ପ୍ରମୂଖ ଖବର
  • କଟକରେ ୩ ଜଣ ପାକିସ୍ତାନୀ ଚିହ୍ନଟ, ସମସ୍ତଙ୍କୁ କମିଶନରେଟ ପୋଲିସ ପକ୍ଷରୁ ନୋଟିସ ଜାରି
  • ||
  • ଏପ୍ରିଲ ୨୯ ରୁ ବନ୍ଦ ରହିବ ରତ୍ନଭଣ୍ଡାର ମାରାମତି କାର୍ଯ୍ୟ, ଜରୁରୀ ବୈଠକରେ ନିଆଗଲା ନିଷ୍ପତ୍ତି
  • ||
  • ନବ ଦାସ ହତ୍ୟା ମାମଲା: ଗୋପାଳଙ୍କ ପତ୍ନୀଙ୍କ ପରେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ
  • ||
  • ଓଡ଼ିଶାରେ ୧୨ଜଣ ପାକିସ୍ତାନୀ ନାଗରିକ, ରାଜଧାନୀରେ ଅଛନ୍ତି ଜଣେ ମହିଳା: ଦେଶ ଛାଡ଼ିବା ପାଇଁ ନୋଟିସ୍‌
  • ||
  • ବାଙ୍କୀ : ମଦ୍ୟପ ବରଯାତ୍ରୀଙ୍କ ଲଙ୍କାକାଣ୍ଡ, ଖଣ୍ଡା ଧରି ଗୋଡ଼ାଇଲେ ହାଣିବାକୁ
  • ||
  • ବଳରାମପୁର ଗାଁରେ ଅଘଟଣ: ନଡ଼ିଆ ଗଛ ଭାଙ୍ଗି ପଡ଼ିବାରୁ ଚାଲିଗଲା ମହିଳାଙ୍କ ଜୀବନ, ୪ ଗୁରୁତର
  • ||
  • OAS ସ୍ତରରେ ଛୋଟ ଧରଣର ଅଦଳବଦଳ, ବଦଳିଲେ ୧୧ ଓଏଏସ୍‌ ଅଫିସର
  • ||
  • ସୁନ୍ଦରଗଡ଼ : ଟ୍ରକ୍‌କୁ ଧକ୍କା ଦେଲା ହାଇୱା, ଜଣେ ମୃତ
  • ||
  • ଶନିବାର ରୋଜଗାର ମେଳା: ଭୁବନେଶ୍ୱର ସମେତ ଦେଶର ୪୭ଟି ସ୍ଥାନରେ ଆୟୋଜନ, ଉଦଘାଟନ କରିବେ ମୋଦି
  • ||
  • ରାଜ୍ୟରେ ତତାଇବ ତାତି, ଆଜି ୪ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ଆଲର୍ଟ, ଉପକୂଳରେ ଗୁଳୁଗୁଳି, ରବିବାରଠୁ ବର୍ଷା
  • ||
  • କୋଣାର୍କ ବସ୍‌ ଷ୍ଟାଣ୍ଡରେ ଜଳିଗଲା ୨ଦୋକାନ, କାରଣ ଅସ୍ପଷ୍ଟ
  • ||

ବିଦ୍ୟୁତ୍‌କାଟକୁ ନେଇ ତାତିଛନ୍ତି ୬ ପଞ୍ଚାୟତର ଚାଷୀ, ରାଜରାସ୍ତାରେ ଚାଷୀ

Published By : Harapriya Sethi | March 31, 2025 7:15 AM

ରାଇଘର,୩୧/୩: ଲୋ-ଭୋଲଟେଜ୍‌ ଏବଂ ଅଘୋଷିତ ବିଦ୍ୟୁତ୍‌କାଟକୁ ନେଇ ତାତିଛନ୍ତି ୬ ପଞ୍ଚାୟତର ଚାଷୀ । ସଦର ବ୍ଲକ ସରଗୁଲି ଛକ ଏବଂ ନିର୍ମାଣାଧୀନ ଭାରତମାଳା ପ୍ରକଳ୍ପ ରାସ୍ତା ଅବରୋଧ କରିଛନ୍ତି । ବିଦ୍ୟୁତ୍‌ ଯୋଗାଣ ବ୍ୟାହତ ଯୋଗୁ ସମଗ୍ର ବ୍ଲକ ଅନ୍ଧାରରେ ରହିଛି । ଆନ୍ଦୋଳନକାରୀଙ୍କ ଭୟରେ ମରାମତି ଲାଗି ଯାଉନାହାନ୍ତି ବିଦ୍ୟୁତ କର୍ମଚାରୀ । ଖବର ଲେଖା ହେବା ଅର୍ଥାତ ରାତି ୧୦ ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିଛି । ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଚାଷୀମାନେ କହିଛନ୍ତି । ଆଜି ଅପରାହ୍ଣ ଗୋଟାଏରେ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଥିଲା । ଲୋ ଭୋଲଟେଲ୍‌ ସମସ୍ୟାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଥିଲେ ଚାଷୀ । ସରଗୁଲି ଛକ ଏବଂ ଭାରତାମାଳା ପ୍ରକଳ୍ପ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ପହଞ୍ଚିଥିଲେ ତହସିଲଦାର ମୌସୁମୀ ସଜ୍ଜନ, ବିଡିଓ ଲକ୍ଷ୍ମୀସାଗର ମାଝୀ, ଆଇଆଇସି ରଘୁନାଥ ମାଝୀ ଏବଂ ଅନ୍ୟମାନେ । ଆନ୍ଦୋନଳକାରୀଙ୍କ ସହ ଆଲୋଚନା କରିଥିଲେ । ବୁଝଶୁଝା ପରେ ବି ମାନି ନଥିଲେ ଚାଷୀ । ନିଜ ଜିଦ୍‌ରେ ଅଟଳ ରହିଥିଲେ । ଏମିତିକି ଆନ୍ଦୋଳନ ସ୍ଥଳକୁ ରୋଷେଇ ସାମଗ୍ରୀ ଆଣିଥିଲେ । ରାତିରେ ରାସ୍ତାରେ ଶୋଇ ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଥିଲେ । ବିଦ୍ୟୁତ ସେବା ଠପ୍‌ ଯୋଗୁ ଅସହ୍ୟ ଯନ୍ତ୍ରଣା ଭୋଗିଛନ୍ତି ଜନସାଧାରଣ ।  

ସୂଚନାଥାଉକି, ଗତ ୨୦ ତାରିଖରେ ଲୋ-ଭୋଲଟେଜ୍‌ ଏବଂ ବାରମ୍ବାର ବିଦ୍ୟୁତ କାଟ୍‌କୁ ନେଇ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ । ୨ ଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ଆଖାପାଖର ୪ ପଞ୍ଚାୟତ ଚାଷୀ ସାମିଲ ହୋଇଥିଲେ । ସମସ୍ୟା ସାମଧାନ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୁ ହଟିଥିଲେ ଚାଷୀ । କିଛିଦିନ ତଳେ ଗଣଶିକ୍ଷା ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ବ୍ଳକର ଯୋଡ଼ ିଗାଁରେ ଏକ ବିଦ୍ୟୁତ ଗ୍ରୀଡ୍‌ ଉଦ୍‌ଘାଟନ କରିଥିଲେ । ସମସ୍ତେ ଭାବିଥିଲେ ଆଉ ବିଦ୍ୟୁତ ସମସ୍ୟା ହେବନି । ନୂଆ ଗ୍ରୀଡ୍‌ ପରେ ବି ସମସ୍ୟା ଲାଗି ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.