ପ୍ରମୂଖ ଖବର
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ

Published By : Prameya | July 8, 2025 8:16 AM

ଭୁବନେଶ୍ୱର/କଟକ,୦୮/୦୭: ଆଜିଠୁ ବସ୍‌, ଟ୍ରକର ଷ୍ଟିଅରିଂ  ଧରିବେନି ୨ ଲକ୍ଷ ଡ୍ରାଇଭର ।  ରାସ୍ତାରେ ଅଟୋରିକ୍ସା, କାର ଚଳାଚଳ ବି ବନ୍ଦ ରହିଛି। ସ୍ୱତନ୍ତ୍ର ଆଇନ୍‌  ଦାବିରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ  ଓହ୍ଲାଇଲା ଓଡିଶା ଡ୍ରାଇଭର ମହାସଂଘ ।  ଅନ୍ୟପଟେ ବୁଧବାର ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରା ଦେଇଛି ଶ୍ରମିକ ସଂଗଠନ । ବାମପନ୍ଥୀ ଦଳ  ବି ଧର୍ମଘଟକୁ ସମର୍ଥନ ଜଣାଇଛି ।  ଫଳରେ ସାଧାରଣ ଜନତାଙ୍କ  ଜୀବନଯାତ୍ରା ଅନେକାଂଶରେ ପ୍ରଭାବିତ  ହେବାର ଆଶଙ୍କା ଉପୁଜିଛି ।  

ମହାସଂଘ ସଭାପତି ପ୍ରଶାନ୍ତ  ମେଣ୍ଡୁଲିଙ୍କ ସୂଚନା ମୁତାବକ,  ସରକାରଙ୍କୁ ଦେଢ଼ମାସ ସମୟ  ଦେଲୁ । ହେଲେ, ସରକାର ଥରଟିଏ  ବି ଆଲୋଚନା ପାଇଁ ଡାକିଲେନି । ଆମେ ବାଧ୍ୟ ହୋଇ  ଆନ୍ଦୋଳନାତ୍ମକ ପନ୍ଥା ଆପଣାଇଛୁ । ବିଭିନ୍ନ ସରକାରୀ  ଗାଡ଼ି, ସ୍କୁଲ ବସ, ଆମ୍ବୁଲାନ୍ସ, ଓମ୍‌ଫେଡ୍‌ କ୍ଷୀର ବୋହୁଥିବା ଅତ୍ୟାବଶ୍ୟକୀୟ ଗାଡ଼ିକୁ ଆନ୍ଦୋଳନରୁ ବାଦ୍‌  ଦିଆଯାଇଛି । ସବୁବର୍ଗର ଡ୍ରାଇଭର ଏହି ଆନ୍ଦୋଳନରେ  ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି ।  

କିଛି ଜିଲ୍ଲାର ଚାଳକ ସଂଘ ଷ୍ଟିଅରିଂ ଛାଡ଼  ଆନ୍ଦୋଳନରେ ସାମିଲ୍‌ ହେବେ ନାହିଁ ବୋଲି  ରୋକ୍‌ଠୋକ ଶୁଣାଇଛନ୍ତି । ଫଳରେ ମହାସଂଘ ୨ ଫାଳ ହୋଇଯାଇଛି । ଓଡିଶା ସଡ଼କ ପରିବହନ ଶ୍ରମିକ  ମହାସଂଘ ମିଳିତ ମଞ୍ଚ ଏହି ଆନ୍ଦୋଳନକୁ ବିରୋଧ  କରିଛି । ସାଙ୍ଗଠନିକ ସମ୍ପାଦକ ସନ୍ତୋଷ ସାହୁ କହିଛନ୍ତି,  ରାଜ୍ୟରେ ୩୫ଟି ସଂଘ ଥିବା ବେଳେ ଗୋଟିଏ  ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛି । ନିଜର ଆଧିପତ୍ୟ  ଜାହିର୍‌ ଓ ସ୍ୱାର୍ଥ ହାସଲ ପାଇଁ ଏହି ଆନ୍ଦୋଳନ  ଡାକରା ଦିଆଯାଇଛି । ସରକାରଙ୍କୁ ଅଡୁଆରେ  ପକାଇବାକୁ ଚକ୍ରାନ୍ତ ଚାଲିଛି । ସରକାର ସୁରକ୍ଷା ଦେଲେ, ଯାନବାହାନ ଚଳାଚଳ ସ୍ୱାଭାବିକ ହେବ ।  

