ନିମବାହାଳି, ୮/୭ : ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ବଜାରରେ ଥିବା ଅନିଲ ସାହୁଙ୍କ ମୋବାଇଲ୍ ରିପ୍ୟାରିଙ୍ଗ୍ ଦୋକାନରୁ ଚୋରି ହୋଇଛି। ସୋମବାର ରାତିରେ ଲକ୍ଷାଧିକ ଟଙ୍କାର ପୁରୁଣା ମୋବାଇଲ୍ ଓ ବୈଦ୍ୟୁତିକ ସାମଗ୍ରୀ ଚୋରି ହୋଇଛି। ଏନେଇ ଅନିଲ ଥାନାରେ ଅଭିଯୋଗ କରିଛନ୍ତି।
ସୂଚନାନୁଯାୟୀ, ସୋମବାର ରାତିରେ ଅନିଲ ଦୋକାନରେ ତାଲା ପକାଇ ଘରକୁ ଚାଲିଯାଇଥିଲେ। ବିଳମ୍ଵିତ ରାତିରେ ଦୁର୍ବୃତ୍ତମାନେ ଦୋକାନ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ପୁରୁଣା ମୋବାଇଲ୍ ଓ ବୈଦ୍ୟୁତିକ ସାମଗ୍ରୀ ଚୋରି କରିନେଇଥିଲେ। ମଙ୍ଗଳବାର ସକାଳେ ଦୋକାନ ଖୋଲିବାକୁ ଆସି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ମୋଟଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।