ପ୍ରମୂଖ ଖବର
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପ୍ରାର୍ଥୀବ ଶରୀରର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • କଟକ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ
  • ||
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଟ୍ରକ୍‌କୁ ପଛରୁ ପିଟିଲା ବୋଲବମ୍ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍; ୫ଜଣ ଗୁରୁତର

Published By : Anindita Ratha | July 15, 2025 7:49 AM

ବାଉଁଶୁଣୀ,୧୫/୦୭: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ୍। ଫଳରେ ୫ ଜଣ ଗୁରୁତର । ବୌଦ୍ଧ ଜିଲ୍ଲା ଜାତୀୟ ରାଜପଥ ନଂ ୫୭ର ବାଉଁଶୁଣୀ ଦମକଳ କେନ୍ଦ୍ର ନିକଟରେ ଏହି ଦୁର୍ଘଟଣା ହୋଇଛି । 

ସୂଚନା ମୁତାବକ, କଟକ ଜିଲ୍ଲା  ନରସିଂହପୁର ଅଞ୍ଚଳର ବୋଲବମ୍ ଯାତ୍ରୀମାନେ ନୂଆପଡା ଅଞ୍ଚଳର କୌଣସି ଶୈବ ପୀଠରେ ପାଣି ଢାଳି ପିକ୍ଅପ୍ ଭ୍ୟାନ ଯୋଗେ ଫେରୁଥିଲେ। ହେଲେ ମଙ୍ଗଳବାର ଭୋର ୪ଟାରୁ ବାଉଁଶୁଣୀ ଦମକଳ କେନ୍ଦ୍ର ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ପିକଅପ । ଫଳରେ ୫ଜଣ ବୋଲବମ୍ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତମାନେ ହେଲେ ଦୀନବନ୍ଧୁ ସାହୁ, ସୁମନ୍ତ କୁମାର୍ ସାହୁ, ନାଲୁ ପ୍ରଧାନ, ବଳଭଦ୍ର ସାହୁ ଓ ଡ୍ରାଇଭର ସୂର୍ଯ୍ୟମଣି ଜେନା। ବାଉଁଶୁଣୀ ଅଗ୍ନିଶମ ବାହିନୀ ଓ ୧୦୮ ଆମ୍ବୁଲାନ୍ସ୍ ଯୋଗେ ସମସ୍ତ ଗୁରୁତରଙ୍କୁ ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସମସ୍ତ ଯାତ୍ରୀ ସୁସ୍ଥ ଥିବା ଜଣାପଡ଼ିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.