ପରିବହନ ବିଭାଗ ପକ୍ଷରୁ ଗାଡ଼ି ଯାଞ୍ଚ ନେଇ ପୁଲିସକୁ ଅତିରିକ୍ତ କ୍ଷମତା ଦେବା ପ୍ରସ୍ତାବକୁ  ଟ୍ରକ ଓ ବସ୍‌ ମାଲିକ ସଂଘ ମାସେ ଧରି ବିରୋଧ କରିଆସୁଛି । ଉଭୟ ସଂଘ ଏହି ଷ୍ଟିଅରିଂ ଛାଡ଼  ଆନ୍ଦୋଳନକୁ ପରୋକ୍ଷରେ ସମର୍ଥନ ଜଣାଇଛି ।  ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ  ଦେବେନ୍ଦ୍ର କୁମାର ସାହୁ କହିଛନ୍ତି, ଚାଳକମାନଙ୍କ  ସ୍ୱତନ୍ତ୍ର ଆଇନ୍‌ ଦାବି ଯୁକ୍ତିଯୁକ୍ତ । ଯାତ୍ରୀମାନଙ୍କ  ସୁବିଧା ଲାଗି ବସ୍‌ ଚଳାଚଳକୁ ଆମେ ପ୍ରାଥମିକତା  ଦେଉଛୁ । ହେଲେ, ଡ୍ରାଇଭରମାନଙ୍କ ଆନ୍ଦୋଳନାତ୍ମକ  ସ୍ଥିତିକୁ ଦେଖି ସଂଘ ନିଷ୍ପତ୍ତି ଜଣାଇବ । ରାଜ୍ୟ ଟ୍ରକ  ମାଲିକ ମହାସଂଘ ସଭାପତି ପୁରଞ୍ଜନ ପାଢ଼ୀଙ୍କ କହିବା ମୁତାବକ, ରାଜ୍ୟର ଅଧିକାଂଶ ଡ୍ରାଇଭର  ଟ୍ରକ, ମିନି ଟ୍ରକ, ହାଇୱା ଚଳାଉଛନ୍ତି । ସେମାନଙ୍କ  ଆନ୍ଦୋଳନ ଯୋଗୁ ଟ୍ରକ ଚଳାଚଳ ଅସମ୍ଭବ । ଆମେ  ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ସମର୍ଥନ କରୁଛୁ । 

ମହାସଂଘର ଦାବିଗୁଡ଼ିକ ହେଲା, ଓଡ଼ିଶା  ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଆଣ୍ଡ ୱାକର୍ସ  ୱେଲ୍‌ଫେୟାର ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ  କରାଯାଉ । ୬୦ ବର୍ଷ ପରେ ପେନସନ, ଦୁର୍ଘଟଣାରେ  ମୃତକ ଡ୍ରାଇଭର ପରିବାରକୁ ୨୦ ଲକ୍ଷର ବୀମା  ରାଶି ମିଳୁ । ଦୁର୍ଘଟଣାରେ ଚିକିତ୍ସା ପାଇଁ ୫ ଲକ୍ଷ  ଦିଆଯାଉ । ପ୍ରତି ୧୦୦ କିମି ଦୂରତାରେ ଡ୍ରାଇଭରଙ୍କ  ପାଇଁ ବିଶ୍ରାମାଗାର ଓ ଶୌଚାଳୟ ନିର୍ମାଣ କରାଯାଉ ।  ଗାଡି଼ ଚଳାଇବାର ସମୟସୀମା ଧାର୍ଯ୍ୟ ହେଉ ।  ଡ୍ରାଇଭିଂ ଲାଇସେନ୍ସ ଦେୟ ୧୫ ହଜାର ଟଙ୍କାକୁ  କମ୍‌ କରାଯାଉ । ପ୍ରତି ଖଣି ଖାଦାନ ଓ କାରଖାନାରେ  ୭୦ ପ୍ରତିଶତ ଡ୍ରାଇଭରଙ୍କୁ କାମ ପାଇଁ ଅଗ୍ରାଧିକାର  ଦିଆଯାଉ । ସେପ୍ଟେମ୍ବର ୧ ତାରିଖକୁ ଜାତୀୟ  ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ ।  

