ଚନ୍ଦାହାଣ୍ଡି,୯/୪ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗସ୍ତରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ଝରିଗାଁ ବିଧାୟକ ନରସିଂହ ଭତରା । ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବ୍ଲକର ବିଭିନ୍ନ ଗ୍ରାମରେ କରାଯାଉଥିବା ଜଗତଜନନୀ ମା’ଙ୍କ ନବଦିନାତ୍ମକ କଳସ ଯାତ୍ରାରେ ଅଂଶଗ୍ରହଣ କରି ମା’ଙ୍କ ଆଶିଷ ଲାଭ କରିଥିଲେ l ପ୍ରଥମେ ଜମାଦାର ପଡ଼ା, ଭାଲୁଦଙ୍ଗରି, ବନ୍ଧକୋନା, ଚନ୍ଦାହାଣ୍ଡି, ମୋହରା, ମାଲଗାଁ ପ୍ରବୃତି ଗ୍ରାମକୁ ଯାଇ କଳସ ଯାତ୍ରାରେ ଅଂଶଗ୍ରହଣ କରିଥିଲେ l
ଗ୍ରାମର ଜନସାଧାରଣଙ୍କ ସହ ମିଶି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଥିବାବେଳେ ତାହାର ଲାଭ ଠିକ୍ ଭାବେ ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ l ଏହି କାର୍ଯ୍ୟକ୍ରମମାନଙ୍କରେ ଚନ୍ଦାହାଣ୍ଡି ମଣ୍ଡଳ ସଭାପତି ଭୋଦେବ ବାଘ ଓ ମାଲଗାଁ ମଣ୍ଡଳ ସଭାପତି ମୋହନ ନାୟକ ଅଧ୍ୟକ୍ଷତା କରିଥିବାବେଳେ ବରିଷ୍ଠ ନେତା ଗୋବିନ୍ଦ ଜୈନ, ଅକାଳୁ ଜାଲି, ଭରତ ବାଘ, ବସନ୍ତ ମାଝୀ, ମୁରଲୀ ପୋଡ଼, ମଧୁସୂଦନ ନାଗେଶ, ରତା ନାୟକ, ମାନସିଂ ଚୌହାନ, ପ୍ରଭାତ ସୁନା, ଦଶରଥ ଧୂରୁଆ, ଅକ୍ରୁର ନାୟକ, ବଂଶୀ ବଞ୍ଜରା, ନେପାଳ ଗୌଡ଼, ଲଚୀନ ବାଘ, ଅତବଲ ସୋରି ପ୍ରମୁଖ ଉପସ୍ଥିତ ଥିଲେ l