ପ୍ରମୂଖ ଖବର
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ବିଏମ୍‌ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲା: ୯ରେ ଜଗନ୍ନାଥ ପ୍ରଧାନଙ୍କ ଜାମିନ ଆବେଦନ ଶୁଣାଣି

Published By : Prameya | July 8, 2025 10:32 AM

ଭୁବନେଶ୍ୱର ୦୮/୦୭: ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ମାମଲାରେ ସେସନ୍ସ କୋର୍ଟରେ ଖାରବେଳନଗର ଥାନା ପୁଲିସ କେସ୍‌ ଡାଏରୀ (ସିଡି)  ଦାଖଲ କରିଛି । ମାମଲାର ପ୍ରାଥମିକ ତଦନ୍ତ ସମ୍ପର୍କିତ ସମସ୍ତ ତଥ୍ୟ ସହିତ ଏହି ସିଡିରେ ୧୦ରୁ ଅଧିକଙ୍କୁ ସାକ୍ଷୀ  ରଖାଯାଇଛି । ଆସନ୍ତା ୯ ତାରିଖରେ ଜାମିନ୍‌  ଆବେଦନ ଶୁଣାଣି ହେବ । ଅଭିଯୁକ୍ତ ଜଗା ବର୍ତ୍ତମାନ ବିଚରାଧୀନ କଏଦୀ  ଭାବେ ଝାରପଡ଼ା ସ୍ୱତନ୍ତ୍ର କାରାଗାରର  ୱାର୍ଡ ନଂ ୨୯ରେ ରହୁଛନ୍ତି । ସ୍ଥାନୀୟ  ଏସ୍‌ଡିଜେଏମ୍‌ ତାଙ୍କ ଜାମିନ୍‌ ଆବେଦନକୁ  ନାମଞ୍ଜୁର କରିବା ପରେ ଜାମିନ୍‌ ପାଇଁ  ସେ ଜିଲ୍ଲା ଦୌରାଜଜ୍‌ ଅଦାଲତଙ୍କ ଦ୍ୱାରସ୍ଥ  ହୋଇଛନ୍ତି । 

ତାଙ୍କ ମାମଲା ଲଢ଼ୁଥିବା ଓକିଲ  ତଥା ବରିଷ୍ଠ ଆଇନ୍‌ଜୀବୀ ଚିତ୍ତରଞ୍ଜନ  ଦାଶଙ୍କ କହିବା ମୁତାବକ, ଗତ  ଶୁକ୍ରବାର ସେସନ୍ସ କୋର୍ଟରେ ମୁଦଲାଙ୍କ  ଜାମିନ୍‌ ଆବେଦନ କରାଯାଇଥିଲା । ମଙ୍ଗଳବାର ସୁଦ୍ଧା ସିଡି ଦାଖଲ କରିବାକୁ  ଖାରବେଳନଗର ଥାନା ଅଧିକାରୀଙ୍କୁ ବିଚାରପତି ନିର୍ଦ୍ଦେଶ ଦେଇଥିଲେ । ଅଦାଲତରେ ନଥି ଉପସ୍ଥାପନ ପରେ  ୯ରେ ଜାମିନ୍‌ ଶୁଣାଣି ହେବ । ସମାନ  ମାମଲାରେ ପୁଲିସ ପୂର୍ବରୁ ୨୯ ନଂ ୱାର୍ଡ  କର୍ପୋରେଟର ଅପରୂପ ନାରାୟଣ ରାଉତ,  ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ,  ସଚିକାନ୍ତ ସ୍ୱାଇଁ ଓ ସଞ୍ଜୀବ ମିଶ୍ରଙ୍କୁ ଗିରଫ  କରିଥିଲା । ଆସନ୍ତା ୧୫ ତାରିଖରେ ଜିଲ୍ଲା  ଦୌରାଜଜ୍‌ ଅଦାଲତରେ ସେମାନଙ୍କ  ଜାମିନ୍‌ ଶୁଣାଣି ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.