ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ବିଧାନସଭା ଶୀତ ଅଧିବେଶନ: ଆଜି ବିଜେଡି, କଂଗ୍ରେସର ବିଧାୟକ ଦଳ ବୈଠକ

ଭୁବନେଶ୍ୱର,୨୧/୧୧: ଶୀତ ଅଧିବେଶନ ପାଇଁ ସୋମବାର ବିଜେପି ବିଧାୟକ ଦଳ ବୈଠକ ସରିଥିବା ବେଳେ ମଙ୍ଗଳବାର ସକାଳେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ  ବୈଠକରେ କେନ୍ଦ୍ର ବିରୋଧୀ ପ୍ରସଙ୍ଗ ଉଠାଇ  ବିରୋଧୀଙ୍କୁ କିଭଳି ମୁକାବିଲା କରାଯିବ, ସେ ନେଇ  ରଣନୀତି ପ୍ରସ୍ତୁତ କରିବ ବିଜେଡି । ବିଶେଷକରି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା, ମହିଳା ବିଲ୍‌ ଲାଗୁରେ  ବିଳମ୍ବ, ରାଜ୍ୟରେ ଚାଲିଥିବା ବିଭିନ୍ନ ଜାତୀୟ ରାଜପଥ  କାମ ଓ ରେଳ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ, ବିଭିନ୍ନ  ବିଭାଗର ବକେୟା ଅର୍ଥ ପ୍ରଦାନରେ ବିଳମ୍ବ ଆଦି  ପ୍ରସଙ୍ଗରେ ବିଜେଡି ଘେରିବ ବୋଲି ଜଣାପଡ଼ିଛି । 

ସେହିପରି କଂଗ୍ରେସ ବିଧାୟକ ଦଳ ବୈଠକ  ମଙ୍ଗଳବାର ୧୧ଟାରେ ବସିବ । ପୂର୍ବତନ ବାଚସ୍ପତି  ମହେଶ୍ୱର ମହାନ୍ତିଙ୍କ ପରଲୋକ ପାଇଁ ଶୋକ  ପ୍ରସ୍ତାବ ପରେ ଗୃହ ମୁଲତବୀ କରାଯିବ । ତା’  ପରେ କଂଗ୍ରେସ ବିଧାୟକ ଦଳ ବୈଠକ ହେବ ।  ବୈଠକରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିଗୁଡ଼ିକ ବାବଦରେ ଆଲୋଚନା  କରାଯିବ ବୋଲି ସୂଚନା ମିଳିଛି।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.