ରାଉରକେଲା,୦୩/୦୭: ରାଉରକେଲା ସରଣ୍ଡା ଜଙ୍ଗଲର ଛୋଟାନାଗରାର ବାବୁ ଡେରା ଅଞ୍ଚଳରେ ଆଇଇଡି ବିସ୍ଫୋରଣ । ଏହି ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ଲାଗି ରାଞ୍ଚି ଏୟାର ଲିଫ୍ଟ କରାଯାଇଛି ।
ସୂଚନା ମୁତାବକ, ଗୁରୁବାର ସକାଳେ ଜାଗୁଆର ବାହିନୀର ଯବାନମାନେ ସରଣ୍ଡା ଜଙ୍କଲରେ ସର୍ଚ୍ଚ ଅପରେସନ୍ ଚଳାଇଥିଲେ । ଏହି ସମୟରେ ମାଓବାଦୀମାନେ ପୂର୍ବରୁ ଖଞ୍ଜି ଥିବା ଆଇଇଡି ବିସ୍ଫୋରଣ ହୋଇଥିଲା । ଏଥିରେ ଯବାନ ମନୋଜ ଦମାଇ ଗୁରୁତର ହୋଇଥିବା ବେଳେ ଅନ୍ୟ ଯବାନମାନେ ତାଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇଥିଲେ । ଆଉ ଏହାପରେ ଅଧିକ ଚିକିତ୍ସା ଲାଗି ମନୋଜଙ୍କୁ ରାଞ୍ଚି ଏୟାର ଲିଫ୍ଟ କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ସୁରକ୍ଷା ବାହିନୀ । ସେପଟେ ଓଡ଼ିଶା ସୀମାନ୍ତରେ ଡିଭିଏଫ୍ ଓ ଏସଓଜି ଯବାନମାନେ ମଧ୍ୟ ମାଓବାଦୀଙ୍କ ବିରୋଧରେ ଚଳାଇଛି ଅପରେସନ।