ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗ୍ରାହକଙ୍କ ମୁହଁରେ ଛେପ ପକାଇ ମସାଜ କରୁଥିଲା ବାରିକ , ଲୋକେ ଦେଖି ତାତିଲେ

ଶାମଲି - ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି। ଏହା ଉତ୍ତର ପ୍ରଦେଶ ସ୍ଥିତ ଶାମଲି ଅଞ୍ଚଳର ବୋଲି କୁହାଯାଉଛି। ଭାଇରାଲ ଭିଡ଼ିଓଟି ଏକ ସେଲୁନ ଦୋକାନର। ଲୋକେ ବାରିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଭିଡ଼ିଓରେ ଜଣେ ଯୁବକ ବାରିକର କାମ କରିବା ନଜର ଆସୁଛି। 

ଭିଡ଼ିଓରେ ଦେଖିବାକୁ ମିଳୁଛି, ବାରିକ ଜଣେ ବ୍ୟକ୍ତିଙ୍କ ଚେହେରାକୁ ମସାଜ କରୁଛନ୍ତି, ଆଉ ଏତିକି ବେଳେ ଯୁବକ ନିଜର ଛେପର ବ୍ୟବହାର କରୁଛନ୍ତି। ସେ ନିଜ ହାତରେ ଛେପ ଲଗାଇ ଗ୍ରାହକଙ୍କୁ ମସାଜ କରୁଛନ୍ତି। ଯୁବକଙ୍କ ଏହି ଖରାପ ହରକତକୁ କେହି ଜଣେ ନିଜ କ୍ୟାମେରାରେ କଏଦ କରି ନେଇଛନ୍ତି, ଆଉ ପରେ ସୋସିଆଲ ମିଡ଼ିଆରେ ଭାଇରାଲ କରିଛନ୍ତି।

ଭାଇରାଲ ଭିଡ଼ିଓଟି ଭବନ ଥାନା କ୍ଷେତ୍ରର ଭନେଡା ଉଦ୍ଦା ଗାଁର। ଅଭିଯୁକ୍ତ ଯୁବକଙ୍କ ନା ଇରଫାନ୍‌ ଥିବାର କୁହାଯାଇଛି , ଯିଏ ଭନେଡା ଉଦ୍ଦାର ବସ୍ ଷ୍ଟାଣ୍ଡରେ ସେଲୁନ୍‌ ଚଲାନ୍ତି। ହେଲେ ସେ ମସାଜ ବେଳେ ଗ୍ରାହକଙ୍କୁ ଛେପ ପକାଇ ମସାଜ କରିବାର ନଜର ଆସିଛି।

ଏହି ଯୁବକ ବାରିକର ଉକ୍ତ ବିକୃତ ମାନସିକତାର କାରଣ କଣ ହୋଇପାରେ , ଏହା ଏବେସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। ବର୍ତ୍ତମାନ ଭାଇରାଲ ଭିଡ଼ିଓର ଆଧାରରେ ପୁଲିସ ଯାଞ୍ଚ ଆରମ୍ଭ କରି ଦେଇଛି।

ସେପଟେ ସିଓ ଶ୍ରେଷ୍ଠା ଠାକୁର କହିଛନ୍ତି କି, ବାରିକଙ୍କର ଭିଡ଼ିଓ ଭାଇରାଲ ହେଉଛି , ଯେଉଁଥିରେ ସେ କିଛି ଖରାପ ହରକତ କରୁଛନ୍ତି। ବର୍ତ୍ତମାନ ଭିଡ଼ିଓର ଆଧାର ଉପରେ ସମ୍ୱନ୍ଧିତ ଆଧାରେ ମାମଲା ରୁଜୁ କରାଯାଇଛି ଏବଂ ଆଗାମୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦିଆ ଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.