର୍ମା ଗାଁର ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ ଦେଶୀ ମଦ ଜବତ କରିବା ସହିତ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ମହିଳା ଜଣକ ହେଲେ ସତ୍ୟମଣୀ ମୁରିଆ।
ଚର୍ମା ଗାଁର ମୁରିଆ ସାହିର ସତ୍ୟମଣୀ ମୁରିଆ ନିଜ ଘର ବାରିପଟେ ୩୫ଲିଟର ଦେଶି ରନ୍ଧାମଦ ଲୁଚାଇ ରଖିଥିଲେ। ସେଭଳି ମଦ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତୁତ ୧୦୦ଲିଟର ପୋଚକୁ ନଷ୍ଟ କରାଯାଇଥିଲା । ସେଭଳି ଚିର୍ମା ଗାଁରେ ଏକ ଖୋଲା ଜାଗାରେ ୨୫୦ଲିଟର ଦେଶି ରନ୍ଧାମଦକୁ ଜବତ କରିବା ସହିତ ୨ହଜାର ଲିଟର ପୋଚକୁ ନଷ୍ଟ କରିଥିଲେ । ସେଭଳି ମଦ ରାନ୍ଧିବା ପାଇଁ ହାଣ୍ଡି ଡେକଚି ଓ ପ୍ଲାଷ୍ଟିକ ଡ୍ରମ୍ କୁ ଜବତ କରାଯାଇଛି। ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସଙ୍କ ନିର୍ଦ୍ଦେଶରେ ଅବକାରୀ ନିରୀକ୍ଷକ ଦିଲ୍ଲୀପକୁମାର ରଥଙ୍କ ନେତୃତ୍ୱରେ ରେଶମ ସୁନା, ଆକ୍ରମ ଖାନ ଓ ଆକାଶ ସବର ପ୍ରମୁଖ ଚଢଉରେ ସାମିଲ ଥିଲେ।