ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ‘ଆମ ବସ୍‘ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ପ୍ରୋଟିନ୍‌ର ପାୱାରହାଉସ୍‌ ଛେନା ପାଣି, ଜାଣନ୍ତୁ କାରଣ...

Published By : Anindita Ratha | June 28, 2025 10:51 AM

ସକାଳୁ ସକାଳୁ କ୍ଷୀର ଛିଣ୍ଡିଗଲେ ପ୍ରାୟ ଲୋକ ମନ ଦୁଃଖ କରିଥାନ୍ତି । ଏପରିକି ମୁଡ୍‌ ମଧ୍ୟ ଖରାପ ହୋଇଯାଏ । କିଛି ଲୋକ କ୍ଷୀର ଛିଣ୍ଡିଗଲେ ଏହାକୁ ଫିଙ୍ଗି ଦେଉଥିବା ବେଳେ ଆଉ କିଛି ଛେନା ବାହାର କରି ପାଣିକୁ ଫିଙ୍ଗି ଦେଇଥାନ୍ତି । କିନ୍ତୁ ଜାଣନ୍ତି କି? ଆପଣ ଫିଙ୍ଗି ଦେଉଥିବା ଛେନା ପାଣି ହେଉଛି ପ୍ରୋଟିନ୍‌ର ପାୱାର ହାଉସ୍‌ । ଏହା ଶରୀରକୁ ବିଭିନ୍ନ ଭାବରେ ଲାଭ ପହଞ୍ଚାଇଥାଏ । ଏପରିକି ପାଟିର ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ହାଡ଼ ଯାଏ ସବୁକିଛି ପାଇଁ ଲାଭଦାୟକ ।

ପ୍ରୋଟିନ୍‌ର ପାୱାର ହାଉସ୍‌

କ୍ଷୀର ଛିଣ୍ଡିବା ପରେ ସେଥିରୁ ଛେନା ବାହାରିଥାଏ । ଏହି ଛେନାପାଣିରେ ଭରପୂର ମାତ୍ରାର ପ୍ରୋଟିନ୍‌ ରହିଥାଏ । ଏହି ପ୍ରୋଟିନ୍‌ ମାଂସପେଶୀର ବିକାଶ, ମରାମତି ଓ ସୁସ୍ଥ ରଖିବାରେ ଖୁବ୍‌ ସହାୟକ ହୋଇଥାଏ । ବିଶେଷକରି ଆଥ୍‌ଲେଟ୍‌ ଓ ଜିମ୍‌ ଯାଉଥିବା ବ୍ୟକ୍ତିମାନଙ୍କ ପାଇଁ କୌଣସି ବରଦାନଠାରୁ କମ୍‌ ନୁହେଁ । ଅବଶ୍ୟ ସାଧାରଣ ଲୋକମାନଙ୍କ ନିୟମିତ ଜୀବନରେ ଆବଶ୍ୟକ ପ୍ରୋଟିନ୍‌କୁ ପୂରଣ କରିଥାଏ । ଯଦି ଆପଣ ନିରାମୀଷ ଖାଉଥାନ୍ତି, ତେବେ ଏହା ଆପଣଙ୍କ ପାଇଁ ସବୁଠାରୁ ଶ୍ରେଷ୍ଠ ବିକଳ୍ପ । 

ବଢାଏ ହଜମ କ୍ଷମତା

ଛେନା ପାଣିରେ ଲାକ୍ଟିକ୍‌ ଏସିଡ୍‌ ଓ କିଛି ଏମିତି ଏନ୍‌ଜାଇମ୍‌ ରହିଥାନ୍ତି, ଯାହା ହଜମ ପ୍ରକ୍ରିୟାକୁ ବଢାଇଥାନ୍ତି । ଏହା ପେଟକୁ ହାଲ୍‌କା ରଖିବା ସହ କବ୍ଚ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ପ୍ରୋବାୟୋଟିକ୍ସ ଅନ୍ତନଳୀକୁ ସୁସ୍ଥ ରଖିବାରେ ପ୍ରମୁଖ ଭୂମିକା ତୁଲାଇଥାନ୍ତି । 

ହାଡ଼କୁ ମଜଭୁତ କରେ

କ୍ୟାଲସିୟମ୍‌ ଓ ଫସ୍‌ଫରସ୍‌ ପରି ଖଣିଜ ପଦାର୍ଥ ହାଡ଼ ଓ ପାଟିର ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଜରୁରି, ଯାହା ପାଇଁ ଛେନା ପାଣି ଶ୍ରେଷ୍ଠ ବିକଳ୍ପ । ଛେନା ପାଣିରେ ଏହି ଖଣିଜ ପଦାର୍ଥ ଭରି ରହିଛି, ଯାହା ହାଡ଼କୁ ମଜଭୁତ କରିବା ସହ ଅଷ୍ଟିଓପୋରୋସିସ୍‌ ପରି ରୋଗର ଆଶଙ୍କାକୁ କମ୍‌ କରିଥାଏ । 

ଜଳ ଶୁଷ୍କତାକୁ ଦୂରାଏ

ଗରମ ଦିନ ହେଉ ଅବା ଅନ୍ୟଦିନରେ ଶରୀରକୁ ଜଳଶୁଷ୍କତାଠାରୁ ଦୂରେଇ ରଖିବା ଖୁବ୍‌ ଜରୁରି । ସେଥିପାଇଁ ଛେନା ପାଣି ଖୁବ୍‌ ଉପକାର । ଏଥିରେ ଥିବା ଇଲେକ୍ଟ୍ରୋଲାଇଟ୍ସ ଶରୀରରେ ତରଳ ପଦାଥରେ ସନ୍ତୁଳନ ରକ୍ଷା କରିଥାଏ । ଫଳରେ ଶରୀରରେ ଜଳଶୁଷ୍କତା ହେବାର ଆଶଙ୍କା କମ୍‌ ରହିଥାଏ । 

ତ୍ୱଚା ଓ କେଶ ପାଇଁ ବରଦାନ

ଏଥିରେ ଥିବା ପୋଷକ ତତ୍ତ୍ୱ ବିଶେଷକରି ପ୍ରୋଟିନ୍‌ ଏନଂ ଭିଟାମିନ୍‌, ତ୍ୱଚା ଓ କେଶକୁ ସୁସ୍ଥ ରଖିବାରେ ବେଶ୍‌ ସହାୟକ ହୋଇଥାଏ । ପ୍ରୋଟିନ୍‌ କେଲୋଜନ୍‌ ଉତ୍ପାଦ ପାଇଁ ଜରୁରି, ଯାହା ତ୍ୱଚାର ଚିକ୍କଣପଣ ସହ ଯୁବାବସ୍ଥା ବଜାୟ ରଖିବ । ସେହିପରି ଭିଟାମିନ୍ସ ଓ ମିନେରାଲ୍ସ କେଶକୁ ମଜଭୁତ ରଖିବା ସହ ଶରୀରକୁ ସୁସ୍ଥ ରଖିଥାଏ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.