ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସ୍କୁଟିକୁ ପିଟିଲା ରାଜଧାନୀ ଅପେରା ଟ୍ରକ୍, ବାପ-ପୁଅ ଆହତ

Published By : Rasmita Pradhan | April 26, 2025 12:05 PM

ଭୁବନେଶ୍ଵର, ୨୬/୦୪ : ସ୍କୁଟିକୁ ଧକ୍କା ଦେଲା ରାଜଧାନୀ ଅପେରା ଟ୍ରକ୍। ବାପା ଓ ପୁଅ ଆହତ। ଭଦ୍ରକ ଜିଲ୍ଲା ଧୁସୁରି ଥାନା ଅଧୀନ ଆସୁରାଳି ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ଟ୍ରକ୍ ଡ୍ରାଇଭରକୁ ହେପାଜତକୁ ନେଇଛି।

ସୂଚନାନୁଯାୟୀ, ରାଜଧାନୀ ଅପେରା ଅସୁରାଳି ସ୍ଥିତ ଫତେପୁର ଠାରେ ଯାତ୍ରା ସାରି ଫେରିବା ବେଳେ ଯାତ୍ରା ପାର୍ଟି ଟ୍ରକ୍ ଦୁର୍ଘଟଣା ଘଟାଇଛି। ଟ୍ରକ୍‌ଟି ଆସୁରାଳି ପେଟ୍ରୋଲ ପମ୍ପରେ ପଶିବା ବେଳେ ନଦୀ ଗାଁରୁ ସ୍କୁଟି ଯୋଗେ ଆସୁଥିବା ଆଶୋକ ସାହୁ ଓ ତାଙ୍କ ପୁଅଙ୍କୁ ଧକ୍କା ଦେଇଥିଲା। ଫଳରେ ବାପା ଓ ପୁଅ ଆହତ ହୋଇଥିଲା। ଯାତ୍ରା ପାର୍ଟି ମ୍ୟାନେଜର ପହଞ୍ଚି ଆହତଙ୍କୁ ମେଡିକାଲ ନେଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜନାକୁ ଦୃଷ୍ଟିରେ ରଖି ଧୂସୁରୀ ପୋଲିସ ପହଞ୍ଚି ଟ୍ରକ୍ ଡ୍ରାଇଭରକୁ ହେପାଜତକୁ ନେଇଛି।

ଏହି ଖବରଟିକୁ ପଢନ୍ତୁ-ମେ’ ୧ରୁ ରବି ଧାନକିଣା, ୧୪ ଲକ୍ଷ ମେଟ୍ରିକ ଟନ୍‌ ସଂଗ୍ରହ ଲକ୍ଷ୍ୟ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.