ପ୍ରମୂଖ ଖବର
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ମୁଣ୍ଡଳୀରେ ପ୍ରବାହିତ ହେଉଛି ବନ୍ୟାଜଳ, ବାଙ୍କୀରେ ବଢିଲା ବନ୍ୟା ଆଶଙ୍କା

Published By : Rasmita Pradhan | July 8, 2025 11:55 AM

ବାଙ୍କୀ, ୦୮/୦୭ : ହୀରାକୁଦ ବନ୍ୟାଜଳ ଛାଡ଼ିବା ପରେ ମହାନଦୀରେ ବୃଦ୍ଧି ପାଇଛି ଜଳସ୍ତର। ମୁଣ୍ଡଳୀରେ ପହଞ୍ଚିଛି ବର୍ଷର ପ୍ରଥମ ବନ୍ୟାଜଳ। ସକାଳ ୮ଟା ସୁଦ୍ଧା ମୁଣ୍ଡଳୀରେ ପ୍ରବାହିତ ହେଉଛି ୮୭ ହଜାର ୭୦୦ କ୍ୟୁସେକ ଜଳ। ସେପଟେ ମହାନଦୀରେ ଜଳସ୍ତର ବଢିବା ଯୋଗୁଁ ବାଙ୍କୀରେ ବଢିଛି ବନ୍ୟା ଆଶଙ୍କା। ବାଙ୍କୀ ଏବଂ ତିଗିରିଆ ଅଞ୍ଚଳର ୩୦ରୁ ଉର୍ଦ୍ଧ୍ଵ ଗ୍ରାମବାସୀଙ୍କ ମନରେ ଛନକା।

ମହାନଦୀରେ ଜଳସ୍ତର ବଢିଲେ କଟକ ଜିଲ୍ଲାରେ ସର୍ବପ୍ରଥମେ ବାଙ୍କୀ ବ୍ଲକର ହୁଳୁହୁଳା ବ୍ରିଜ୍ ବୁଡିଯାଏ । ଯାହାଦ୍ଵାରା ୩୦ରୁ ଉର୍ଦ୍ଧ୍ଵ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୁଅନ୍ତି। ବାଙ୍କୀ ଅଞ୍ଚଳର ରତାଗଡ଼, ବାଉଁଶପୁଟ, କନ୍ତପହଁରା, ବନ୍ଦାଳ ଏବଂ ତିଗିରିଆ ଅଞ୍ଚଳର ବଡନାଉପୁଟ, ବଉଲାଙ୍ଗ, ଶାଳିଜଙ୍ଗା ଆଦି ପଞ୍ଚାୟତର ଗ୍ରାମବାସୀ ପ୍ରଭାବିତ ହୁଅନ୍ତି। ଏକର ଏକର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥାଏ। ଚାଷକୁ ନିର୍ଭର କରି ଚଳୁଥିବା ଚାଷୀ ଏବଂ ବ୍ୟବସାୟୀ ବହୁ ପରିମାଣରେ କ୍ଷତି ସହିଥାନ୍ତି। ପ୍ରତିବର୍ଷ ସମାନ ଘଟଣା ଦେଖିବାକୁ ମିଳେ। ଯେଉଁଥିପାଇଁ ଗତ ବର୍ଷ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ହୁଳୁହୁଳା ଉଚ୍ଚ ସେତୁର ଶିଳାନ୍ୟାସ କରିଥିଲେ। କିନ୍ତୁ ଅଦ୍ୟାବଧି ୫୦ ପ୍ରତିଶତ କାମ ଶେଷ ହୋଇନି। ଠିକାଦାର ମନ୍ଥର ଗତିରେ କାମ କରୁଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା। ତେବେ ନିର୍ମାଣ କାର୍ଯ୍ୟ ସରିବାକୁ ଆଉ ୬ ମାସ ଲାଗିବ ବୋଲି କହିଛନ୍ତି ତିଗିରିଆ ବିଭାଗୀୟ ଯନ୍ତ୍ରୀ ରମେଶ ମହାରଣା। 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.