ଆନନ୍ଦପୁର, ୧୫/୦୭ : କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ୨୦ ନଂ ଜାତୀୟ ରାଜପଥ ଶାଳପଡା ନିକଟରେ ଅଧାପନ୍ତରିଆ ରାସ୍ତାକୁ ନେଇ ଉତ୍ତେଜନା। ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ। ତୁରନ୍ତ ରାସ୍ତାକୁ ନିର୍ମାଣ କରିବାକୁ ଦାବି।
ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ଦ୍ୱାରା ଅନେକ ଦିନରୁ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସର୍ଭିସ ରୋଡ୍କୁ ସଠିକ ଭାବେ ନିର୍ମାଣ ନକରି ସେହି ରାସ୍ତାରେ ସମସ୍ତ ଗାଡି ଯାତାୟାତ କରୁଛନ୍ତି। ସର୍ଭିସ ରୋଡ୍ରେ ଅସରାଏ ବର୍ଷାରେ ଆଣ୍ଠୁଏ ଲେଖାଏ ପାଣି ଜମୁଛି। ଫଳରେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥି ସହିତ ଲମ୍ବା ଲାଇନ୍ରେ ଗାଡି ଗୁଡିକ ଠିଆ ହେଉଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ରାସ୍ତାକୁ ନିର୍ମାଣ କରିବାକୁ ଦାବି କରିଛନ୍ତି। ଏଥିରେ ବିଳମ୍ବ ହେଲେ ଆଗକୁ ରାସ୍ତାରୋକ ସହିତ ଜନ ଆନ୍ଦୋଳନର ଚେତାବନୀ ଦେଇଛନ୍ତି।