ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସାମାନ୍ୟ ବର୍ଷାରେ କାଦୁଅ ପଚପଚ ରାସ୍ତା, ହାତରେ ଚପଲ ଧରି ଯାଉଛନ୍ତି ଲୋକେ... ତୁରନ୍ତ ରାସ୍ତା ନିର୍ମାଣ ଦାବି

Published By : Rasmita Pradhan | July 15, 2025 2:27 PM

ଜହ୍ନାପଙ୍କ, ୧୫/୭ : ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ପୋଲାମ ଗ୍ରାମବାସୀଙ୍କ ରାସ୍ତା ଯନ୍ତ୍ରଣା। ସାମାନ୍ୟ ବର୍ଷାରେ କାଦୁଅ ପଚପଚ ହୋଇଯାଉଛି ରାସ୍ତା। ସାଇକେଲ୍ ବାଇକ୍ ତ ଦୂରର କଥା ହାତରେ ଚପଲ ଧରି ଯାଉଛନ୍ତି ଲୋକେ। ତୁରନ୍ତ ରାସ୍ତା କଂକ୍ରିଟ୍ କରିବାକୁ ଦାବି କଲେ ଗ୍ରାମବାସୀ।

ସୂଚନାନୁଯାୟୀ, ପୋଲାମ ଗାଁ ମୁଣ୍ଡରୁ ସାଲୁଙ୍କି ରାସ୍ତା ଉନ୍ନତିକରଣ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ରାସ୍ତା କେବଳ ସ୍ନାନ ଶୌଚ ପାଇଁ ବ୍ୟବହାର ହେଉଛି। କିନ୍ତୁ ଗାଁ ରାସ୍ତା ପାଇଁ ପଞ୍ଚାୟତ କର୍ତୃପକ୍ଷ ଆଖିବୁଜି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ୫୭ନଂ ଜାତୀୟ ରାଜପଥ ଠାରୁ ୧ କିମି ରାସ୍ତା ପର୍ଯ୍ୟନ୍ତ କଂକ୍ରିଟ କରାଯାଇଥିବା ବେଳେ ସେହିଠାରୁ ଗାଁ ମୁଣ୍ଡ ପର୍ଯ୍ୟନ୍ତ ୧୦୦ ମିଟର ରାସ୍ତାକୁ କଂକ୍ରିଟ କରାଯାଇ ନାହିଁ। ଫଳରେ ସାମାନ୍ୟ ବର୍ଷା ହେଲେ ରାସ୍ତା କର୍ଦମାକ୍ତ ହେଉଛି। ଏହା ସହିତ ଟ୍ରାକ୍ଟର ଚଳାଚଳ ଯୋଗୁଁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡୁଛି। ଏହି ବାଟ ଦେଇ ପ୍ରତିଦିନ ଛାତ୍ରଛାତ୍ରୀମାନେ ସ୍କୁଲ କଲେଜ ଯାଉଛନ୍ତି। ଲୋକମାନେ ବୌଦ୍ଧ ଜିଲ୍ଲା ସଦର ମହକୁମାକୁ ବିଭିନ୍ନ କାମରେ ଯାଉଛନ୍ତି। ପଞ୍ଚାୟତରୁ ଭତ୍ତା ଆଣିବା ପାଇଁ ବୟସ୍କ ଲୋକମାନେ ଏହି ରାସ୍ତା ଉପରେ ନିର୍ଭର। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଞ୍ଚାୟତ କର୍ତ୍ତୃପକ୍ଷ ତୁରନ୍ତ ରାସ୍ତା କଂକ୍ରିଟ୍ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.