ଚନ୍ଦାହାଣ୍ଡି,୧୦।୫ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ସ୍ଥିତ ପ୍ରଥମ ଶ୍ରେଣୀ ବିଚାରପତିଙ୍କ ଅଦାଲତଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ଜରିନ୍ ଖାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକ ଅଦାଲତରେ ୪ ଟି ଫୌଜଦାରୀ ମାମଲାର ଫଇସଲା ହୋଇ ଥିବା ବେଳେ ୨ ଟି ବ୍ୟାଙ୍କ ସମ୍ବନ୍ଧୀୟ ମାମଲାର ଫଇସଲା ହୋଇଥିଲା ।
ଏହି ଲୋକ ଅଦାଲତରେ ବରୋଦା ବ୍ୟାଙ୍କ ଶାଖା ପରିଚାଳକ ଯୋଗେଶ ବଗାର, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଳକ ମହେନ୍ଦ୍ରନାଥ ସିଂ, ରୋଶନ ଲାକ୍ରା , ଆଇନଜୀବୀ ମହମ୍ମଦ ହୁସେନ, ଜୟଦେବ ଖମାରୀ, ହୁମେଶ୍ୱର ହଂସ କୋର୍ଟ କର୍ମଚାରୀ କେଶରୀ ମନହିରା, ଆଶିଷ ସାହୁ, ପ୍ରବୀଣ ଦାସ, ନିଲୁ ଶବର, ଭରତ ଦାସ, ବୃନ୍ଦାବନ ଜାନୀ ପ୍ରମୁଖ ଉପସ୍ଥିତ ଥିଲେ।