ପ୍ରମୂଖ ଖବର
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଷ୍ଟିଲ ସିଟିରେ ଡ୍ରାଇଭର ସଂଘର ଆନ୍ଦୋଳନ, ଯାତ୍ରୀ ହନ୍ତସନ୍ତ

Published By : Anindita Ratha | July 8, 2025 1:32 PM

ରାଉରକେଲା,୦୮/୦୭: ସ୍ଵତନ୍ତ୍ର ଆଇନ ଦାବିରେ ଓଡ଼ିଶା ଡ୍ରାଇଭର ମହାସଂଘ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଛି । ଡ୍ରାଇଭର ସଂଘ ବିଭିନ୍ନ ଦାବି ନେଇ ପୂର୍ବରୁ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦେଇଥିଲେ ସୁଦ୍ଧା ସରକାରଙ୍କ ତରଫରୁ କୌଣସି ଆଲୋଚନା କି ନିଷ୍ପତ୍ତି  ନ ନିଆଯାଇନାହିଁ। ଯାହାକୁ ନେଇ ଡ୍ରାଇଭର ସଂଘ  ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛି । ଯାହାର ପ୍ରଭାବ ଆଜି ଷ୍ଟିଲ ସିଟି ରାଉରକେଲାରେ ମଧ୍ୟ ଦେଖିବାକୁ ମିଳିଛି ।

ସକାଳ ୬ଟାରୁ ଜିଲ୍ଲା ଡ୍ରାଇଭର ମହାସଂଘ ସହରର ବିଭିନ୍ନ ଛକରେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଥିଲା। ଫଳରେ ବିର୍ସାମୁଣ୍ଡା ବସଷ୍ଟାଣ୍ଡ, ସେକ୍ଟର -୨ ଛକ ସ୍ଥିତ ବସଷ୍ଟାଣ୍ଡରେ କୌଣସି ଯାତ୍ରୀବାହୀ ବସ୍ ବାହାରି ନ ଥିଲା। ଏପରିକି ଡ୍ରାଇଭର ସଂଘ  ସଦସ୍ୟମାନେ ଏକାଠି ହୋଇ ବିର୍ସାମୁଣ୍ଡା ଛକରେ ବିକ୍ଷୋଭ ପ୍ରଦର୍ଶନ କରି କାର୍, ଚାରି ଚକିଆ ଯାନଗୁଡିକୁ ଅଟକାଇ ଆଗକୁ ଯିବାକୁ ଦେଇନଥିଲେ। ସହରରେ କୌଣସି ଯାତ୍ରୀବାହୀ ବସ୍, ଅଟୋ କିମ୍ବା କାର ଚାଲିନଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଥିବାର ଦେଖିବାକୁ ମିଳିଛି। ବିଭିନ୍ନ ବସଷ୍ଟାଣ୍ଡ, ଛକଗୁଡ଼ିକରେ ବସ୍, ଅଟୋକୁ ନପାଇ ନିରାଶ ଫେରୁଛନ୍ତି । ଅନ୍ୟପଟେ ବୁଧବାର ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରା ଦେଇଛି ଶ୍ରମିକ ସଂଗଠନ। ସେହିପରି ବୁଧବାର ଯୁକ୍ତ ୨ ପିଲାଙ୍କ ନାମଲେଖା ଓ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମଧ୍ୟ ରହିଛି। ଯାହାକୁ ନେଇ ଅଭିଭାବକ ଓ ଯାତ୍ରୀମାନେ ଏକ ପ୍ରକାର ଚିନ୍ତାରେ ପଡିଯାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.