ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗଭୀର ନିଦରୁ ହଠାତ୍ ଉଠୁଥିଲେ ସାବଧାନ ! ହୋଇପାରେ ବ୍ରେନ୍ ହାମରେଜ୍...

ଭୁବନେଶ୍ୱର, ୧୨।୨: ଶୋଇବା ଦ୍ୱାରା ଲୋକଙ୍କୁ ଫୁର୍ତ୍ତି ଲାଗିବା ସହ ଚିନ୍ତା ଓ ଥକ୍କାପଣ ଦୂର ହୋଇଥାଏ । ତେବେ ଅନେକ ସମୟରେ ଦେଖାଯାଏ ଗଭୀର ନିଦରେ ଶୋଇଥିବା ବ୍ୟକ୍ତିଙ୍କୁ ଅଚାନକ ଉଠାଇ ଦେବା ଦ୍ୱାରା ସେମାନେ ଭୟଭୀତ ହୋଇଯାନ୍ତି । ଗଭୀର ନିଦରେ ଶୋଇଥିବା ବ୍ୟକ୍ତିଙ୍କୁ ହଠାତ୍ ଡାକିଦେଲେ ସେହି ସମୟରେ ସେ ଚମକିପଡ଼ନ୍ତି । ଏଥିସହ ହଠାତ୍ କିଛି ଜାଣିପାରିନଥାନ୍ତି । କେବଳ ସେତିକି ନୁହେଁ, ଅଚାନକ ନିଦରୁ ଉଠିବା ଦ୍ୱାରା ସ୍ୱାସ୍ଥ୍ୟ ମଧ୍ୟ ପ୍ରଭାବିତ ହୋଇଥାଏ । ଅନେକ ସମୟରେ ବ୍ୟକ୍ତିଙ୍କୁ ସାମାନ୍ୟ ହୃଦଘାତ୍ ଆସିବାର ସମ୍ଭାବନା ମଧ୍ୟ ରହିଛି । ବିଶେଷ କରି ଏହା ମସ୍ତିଷ୍କକୁ ବିଶେଷ ଭାବେ ପ୍ରଭାବିତ କରିଥାଏ । 

ତେବେ ଏପରି କାର୍ଯ୍ୟ ଦ୍ୱାରା ସ୍ମୃତିଶକ୍ତି, ଶିଖିବାର କ୍ଷମତା ଉପରେ ଦୀର୍ଘକାଳୀନ ପ୍ରଭାବ ପଡ଼ିଥାଏ । ଗଭୀର ନିଦରେ ଶୋଇବା ସମୟରେ ମସ୍ତିଷ୍କ ବହୁତ ସକ୍ରିୟ ରହିଥାଏ । ଏହି ସନୟରେ ମସ୍ତିଷ୍କଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ । ଏଣୁ ଗଭୀର ନିଦରୁ ଅଚାନକ ଜଣକୁ ଉଠାଇବା ଦ୍ୱାରା ମସ୍ତିଷ୍କ ପ୍ରଭାବିତ ହୋଇ ତାର କାର୍ଯ୍ୟକ୍ଷମତା ବାଧାପ୍ରାପ୍ତ ହୋଇଥାଏ । ଏହା ଦ୍ୱାରା ମସ୍ତିଷ୍କ ଉପରେ ଚାପ ପଡ଼େ । ଫଳରେ ମସ୍ତିଷ୍କରେ ରକ୍ତ ସ୍ରାବ ହୋଇ ବ୍ରେନ୍ ଡ୍ୟାମେଜ୍ ହୁଏ । ବେଳେ ବେଳେ ଏମିତି ବି ହୁଏ, ଏହା ଦ୍ୱାରା ଲୋକେ ପଙ୍ଗୁ ହେବା ସହ ମୃତ୍ୟୁମୁଖରେ ପଡ଼ିଥାନ୍ତି । ଏଣୁ ଗଭୀର ନିଜରେ କୌଣସି ବ୍ୟକ୍ତିଙ୍କୁ ଅଚାନକ ନ ଉଠାଇ ଧିରେ ଡାକି ନିଦରୁ ଉଠାଇବା ଦରକାର । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.