ଅନ୍ୟପକ୍ଷରେ ଷ୍ଟିଅରି ଛାଡ଼ ଆନ୍ଦୋଳନ ବେଳେ  ସରକାରୀ ବସ୍‌ ସେବାକୁ ଠପ୍‌ କରିବାକୁ ଡ୍ରାଇଭର  ମହାସଂଘ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ଉଠିଛି ।  ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ଏକ  ଅଡିଓ ଭାଇରାଲ୍‌ ହେଉଛି ଯେଉଁଥିରେ ସେ ପ୍ରତିଟି  ଷ୍ଟପେଜ୍‌ରେ ସରକାରୀ ବସ୍‌କୁ ଘଣ୍ଟାଏ ଲେଖାଏଁ  ଅଟକ ରଖିବାକୁ ସମସ୍ତ କର୍ମକର୍ତ୍ତାଙ୍କୁ ଆହ୍ୱାନ  ଦେଉଛନ୍ତି । ଏହି ଅଡିଓ ଭାଇରାଲ୍‌ ହେବା ପରେ ସରକାରୀ ସ୍ତରରେ ମୁକାବିଲା ପାଇଁ ଯୋଜନା ଆରମ୍ଭ  ହୋଇଛି । ଉକ୍ତ ଅଡିଓରେ ଆନ୍ଦୋଳନକୁ ସମ୍ପୂର୍ଣ୍ଣ  ଶାନ୍ତିପୂର୍ଣ୍ଣ ଭାବେ କରିବା ଲାଗି ସଦସ୍ୟମାନଙ୍କୁ ଶ୍ରୀ  ମେଣ୍ଡୁଳି କହୁଛନ୍ତି । କିନ୍ତୁ ପ୍ରତି ଷ୍ଟପେଜ୍‌ରେ ସରକାରୀ  ଡ୍ରାଇଭରମାନଙ୍କୁ ବୁଝାଇବା ଆଳରେ ସରକାରୀ ବସ୍‌କୁ ଅଧଘଣ୍ଟାରୁ ଗୋଟେ ଘଣ୍ଟା ପର୍ଯ୍ୟନ୍ତ ଅଟକାଇବାକୁ ସେ  ପ୍ରବର୍ତ୍ତାଉଛନ୍ତି । ସରକାରୀ ବସ୍‌ଗୁଡ଼ିକ ନିର୍ଦ୍ଧାରିତ  ସମୟଠାରୁ ୫/୬ଘଣ୍ଟା ବିଳମ୍ବରେ ଗଡ଼ିଲେ, ସମ୍ପୃକ୍ତ  ସରକାରୀ ଗାଡ଼ିର ଡ୍ରାଇଭର୍‌ ଗାଡ଼ି ଛାଡ଼ିଦେବାକୁ  ବାଧ୍ୟ ହେବେ ବୋଲି ସେ କହୁଛନ୍ତି । କୌଣସି  ପ୍ରଶାସନିକ ଅଧିକାରୀ, ନେତାଙ୍କ କଥାରେ ଭାସି  ନ ଯିବାକୁ ଅଡିଓରେ ପରାମର୍ଶ ଦେଉଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.