ପ୍ରମୂଖ ଖବର
  • କଟକରେ ୩ ଜଣ ପାକିସ୍ତାନୀ ଚିହ୍ନଟ, ସମସ୍ତଙ୍କୁ କମିଶନରେଟ ପୋଲିସ ପକ୍ଷରୁ ନୋଟିସ ଜାରି
  • ||
  • ଏପ୍ରିଲ ୨୯ ରୁ ବନ୍ଦ ରହିବ ରତ୍ନଭଣ୍ଡାର ମାରାମତି କାର୍ଯ୍ୟ, ଜରୁରୀ ବୈଠକରେ ନିଆଗଲା ନିଷ୍ପତ୍ତି
  • ||
  • ନବ ଦାସ ହତ୍ୟା ମାମଲା: ଗୋପାଳଙ୍କ ପତ୍ନୀଙ୍କ ପରେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ
  • ||
  • ଓଡ଼ିଶାରେ ୧୨ଜଣ ପାକିସ୍ତାନୀ ନାଗରିକ, ରାଜଧାନୀରେ ଅଛନ୍ତି ଜଣେ ମହିଳା: ଦେଶ ଛାଡ଼ିବା ପାଇଁ ନୋଟିସ୍‌
  • ||
  • ବାଙ୍କୀ : ମଦ୍ୟପ ବରଯାତ୍ରୀଙ୍କ ଲଙ୍କାକାଣ୍ଡ, ଖଣ୍ଡା ଧରି ଗୋଡ଼ାଇଲେ ହାଣିବାକୁ
  • ||
  • ବଳରାମପୁର ଗାଁରେ ଅଘଟଣ: ନଡ଼ିଆ ଗଛ ଭାଙ୍ଗି ପଡ଼ିବାରୁ ଚାଲିଗଲା ମହିଳାଙ୍କ ଜୀବନ, ୪ ଗୁରୁତର
  • ||
  • OAS ସ୍ତରରେ ଛୋଟ ଧରଣର ଅଦଳବଦଳ, ବଦଳିଲେ ୧୧ ଓଏଏସ୍‌ ଅଫିସର
  • ||
  • ସୁନ୍ଦରଗଡ଼ : ଟ୍ରକ୍‌କୁ ଧକ୍କା ଦେଲା ହାଇୱା, ଜଣେ ମୃତ
  • ||
  • ଶନିବାର ରୋଜଗାର ମେଳା: ଭୁବନେଶ୍ୱର ସମେତ ଦେଶର ୪୭ଟି ସ୍ଥାନରେ ଆୟୋଜନ, ଉଦଘାଟନ କରିବେ ମୋଦି
  • ||
  • ରାଜ୍ୟରେ ତତାଇବ ତାତି, ଆଜି ୪ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ଆଲର୍ଟ, ଉପକୂଳରେ ଗୁଳୁଗୁଳି, ରବିବାରଠୁ ବର୍ଷା
  • ||
  • କୋଣାର୍କ ବସ୍‌ ଷ୍ଟାଣ୍ଡରେ ଜଳିଗଲା ୨ଦୋକାନ, କାରଣ ଅସ୍ପଷ୍ଟ
  • ||

ଆମ୍ବେଦକରଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଉନ୍ମୋଚିତ

Published By : Prameya | April 14, 2025 8:29 PM

ଚନ୍ଦାହାଣ୍ଡି, ୧୪।୪ : ଚନ୍ଦାହାଣ୍ଡି ବ୍ଲକ ସଦର ମହକୁମା ଠାରେ ଭାରତ ରତ୍ନ ବାବା ସାହେବ ଡ଼ଃ ଭୀମ ରାଓ ଆମ୍ବେଦକରଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ପାନାବେଡା ଆମ୍ବେଦକର ମଞ୍ଚ ଆନୁକୂଲ୍ୟରେ ଏକ ବିରାଟ ଶୋଭାଯାତ୍ରାରେ ଶତାଧିକ ଆମ୍ବେଦକର ପ୍ରେମୀ ଚନ୍ଦାହାଣ୍ଡି ହାଟପଦା ଠାରୁ ସଭାସ୍ଥଳରେ ପହଞ୍ଚି ଥିଲେ। ଏହାପରେ ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଆମ୍ବେଦକର ଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି କୁ ଉନ୍ମୋଚନ କରିଥିଲେ। 

ଆମ୍ବେଦକର ଯୁବକ ସଂଘ ସଭାପତି କ୍ଷେମରାଜ ବାଘଙ୍କ ପୌରାହିତ୍ୟରେ ଏହା ଅନୁଷ୍ଠିତ ହୋଇଥିଲା। ଆମ୍ବେଦକର ଜୟନ୍ତୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଅବସରପ୍ରାପ୍ତ ଅତିରିକ୍ତ  ମୃତିକା ସଂରକ୍ଷଣ ଅଧିକାରୀ ପ୍ରକାଶ ଚନ୍ଦ୍ର ନାଗ, ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀ, ଉପାଧ୍ୟକ୍ଷ ବାସୁଦେବ ଗୌଡ଼,ଗଣ୍ଡା ସମାଜ ସଭାପତି ନରେଶ୍ୱର ବେଶ୍ରା,ସନ୍ତୋଷ କୁମାର ଜଗତ,ଲଚ୍ଛମନ ମାଝୀ ସୁଲତାନ ଅଲ୍ଲୀ, ପୁରୁଷୋତ୍ତମ ପାରୀ, ଭଗବାନ ବୈରାଗୀ, ଦେବରାଜ ନାଗ, ଗୌରହରୀ ନାୟକ,ରାଜେଶ ଜାନି, ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଶ୍ରୀ ମାଝୀ ଆମ୍ବେଦକର ଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ଚନ୍ଦାହାଣ୍ଡି ଠାରେ ମହାମାନବ ଡ଼ଃ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇ ଏ ଅଂଚଳର ଦୀର୍ଘ ଦିନର ସ୍ବପ୍ନ ସାକାର ହୋଇଛି ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମକୁ ଶୁଭଶ୍ରୀ ଗନ୍ତାୟତ ଓ ସନ୍ତୋଷ ଖମାରୀ ପରିଚାଳନା କରିଥିବା ବେଳେ ରଜତ ଜଗତ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଚନ୍ଦ୍ରଧ୍ଵଜ ଡଙ୍ଗରି,  କୃଷ୍ଣ ଜାନି, ହର ପୂଜାରୀ, ପ୍ରଶାନ୍ତ ପାରୀ,ମହମ୍ମଦ ସଫିକ, ମୁରଲୀଧର ପୂଜାରୀ,ବାସୁଦେବ ସୁନା, ସନ୍ତୋଷ ଟାକ୍ରି,ଚକ୍ରଧର ଚୌହାନ, କୃଷ୍ଣ ବାଘ, ପ୍ରଦୁମ୍ନ ବାଘ, ଚନ୍ଦନ ଜଗତ, ଦିନେଶ ଗଣ୍ଡା, ପବିତ୍ର ଚୌହାନ, ଦିଗବିଜୟ ବାଘ, ରୁପେଶ ବାଘ, ଉପବନ ମାଝୀ ପ୍ରମୁଖ ସହଯୋଗ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.