ପ୍ରମୂଖ ଖବର
  • ବ୍ରହ୍ମପୁର, : ଲାଞ୍ଜିପଲ୍ଲୀ ଜେଲ ଗେଟ୍ ନିକଟରୁ ୩ ବୋମା ଜବତ
  • ||
  • କୋଏଲ ନଦୀରେ ବୁଡି ଛାତ୍ର ମୃତ
  • ||
  • ଭିଜିଲାନ୍ସ ଜାଲରେ ପୁଣି ଜଣେ ଯନ୍ତ୍ରୀ, ୧୦ ହଜାର ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସଙ୍କୁ ଧରିଲା ଭିଜିଲାନ୍ସ ଟିମ୍
  • ||
  • ଆସନ୍ତା ୧୯ରୁ ହାଇକୋର୍ଟଙ୍କ ଗ୍ରୀଷ୍ମ ଅବକାଶ, ୮ ଦିନ ବସିବ ଅବକାଶକାଳୀନ ଅଦାଲତ
  • ||
  • ଆସନ୍ତା ୩୧ରେ ଆଇଟିଆଇ ନାମଲେଖା ଆବେଦନ ଶେଷ, ଜୁନ୍‌ ୬ରେ ପ୍ରଥମ ମେଧା ତାଲିକା
  • ||
  • ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍‌ ରାଜନୀତି, ୩୦ରେ ଆସ୍ଥା ପ୍ରମାଣିତ କରିବେ ରୋଜି
  • ||
  • ଯାଜପୁରରେ ଟାଟା କରିବ ୬୩ ହଜାର କୋଟିର ପ୍ରକଳ୍ପ, ୩୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି
  • ||
  • କନ୍ଧମାଳ : ଗାଧେଇବା ବେଳେ ଅଘଟଣ, ପୋଖରୀରେ ବୁଡି ଶିଶୁ ମୃତ
  • ||
  • କେନ୍ଦୁଝର : ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ପାଇଁ ସ୍ଥାନୀୟଲୋକଙ୍କ ଦାବି
  • ||
  • Operation Sindoor; ଖୋଲିବ ପାକିସ୍ତାନ ପୋଲ୍, ୭ ସାଂସଦଙ୍କୁ ନେଇ ସର୍ବଦଳୀୟ ଟିମ୍‌ ଗଠନ
  • ||
  • ନୂଆପଡ଼ା: ଜୁଆ ଆଡ୍ଡା ଉପରେ ଚଢ଼ାଉ ବେ​‌ଳେ​‌ ୧୫ ଗିରଫ, ୨୭ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ବରଗଡ଼: ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • ଗଞ୍ଜାମ : ସିନ୍ଦୂରାପଲ୍ଲୀରେ ବୁଲିଲା ଖଣ୍ଡା ଏବଂ ଠେଙ୍ଗା, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ: ବିସ୍କୁଟ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, କୋଟିଏ ଟଙ୍କାର କ୍ଷୟକ୍ଷତି, ବହୁ ଅତ୍ୟାଧୁନିକ ମେସିନ୍ ପୋଡ଼ି ପାଉଁଶ
  • ||
  • ଉପକୂଳରେ କଲବଲ କରୁଛି ଅସମ୍ଭାଳ ଗୁଳୁଗୁଳି, ୫ ଦିନ ଯାଏଁ ନିସ୍ତାର ନାହିଁ
  • ||
  • ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • କଟକ : ଧାନ ବିଲକୁ ଯାଇଥିଲେ ବୃଦ୍ଧ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
  • ||
  • କେନ୍ଦୁଝର : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌, ଦୁଇ ଗୁରୁତର
  • ||
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||

