ପ୍ରମୂଖ ଖବର
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଖରାରେ ଚର୍ମର ଯତ୍ନ ପାଇଁ ଡି-ଟ୍ୟାନ୍‌, ମୁହଁର ସତେଜତା ପାଇଁ ଫ୍ରୁଟ୍‌ସ ଫେସିଆଲ୍

Published By : Prameya | May 11, 2025 2:31 PM

ଭୁବନେଶ୍ୱର,୧୧/୦୫: ପ୍ରଚଣ୍ଡ  ଖରା । ଘରୁ ବାହାରିଲେ ଦେହ ପୋଡ଼ିଯାଉଛି । ତେବେ କର୍ମଜୀବୀ ଏବଂ କଲେଜ ପଢୁଆ  ଛାତ୍ରୀମାନେ ବାଧ୍ୟ ହୋଇ ଘରୁ ବାହାରୁଛନ୍ତି ।  ଖରାରେ ବାହାରିଲା କ୍ଷଣି ତ୍ୱଚା ଟ୍ୟାନ୍‌  (କଳା ରଙ୍ଗ) ହୋଇଯାଉଛି । ତେଣୁ  ମହିଳାମାନେ ପାର୍ଲର ଯାଇ କରୁଛନ୍ତି ଡି-ଟ୍ୟାନ୍‌ । ଏହାବାଦ୍‌ ଗରମରେ ତ୍ୱଚାକୁ ସତେଜ  ଓ ଉଜ୍ୱଳ ରଖିବା ପାଇଁ ବିଭିନ୍ନ ପ୍ରକାର ଫ୍ରୁଟ୍ସ୍‌  ଫେସିଆଲ୍‌ ମଧ୍ୟ ବେଶ ଆଦୃତ ହେଉଛି ।  

ପାର୍ଲରରେ ଗୃହିଣୀଙ୍କଠାରୁ ଆରମ୍ଭ  କରି କର୍ମଜୀବୀ, ଯୁବପିଢିଙ୍କ ଗହଳି ଲାଗୁଛି । ବିଶେଷକରି କଲେଜ ପଢୁଆ  ପିଲାଙ୍କର ଅଧିକ ଆଗ୍ରହ ରହୁଛି ।  ଗ୍ରାହକଙ୍କୁ ଅଧିକ ଆକର୍ଷିତ କରିବା ପାଇଁ  ପାର୍ଲରରେ ମଧ୍ୟ ବିଭିନ୍ନ ଅଫର୍‌ ଦିଆଯାଉଛି ।  

ତ୍ୱଚାର ଯତ୍ନ କ୍ଷେତ୍ରରେ ପୁରୁଷ ମଧ୍ୟ ପଛରେ ପଡ଼ିନାହାନ୍ତି । ସେମାନେ ନିଜ ଚର୍ମକୁ  ଖରା ତାଉରୁ ରକ୍ଷା କରିବା ପାଇଁ ପାର୍ଲରରେ  ସମର୍‌ ସ୍କିନ୍‌ କେୟାରଠୁ ଆରମ୍ଭ କରି ଡି-ଟ୍ୟାନ୍‌, କ୍ଲିନ୍‌ଅପ୍‌, ଫେସିଆଲ ଆଦି କରୁଛନ୍ତି ।  ବିଶେଷକରି କ୍ଲିନ୍‌ଅପ୍‌ ଓ ଡି-ଟ୍ୟାନ୍‌ କରିବା  ପାଇଁ ସେମାନେ ଅଧିକ ପ୍ରଧାନ୍ୟ ଦେଉଛନ୍ତି । ମୁହଁ, ବେକରେ ଡି-ଟ୍ୟାନ୍‌ କରାଇଲେ ଏହାର ମୂଲ୍ୟ ୩ ଶହ ଟଙ୍କାରୁ ଆରମ୍ଭ ହୋଇ  ୨ ହଜାର ଟଙ୍କା ପର୍ଯ୍ୟନ୍ତ ରହୁଛି । ଅଧିକ  ଦାମୀ ବ୍ରାଣ୍ଡର କ୍ରିମ୍‌ ବ୍ୟବହାର କଲେ ମୂଲ୍ୟ  ଅଧିକ ରହୁଛି । ସମ୍ପୂର୍ଣ୍ଣ ଗୋଡ଼ ପାଇଁ ଡି-ଟ୍ୟାନ୍‌ର ମୂଲ୍ୟ ହଜାରେ ଟଙ୍କାରୁ ଓ ହାତ  ପାଇଁ ୫ଶହ ଟଙ୍କାରୁ ଦାମ ଆରମ୍ଭ ହେଉଛି ।  

ମହିଳା ଖରାରେ ନିଜ ମୁହଁକୁ ସତେଜ  ଏବଂ ଉଜ୍ଜ୍ୱଳ ରଖିବା ପାଇଁ ଫେସିଆଲ ମଧ୍ୟ  କରୁଛନ୍ତି । ବିଶେଷକରି ଫ୍ରୁଟ୍ସ ଫେସିଆଲ୍‌  ଏବଂ ହାଇଡ୍ରା ଫେସିଆଲକୁ ଅଧିକ ପ୍ରାଧାନ୍ୟ  ଦେଉଛନ୍ତି । ଫ୍ରୁଟ୍ସ ଫେସିଆଲ ମଧ୍ୟରେ ରହିଛି  ମିଣ୍ଟ୍‌, ବାନାନା, ଆଲୋଭେରା, ପପାୟା,  ଷ୍ଟ୍ରବେରୀ। ଅଧିକ ଜଳୀୟ ଅଂଶ ରହୁଥିବାରୁ  ଫ୍ରୁଟ୍ସ ଫେସିଆଲର ଚାହିଦା ଅଧିକ ରହୁଛି  ଯାହାର ମୂଲ୍ୟ ୫ ଶହ ଟଙ୍କାରୁ ଆରମ୍ଭ ହେଉଛି । ଯେଉଁମାନେ ପାର୍ଲର ପାଇଁ ସମୟ  ଦେଇପାରୁନାହାନ୍ତି ସେମାନେ ମୁଖ୍ୟତଃ  ଘରୋଇ ଉପଚାରକୁ ଅଧିକ ପ୍ରାଧାନ୍ୟ ଦେବା  ସହ ଅନ୍‌ଲାଇନ୍‌ରେ ଡି-ଟ୍ୟାନ୍‌ର ବିଭିନ୍ନ କ୍ରିମ୍‌  ଏବଂ ସମର୍‌ କେୟାର କିଟ୍‌ ଅର୍ଡର କରୁଛନ୍ତି ।  

ଆଇଟିଇଆର୍‌ ଛକ ନିକଟରେ ଥିବା ଅଙ୍କିତା  ପାର୍ଲରର ମାଲିକାଣୀ ବବିତା ନାୟକ କହନ୍ତି,  ଦିନ ତୁଳନାରେ ରାତିରେ ମହିଳାମାନଙ୍କ ଗହଳି  ଅଧିକ ରହୁଛି । ଅଧିକାଂଶ କର୍ମଜୀବୀ ମହିଳା  ନିଜ କର୍ମକ୍ଷେତ୍ରରୁ ଆସିବା ପରେ ସନ୍ଧ୍ୟାରେ  ପାର୍ଲରକୁ ଆସି ଡି-ଟ୍ୟାନ୍‌ କରାଉଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.