ଚନ୍ଦାହାଣ୍ଡି /ଝରିଗାଁ ୨୨।୪ : ଝରୀଗାଁ ବିଧାୟକ ନରସିଂହ ଭତ୍ରା ଙ୍କ ବାସଭବନ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି ଛାଡି ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।
ବିଜେଡି ପୂର୍ବତନ ସାଂସଦ ଓ ବିଧାୟକ ଙ୍କ ନିଜ ଚନ୍ଦାହାଣ୍ଡି ବ୍ଲକ ପIଟଖଲିଆ ପଂଚାୟତର ସମିତି ସଭ୍ୟl ନିରୁପମା ଧୁରୁଆ,ପୂର୍ବତନ ସମିତି ସଭ୍ୟ ଅନନ୍ତ ସୋରି, ବିଜେଡି ନେତା ଡମ୍ବରୁ ଧର ମାଝୀ, ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ବିଭାଗ ସୁପର ଭାଇଜର ଭରତ ରାଉତ, ନୀଳାମ୍ବର ବାଘ, ମଳୟ ସୁନା, ଯାଦବ ବଗର୍ତ୍ତୀ, ଚନ୍ଦ୍ର ପୂଜାରୀ, ପରମେଶର ନାଗ,ଭଗତରାମ ମାଝୀ ଙ୍କ ସମେତ ବହୁ ବିଜେଡି କର୍ମୀ ବିଜେପିରେ ମିଶିଥିଲେ।
ଏହି ପରିପ୍ରେକ୍ଷୀରେ ପୂର୍ଲା ସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବ ରେ ବିଧାୟକ ନରସିଂହ ଭତରା ସମସ୍ତ ଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣେଇବା ସହ ଜନ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ରାୟଗଡା ବିଜେପି ପ୍ରଭାରୀ ଗୋବିନ୍ଦ କୁମାର ଜୈନ , ପ୍ରତାପ ଚନ୍ଦ୍ର ବାଘ , ପ୍ରଫୁଲ୍ଲ ପ୍ରଧାନୀ, ପ୍ରଭାତ ସୁନା ପ୍ରମୁଖ ଉପସ୍ଥିତ ଥିଲେ।