ଡାକ ବିଭାଗରେ ଜାଲ ସାର୍ଟିଫିକେଟ୍‌ କେଳେଙ୍କାରୀ, ତଦନ୍ତ ସାରି ଫେରିଗଲା ୬ଜଣିଆ ସିବିଆଇ ଟିମ୍‌

Published By : Prameya | April 26, 2025 1:17 PM

ବଲାଙ୍ଗିର,୨୬/୦୪: ବିଗତ ୪ଦିନର ତଦନ୍ତ ପରେ ଆଜି  କ୍ରାଇମବ୍ରାଞ୍ଚ ଫେରିଯାଇଛି । ଡାକ ବିଭାଗରେ ଜାଲ ସାର୍ଟିଫିକେଟ କେଳେଙ୍କାରୀର ଯାଞ୍ଚ ପାଇଁ ଆସିଥିବା ୬ଜଣିଆ ସିବିଆଇର ଟିମ୍‌ ଶୁକ୍ରବାର ଅପରାହ୍ନରେ ବଲାଙ୍ଗିର ଛାଡ଼ିଛି । ଗତ ୨୨ତାରିଖରୁ ବଲାଙ୍ଗିର ସର୍କିଟ ହାଉସଠାରେ ସିବିଆଇ ଡେରା ପକାଇଥିଲା । ଏଥିରେ ପୁଲିସ ଏବଂ ଡାକ ବିଭାଗର କେତେଜଣ କର୍ମଚାରୀଙ୍କ ଉପସ୍ଥିତିରେ ଏସବୁ ତଦନ୍ତ କରାଯାଉଥିଲା । ସିବିଆଇର ଯାଞ୍ଚ ରେକର୍ଡରେ ମଧ୍ୟ ସେମାନଙ୍କ ଉପସ୍ଥିତିକୁ ଦାଖଲ କରାଯାଇଛି। ଅର୍ଥାତ ସିବିଆଇର ଏସବୁ ଯାଞ୍ଚ, ବୟାନ ରେକର୍ଡ ଏବଂ  ପଚରାଉଚୁରାରେ ସେମାନେ ଏକପ୍ରକାର ସାକ୍ଷୀ ହୋଇଥିବା  କୁହାଯାଇପାରେ। ଅବଶ୍ୟ ବଲାଙ୍ଗିରର କେଳେଙ୍କାରୀ ଏବଂ ଅଭିଯୁକ୍ତଙ୍କ ସହ ସମ୍ବଲପୁର ଏବଂ କଳାହାଣ୍ଡି ଲିଙ୍କ ଥିବା କିଛି  ଖିଅ ସିବିଆଇ ହାତରେ ଲାଗିଛି । ଏହାବାଦ୍‌ ତଦନ୍ତ ସ୍କାନରରେ  ଭଦ୍ରକ, ବାଲେଶ୍ୱର, ନୂଆପଡ଼ା, ରାୟଗଡ଼ା, କନ୍ଧମାଳ ଜିଲ୍ଲାର  କେତେଜଣ ବ୍ୟକ୍ତି ଏବଂ ସରକାରୀ କର୍ମଚାରୀ ମଧ୍ୟ ରହିଥିବା  କୁହାଯାଉଛି । ହେଲେ ଏନେଇ ସିବିଆଇ ପକ୍ଷରୁ ନାଁ କୌଣସି  ଅଧିକାରୀ ପ୍ରତିକ୍ରିୟା ଦେଇଛନ୍ତି ନାଁ କୌଣସି ସୂଚନା ଦିଆଯାଇଛି । 

