ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ରକ୍ତଚାପ ମାପିବା ବେଳେ ଏହି ସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ ବାହାରିପାରେ ଭୁଲ୍‌ ରିପୋର୍ଟ...

Published By : Harapriya Sethi | May 9, 2025 1:32 PM

କିଛିବର୍ଷ ହେବ ରକ୍ତଚାପ ସମସ୍ୟା ସାଧାରଣ ହୋଇଗଲାଣି। କମ୍ ବୟସର ଲୋକମାନେ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ହେବାର ଲାଗିଛନ୍ତି। ଏପରି ପରିସ୍ଥିତିରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସହିତ ମଝିରେ ମଝିରେ ରକ୍ତଚାପ ପରୀକ୍ଷା କରି ନେବା ଉଚିତ। ବ୍ୟସ୍ତବହୁଳ ଜୀବନରେ କିଛିଲୋକଙ୍କ ପାଇଁ ରକ୍ତଚାପ ପରୀକ୍ଷା କରିବା ପାଇଁ ବାରମ୍ବାର ଡାକ୍ତରଙ୍କ ପାଖକୁ ଯିବା ସମ୍ଭବ ନୁହେଁ, ତେଣୁ ଅଧିକାଂଶ ଲୋକ ଘରେ ଏକ ରକ୍ତଚାପ ମେସିନ୍ ରଖି ପାରିବେ। ଏହି ମେସିନ ଦ୍ୱାରା ଘରେ ନିଜେ ସେମାନଙ୍କର ରକ୍ତଚାପ ପରୀକ୍ଷା କରି ପାରିବେ। କିନ୍ତୁ ରକ୍ତଚାପ ପରୀକ୍ଷା କରିବା ସମୟରେ ଯଦି ଆପଣ ଭୁଲ ପଦ୍ଧତି ଆପଣାଉଛନ୍ତି ତେବେ ରିପୋର୍ଟ ମଧ୍ୟ ଭୁଲ ଆସିପାରେ ।
ଡାକ୍ତରଙ୍କ କହିବାନୁସାରେ, ରକ୍ତ ଚାପ ମାପିବା ବେଳେ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ । ବ୍ୟାୟାମ କିମ୍ବା ଅନ୍ୟ କୌଣସି କାମ କରିବା ପରେ ତୁରନ୍ତ ରକ୍ତଚାପ ପରୀକ୍ଷା କରିବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା ଭୁଲ ରିପୋର୍ଟ ଆସିଥାଏ। ସର୍ବଦା ରକ୍ତଚାପ ଯାଞ୍ଚ କରିବା ପୂର୍ବରୁ ୫ ମିନିଟ୍ ବିଶ୍ରାମ ନିଅନ୍ତୁ। ଯଦି ସମ୍ଭବ ହୁଏ ପରିସ୍ରା କରିବା ପରେ ରକ୍ତଚାପ ପରୀକ୍ଷା କରନ୍ତୁ । ମୂତ୍ରାଶୟ ପୂର୍ଣ୍ଣ ଥିବା ସମୟରେ ରକ୍ତଚାପ ମାପିବା ଦ୍ଵାରା ବି ଭୁଲ ରିପୋର୍ଟ ଆସିଥାଏ। ଏହି ଅବସ୍ଥାରେ ଆପଣଙ୍କ ରକ୍ତଚାପ ଅଧିକ ଦେଖାଯାଇପାରେ।

ସେହିପରି ରକ୍ତଚାପ ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ ଚା/କଫି କିମ୍ବା ଧୂମପାନ କରିବା ନିଷେଧ। ଖାଇବା ପରେ ତୁରନ୍ତ ରକ୍ତଚାପ ମାପ କରିବା ଉଚିତ୍ ନୁହେଁ । ରକ୍ତଚାପ ମାପ କରିବା ସମୟରେ, ସବୁବେଳେ ଆପଣଙ୍କ ଅଣ୍ଟା ଓ ହାତ ପଛରେ କିଛି ସପୋର୍ଟ ରଖନ୍ତୁ। ରକ୍ତଚାପ ମେସିନରେ ଥିବା ବ୍ୟାଣ୍ଡ୍‌କୁ ହାତରେ ବାନ୍ଧିବା ସମୟରେ, ଏହାକୁ ଅତ୍ୟଧିକ ଟାଇଟ୍ କିମ୍ବା ଅତ୍ୟଧିକ ଢିଲା ରଖନ୍ତୁ ନାହିଁ । କ୍ୟାପଟିକୁ ଏପରି ଭାବରେ ବାନ୍ଧିବା ଉଚିତ ଯେ ଆପଣଙ୍କର ଦୁଇଟି ଆଙ୍ଗୁଠି ସହଜରେ ଭିତରକୁ ଯାଇପାରୁଥିବ। ଆପଣ ଦୁଇହାତର ବ୍ୟବହାର କରି ରକ୍ତଚାପ ମାପ କରି ପାରିବେ। ତଥାପି ଠିକ ରିପୋର୍ଟ ପାଇବା ପାଇଁ ଥରେ ଡାହାଣ ହାତରେ ଏବଂ ତା'ପରେ ଥରେ ବାମ ହାତରେ ରକ୍ତଚାପ ପରୀକ୍ଷା କରିବାକୁ ଚେଷ୍ଟା କରନ୍ତୁ । ଯେଉଁ ହାତର ରକ୍ତଚାପ ମାପ ଅଧିକ ଥାଏ, ସେହି ହାତକୁ ଠିକ୍ ବୋଲି ବିବେଚନା କରାଯାଇପାରିବ।

ସେହିପରି ରକ୍ତଚାପ ମାପ ପାଇଁ  ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟ ସ୍ଥିର କରନ୍ତୁ । ଅର୍ଥାତ୍, ଯଦି ଆପଣ ଗୋଟିଏ ଦିନ ସକାଳ ୮ଟାରେ ରକ୍ତଚାପ ମାପ କରିଛନ୍ତି, ତେବେ ତା’ପରଦିନ ମଧ୍ୟ ସକାଳ ୮ଟାରେ ଏହାକୁ ପରୀକ୍ଷା କରନ୍ତୁ। ଆପଣ ଏହାକୁ ଦିନକୁ ଦୁଇଥର କରିପାରିବେ। ଏସବୁ ବ୍ୟତୀତ ୧ ମିନିଟ୍ ବ୍ୟବଧାନରେ ଦୁଇଥର ରକ୍ତଚାପ ମାପ କରିବାକୁ ଡାକ୍ତର ସର୍ବଦା ପରାମର୍ଶ ଦେଇଥାଆନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.