ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

‘ମେକ୍‌ ଇନ ଇଣ୍ଡିଆ’ର ମୁଁ ଜଣେ ଆଦର୍ଶ ଉଦାହରଣ: ବିଶ୍ବ ବ୍ୟାଙ୍କ ମୁଖ୍ୟ

Image Courtesy: The Indian Express

ନୂଆଦିଲ୍ଲୀ, ୧୦/୦୯: ମେକ୍‌ ଇନ ଇଣ୍ଡିଆର ଗୋଟିଏ ଭଲ  ଉଦାହରଣ ଅଜୟ ବାଙ୍ଗା । ଏକଥା ଆମେ କହୁନୁ ବରଂ ଖୋଦ ଅଜୟ ବାଙ୍ଗା ଇଣ୍ଡିଆ ଟୁଡେକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି  । ସେ କହିଛନ୍ତି ମୁଁ ମେକ ଇନ ଇଣ୍ଡିଆର ଏକ ଆଦର୍ଶ ଉଦାହରଣ । ସେ ଭାରତରେ ବଢ଼ିଛନ୍ତି ଏବଂ ପଢ଼ିଛନ୍ତି । ବିଦେଶରେ ଗୋଟିଏ ବି କୋର୍ସ କରିନାହାନ୍ତି ବୋଲି କହିଛନ୍ତି ବିଶ୍ବ ବ୍ୟାଙ୍କର ସିଇଓ ଅଜୟ ବାଙ୍ଗା । 

ଚନ୍ଦ୍ରବାବୁ ନାଇଡୁଙ୍କୁ ୧୪ ଦିନିଆ ରିମାଣ୍ଡରେ ପଠାଇଲେ କୋର୍ଟ, ଟିଡିପି ମୁଖ୍ୟଙ୍କୁ ହୋଇପାରେ ୧୦ ବର୍ଷ ଜେଲ୍‌ !

ଏପରିକି ସେ ମେକ ଇନ ଇଣ୍ଡିଆର ଅଲଟିମେଟ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଥିଲେ । ପିଏମ ମୋଦୀ ତାଙ୍କୁ କହିଥିଲେ ଯେ, ଜୀବନର ସଫଳତା ୫୦ ପ୍ରତିଶତ ଭାଗ୍ୟ , ୫୦ ପ୍ରତିଶତ କଠିନ ପରିଶ୍ରମ ଏବଂ ଭଲ ସମୟ ଉପରେ ନିର୍ଭର କରେ । ସାକ୍ଷାତକାରରେ ଅଜୟ ବାଙ୍ଗା ଆହୁରି କହିଛନ୍ତି ଯେ, ବିଶ୍ବ ବ୍ୟାଙ୍କର ୫୫ ପ୍ରତିଶତ କର୍ମଚାରୀ ଆମେରିକାର ନୁହେଁ । ବାହାର ଦେଶର କର୍ମଚାରୀ ବିଶ୍ବ ବ୍ୟାଙ୍କରେ ଅଛନ୍ତି । 

ବିଶ୍ବ ବ୍ୟାଙ୍କରେ ସୁଧାର ଆଣିବା ଲାଗି ସେ କଣ କରୁଛନ୍ତି ବୋଲି ପ୍ରଶ୍ନରେ ବାଙ୍ଗା କହିଛନ୍ତି ଗତ ୩ ମାସ ମଧ୍ୟରେ ୯୩ଟି ଦେଶର ଅର୍ଥମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ଆଲୋଚନାରୁ ତାଙ୍କୁ ସ୍ପଷ୍ଟ ଦୃଷ୍ଟିକୋଣ ମିଳିଛି ବୋଲି ସେ କହିଛନ୍ତି । ବିଶ୍ବ ବ୍ୟାଙ୍କ ବିକାଶର ରୋଡମ୍ୟାପ୍‌ ଏକ ନୂଆ ଦୃଷ୍ଟିକୋଣ, ମିଶନ ତିଆରି କରିବା ଏବଂ ଏହାକୁ ମିଳିତ ଭାବେ କାର୍ଯ୍ୟରେ ଲଗାଇବା ଉପରେ ନିର୍ଭର କରେ । ସେପଟେ ଜି-୨୦ ଆୟୋଜନକୁ ନେଇ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଜୟ ବାଙ୍ଗା ଧନ୍ୟବାଦ ଜଣାଇଛନ୍ତି ।

You can also read: ମିଡିଲ୍ ଇଷ୍ଟ ଇକୋନୋମିକ୍‌ କରିଡର ପ୍ଲାନକୁ ନେଇ ଉତକ୍ଷିପ୍ତ ଚୀନ୍‌ ମିଡିଆ, ଆମେରିକାକୁ ଟାର୍ଗେଟ କଲା ଗ୍ଲେବାଲ୍‌ ଟାଇମ୍ସ

  • World Bank
  • Copyright © 2022 - Summa Real Media Private Limited. All Rights Reserved.