ସୂଚନାଯୋଗ୍ୟ ଯେ, ପ୍ରଥମକରି ଡାକ ବିଭାଗରେ  ନକଲି ସାର୍ଟିଫିକେଟ ମାମଲା ବଲାଙ୍ଗିରରୁ ଆରମ୍ଭ ହୋଇଥିଲା ।  ୨୦୨୩ ମସିହା ମାର୍ଚ୍ଚ ୨୩ତାରିଖରେ ଏହି ସାର୍ଟିଫିକେଟ  ଜାଲିଆତି ଘଟଣା ସାମ୍ନାକୁ ଆସିଥିଲା । ପ୍ରଥମେ ପୁଲିସ, ପରେ  କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରିଥିଲା । ଶେଷରେ ୨୦୨୩  ମସିହା ମଇ ୯ତାରିଖରେ ସିବିଆଇ ପକ୍ଷରୁ କେସ ନମ୍ବର  ଆରସି-୨୨୧୨୦୨୩ଇ୦୦୧୩ରେ ମାମଲା ରୁଜୁ କରାଗଲା ।  ଯେଉଁଥିରେ ଧାରା ଆଇପିସିର ୪୨୦, ୪୬୮, ୪୭୧, ୫୧୧,  ୭(ଏ) ଏବଂ ୧୨୦(ବି) ଲାଗିଥିଲା । ଏହି ମାମଲା ସମ୍ପର୍କରେ  ମୁଖ୍ୟ ଡାକପାଳଙ୍କ କାର୍ଯ୍ୟାଳୟର ତତ୍କାଳୀନ ନିର୍ଦ୍ଦେଶକ ସୁବାଷ  ଚନ୍ଦ୍ର ବାରିକ ଲିଖିତ ଭାବରେ ଜଣାଇଥିଲେ ।ଏଥିରେ ବିଭାଗ ପକ୍ଷରୁ ୬୪ଜଣ ଅଭିଯୁକ୍ତ/ସନ୍ଦିଗ୍ଧଙ୍କ ତାଲିକା ସହ ଅତିରିକ୍ତ  ୮୩ଜଣିଆ ଆଉ ଏକ ତାଲିକା ଦିଆଯାଇଥିଲା । ଯେଉଁମାନଙ୍କ  ବିରୋଧରେ ପୁଲିସ ମାମଲା କରିଥିବା କୁହାଯାଇଥିଲା । ଏହି  ମାମଲାରେ ସିବିଆଇକୁ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ  ମିଳିଥିବାରୁ ପୁଣିଥରେ ତଦନ୍ତ ଆଗେଇଥିବା କୁହାଯାଉଛି । 

ପ୍ରକାଶ ଯେ, ବଲାଙ୍ଗିର ଡାକ ବିଭାଗରେ ଗ୍ରାମୀଣ  ଡାକ ସେବକ ନିଯୁକ୍ତିରେ କେତେକ ଆଶାୟୀ ସାର୍ଟିଫିକେଟ  ଜାଲିଆତି କରି ମାର୍କ ହାତେଇଥିବା ସନ୍ଦେହ ଉପୁଜିବାରୁ ତତ୍କାଳୀନ  ବଲାଙ୍ଗିର ଡାକ ଅଧିକ୍ଷକ ରାଜେନ୍ଦ୍ର ପଟ୍ଟନାୟକ ଟାଉନଥାନାରେ  ଲିଖିତ ଅଭିଯୋଗ କରିଥିଲେ । ଏନେଇ ଗଣମାଧ୍ୟମରେ  ଖବର ପ୍ରକାଶନ ପରେ ପୁଲିସ ତଦନ୍ତ ଜୋରଦାର କରିଥିଲା ।  କେତେଜଣ ଅଭିଯୁକ୍ତଙ୍କ ସୂଚନାଆଧାରରେ ପଚରାଉଚୁରା କରି ସମୁଦାୟ ୧୯ଜଣଙ୍କୁ ଗିରଫ କରିଥିଲା । ମାମଲାର ଅଧିକ  ତଦନ୍ତ ପାଇଁ ପୁଲିସର ଏକ ଟିମ୍‌ ରାଜ୍ୟବାହାରକୁ ଯିବା ପାଇଁ  ପ୍ରସ୍ତୁତ ହେଉଥିବା ବେଳେ ରାଜ୍ୟସରକାର ଏହି ମାମଲା  କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ । ପରେ କ୍ରାଇମବ୍ରାଞ୍ଚ  ବଲାଙ୍ଗିର ଆସି ତଦନ୍ତ ଆରମ୍ଭକରି ବିଭିନ୍ନ ସ୍ଥାନରେ ଚଢ଼ଉ  କରିବା ସହ ସାକ୍ଷ୍ୟ ଗ୍ରହଣ କରିଥିଲା । ହେଲେ ତାରି  ଭିତରେ ଭୁବନେଶ୍ୱର, ସମ୍ବଲପୁର, କେନ୍ଦୁଝର, କଳାହାଣ୍ଡିରୁ  ମଧ୍ୟ ସମାନ ଅଭିଯୋଗ ଆସିବାରୁ ଡାକ ବିଭାଗ ପକ୍ଷରୁ  ଏହାର ସିବିଆଇ ତଦନ୍ତ ପାଇଁ ନିବେଦନ କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.